ଜଲ୍ ଦିୱାଲୀ ଅଭିଯାନ ପୁନର୍ବାର ସଫଳତାର ସହିତ ସମାପ୍ତ ହୋଇଛି

ଅର୍ଗସ ବ୍ୟୁରୋ : ଜଳ ହିଁ ଜୀବନ । ସୁସ୍ଥ ଓ ଫିଟ୍ ରହିବା ପାଇଁ ଜଳର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପ୍ରତ୍ୟେକ ପରିବାରକୁ ବିଶୁଦ୍ଧ ଜଳ ଯୋଗାଇବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତି ବଦ୍ଧ । ଏହାକୁ ଦୃଷ୍ଟିରେ ରଖି ନ୍ୟାସନାଲ ସହରାଞ୍ଚଳ ଜୀବିକା ମିଶନ (NULM) ଏବଂ ଓଡିଶା ସହରୀ ଏକାଡେମୀ ସହଭାଗିତାରେ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟର ଏକ ଅଗ୍ରଗାମୀ ପଦକ୍ଷେପର ଅଭିଯାନ ଶେଷ ହୋଇଛି । ତିନି ଦିନ ଧରି ଚାଲିଥିବା "ମହିଳାମାନଙ୍କ ପାଇଁ ଜଳ, ଜଳ ପାଇଁ ମହିଳା" ଅଭିଯାନ ସଫଳତାର ସହ ଶେଷ ହୋଇଛି । ଦେଶର ବିଭିନ୍ନ ଅଞ୍ଚଳରୁ ୧୪,୦୦୦ରୁ ଅଧିକ ମହିଳା ଏହି ଅଭିଯାନରେ ଅଂଶଗ୍ରହଣ କରିଥିଲେ । ମହିଳାମାନେ ଦେଶବ୍ୟାପୀ ପ୍ରାୟ ୫୦୦ଟି ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ପରିଦର୍ଶନ କରିଥିଲେ । ଏହାସହ ପରିବାରକୁ ସ୍ୱଚ୍ଛ ଏବଂ ନିରାପଦ ପାନୀୟ ଜଳ ବିତରଣରେ ଜଡିତ ଜଟିଳ ପ୍ରକ୍ରିୟା ବିଷୟରେ ଜ୍ଞାନ ଆହରଣ କରିଛନ୍ତି ।
ସମସ୍ତ ଅଂଶଗ୍ରହଣକାରୀଙ୍କୁ ଟ୍ରେନିଂ ମାନୁଆଲ୍, ୱାଟର ବୋଟଲ, ସିପର୍, ଇକୋ-ଫ୍ରେଣ୍ଡଲି ବ୍ୟାଗ୍ ଏବଂ ବ୍ୟାଜ୍ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ସହିତ ଫିଲ୍ଡ ପରିଦର୍ଶନ କିଟ୍ ପ୍ରଦାନ କରାଯାଇଛି ।
ଏହି ଅଭିଯାନରେ, ମହିଳାମାନେ ଜଳ ଭିତ୍ତିଭୂମି କ୍ଷେତ୍ରରେ ଗଭୀର ଭାବରେ ଅନୁଧ୍ୟାନ କରିଛନ୍ତି । ଜଳ ଗୁଣବତ୍ତା ପରୀକ୍ଷା ପ୍ରୋଟୋକଲ ଉପରେ ବିଶେଷଜ୍ଞ ମାର୍ଗଦର୍ଶନ ଗ୍ରହଣ କରିଛନ୍ତି ଏବଂ ନିଜେ ଏହି ପରୀକ୍ଷା କରିଛନ୍ତି । ଏହି ଜ୍ଞାନ ସେମାନଙ୍କୁ ସେମାନଙ୍କ ସମ୍ପ୍ରଦାୟ ପାଇଁ ଜଳ ଶୁଦ୍ଧତାର ସର୍ବୋଚ୍ଚମାନ ନିଶ୍ଚିତ କରିବାକୁ ଅଧିକ ସଶକ୍ତ କରିବ ।
ମହିଳାମାନଙ୍କୁ ଅମୃତ ଯୋଜନା ଏବଂ ଏହାର ବ୍ୟାପକ ପ୍ରଭାବ ବିଷୟରେ ପରିଚିତ କରାଇବା, ଜଳ ବିଶୋଧନାଗାରର ବ୍ୟାପକ ଏକ୍ସପୋଜର୍ ପ୍ରଦାନ କରିବା ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ସ୍ମାରକ ଏବଂ ପ୍ରବନ୍ଧ ମାଧ୍ୟମରେ ଅନ୍ତର୍ଭୂକ୍ତକୁ ପ୍ରୋତ୍ସାହିତ କରିବା ଏହାର ଲକ୍ଷ୍ୟ । ମହିଳା ସଶକ୍ତିକରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ।
ଅଧିକ ପଢ଼ନ୍ତୁ ଭାରତ ଖବର