Videos
|
National

ଜମ୍ମୁ-କଶ୍ମୀରକୁ ମିଳିଲା ପ୍ରଥମ ମୁଖ୍ୟମନ୍ତ୍ରୀ

Ritu Das
Browse all articles by Ritu Das
·1 year ago·1 min read
ଜମ୍ମୁ-କଶ୍ମୀରକୁ ମିଳିଲା ପ୍ରଥମ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ସରକାର ବୁଧବାର ଶପଥ ଗ୍ରହଣ କରିଛନ୍ତି। ଓମାର ଅବଦୁଲ୍ଲା କଶ୍ମୀରର ଇଣ୍ଟର ନ୍ୟାଶନାଲ କନଭେନଶନ ସେଣ୍ଟରରେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଜମ୍ମୁ କଶ୍ମୀର ରାଜ୍ୟପାଳ ମନୋଜ ସିହ୍ନା ଓମାର ଅବଦୁଲ୍ଲା ଏବଂ ଅନ୍ୟ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ। ସୂଚନାଯୋଗ୍ୟ, ଦୀର୍ଘ ୧୦ ବର୍ଷ ପରେ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଅକ୍ଟୋବର ୮ରେ ଫଳାଫଳ ଘୋଷଣା ହୋଇଥିବାବେଳେ ଜମ୍ମୁ କଶ୍ମୀରରେ ୯୦ଟି ବିଧାନସଭା ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଥିଲା। ଶପଥ ନେବା ପୂର୍ବରୁ ଓମାର ଅବଦୁଲ୍ଲା ତାଙ୍କ ଜେଜେବାପା ସ୍ବର୍ଗତ ଶେଖ ମହମ୍ମଦ ଅବଦୁଲ୍ଲାଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଓମାର ଅବଦୁଲ୍ଲାଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ବହୁ ବରିଷ୍ଠ ନେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ଏନସି-କଂଗ୍ରେସ ସରକାରଙ୍କ ନାମରେ ଇଣ୍ଡିଆ ମେଣ୍ଟର ଶକ୍ତି ପ୍ରଦର୍ଶନ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ଏହି ଶପଥ ଗ୍ରହଣ ସମାରୋହ ପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆମ ଆଦମୀ ପାର୍ଟି (ଏଏପି) ମୁଖ୍ୟ ଅରବିନ୍ଦ କେଜରିୱାଲ, ଶିବସେନା (ୟୁବିଟି) ସଭାପତି ତଥା ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ସିପିଆଇ(ଏମ)ନେତା ପ୍ରକାଶ କରାଟ ଏବଂ ସିପିଆଇ ନେତା ଡି ରାଜାଙ୍କ ସମେତ ପ୍ରାୟ ୫୦ଜଣ ନେତାଙ୍କୁ ନିମନ୍ତ୍ରଣ କରାଯାଇଥିଲା।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Jammu and Kashmir | Argus News