Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୫୮ ପ୍ରତିଶତରୁ ଅଧିକ ମତଦାନ

Ritu Das
Browse all articles by Ritu Das
·1 year ago·1 min read
ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୫୮ ପ୍ରତିଶତରୁ ଅଧିକ ମତଦାନ

ଅର୍ଗସ ବ୍ୟୁରୋ: ଏକ ଦଶନ୍ଧି ପରେ ଜମ୍ମୁ-କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଶେଷ ହୋଇଛି । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୫୮ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ଗତ ୩୫ ବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀରରେ ଏହି ପ୍ରତିଶତ ମତଦାନ ସର୍ବାଧିକ ରହିଛି ।

ଜମ୍ମୁ-କଶ୍ମୀରର ୭ଟି ଜିଲ୍ଲା ଅନନ୍ତନାଗ, ପୁଲୱାମା, ସୋପିୟଂ, କିଶ୍ତୱାଡ଼, ରାମବନ, କୁଲଗାମ୍ ଓ ଡୋଡାରେ ମତଦାନ ହୋଇଛି । ୩୨୭୬ଟି ମତଦାନ କେନ୍ଦ୍ରରେ ମତଦାନ ହୋଇଥିଲା । ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୨୧୯ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଜଣ ମହିଳା ପ୍ରାର୍ଥୀ ଥିଲେ ।

ଅନନ୍ତନାଗରେ ୫୪.୧୭ ପ୍ରତିଶତ ମତଦାନ ହୋଇଥିବାବେଳେ ଡୋଡାରେ ୬୯.୩୩ ପ୍ରତିଶତ ମତଦାନ ହୋଇଛି। ସେହିପରି କିଶ୍ତୱାଡ଼ରେ ୭୭.୨୩ ପ୍ରତିଶତ। କୁଲଗାମରେ ୬୧.୫୭ ପ୍ରତିଶତ । ପୁଲୱାମାରେ ୪୬.୦୩ ପ୍ରତିଶତ। ରାମବନରେ ୬୭.୭୧ ପ୍ରତିଶତ ଏବଂ ସୋପିୟଂରେ ୫୩.୬୪ ପ୍ରତିଶତ ମତଦାନ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର  
 

Sponsored
Jammu and Kashmir | Argus News