ଜମ୍ମୁ କାଶ୍ମୀର ଭୋଟ୍:ପ୍ରଥମ ପର୍ଯ୍ୟାୟରେ ୨୪ଟି ଆସନରେ ୨୯୨ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
·1 year ago

ଅର୍ଗସ ବ୍ୟୁରୋ:ଦୀର୍ଘ ୧୦ ବର୍ଷ ପରେଭୋଟ୍ ଦେଉଛି ଜମ୍ମୁ କାଶ୍ମୀର। ପ୍ରଥମ ପର୍ଯ୍ୟାୟରେ ୨୪ଟି ବିଧାନସଭା ଆସନରେ ଚାଲିଛି ଭୋଟିଂ। ଭାଗ୍ୟ ନିର୍ଦ୍ଦାରଣ କରିବେ ୨୩ ଲକ୍ଷ ଭୋଟର। ୨୯୨ ପ୍ରାର୍ଥୀଙ୍କରହେଉଛି ଭାଗ୍ୟ ପରୀକ୍ଷା,ଏଥିରେ କେବଳ ୯୦ ଜଣ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି । ଭୋଟ୍ ଗ୍ରହଣ ହେବାକୁ ଥିବା ୨୪ଟି ଆସନ ମଧ୍ୟରୁ ୮ଟି ଆସନ ଜମ୍ମୁ ଅଞ୍ଚଳର ୩ଟି ଜିଲ୍ଲାରେ ଥିବାବେଳେ ୧୬ଟି ଆସନ କଶ୍ମୀରର ୪ଟି ଜିଲ୍ଲାରେ ଅବସ୍ଥିତ। ପ୍ରଥମ ପର୍ଯ୍ୟାୟରେ ମୋଟ୍ ୨୩,୨୭,୫୮୦ ଜଣ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରେ ୧୧,୭୬,୪୬୨ ପୁରୁଷ,୧୧,୫୧,୦୫୮ ଜଣ ମହିଳା ଭୋଟର ଏବଂ ୬୦ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି । ନିର୍ବାଚନ କମିସନ୍ ଭୋଟ୍ ଗ୍ରହଣ ପାଇଁ ୩୨୭୬ ବୁଥ୍ ବ୍ୟବସ୍ଥା କରିଛନ୍ତି। ଅକ୍ଟୋବର ୪ ତାରିଖରେ ପ୍ରକାଶ ପାଇବ ରେଜଲ୍ଟ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: