Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୩୭୦ ଉଚ୍ଛେଦକୁ ପୂରିଲା ୬ ବର୍ଷ , ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

Swoyang prajna Mishra
Browse all articles by Swoyang prajna Mishra
·11 months ago·1 min read
୩୭୦ ଉଚ୍ଛେଦକୁ ପୂରିଲା ୬ ବର୍ଷ , ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

Key Points

ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ପୂରିଲା ୬ ବର୍ଷ
ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା
ରାଷ୍ଟ୍ରପତିଙ୍କୁ ମୋଦି ଓ ଶାହଙ୍କ ସାକ୍ଷାତ ପରେ ଜୋର ଧରିଛି ଚର୍ଚ୍ଚା
ଆଜି ସଂସଦରେ ଆଗତ ହୋଇପାରେ ଗୁରୁତ୍ବପୂର୍ଣ୍ଣ ବିଲ୍

ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ପୂରିଲା ୬ ବର୍ଷ । ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ଉଭୟ ଜମ୍ମୁ କାଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସତ ଅଞ୍ଚଳର ମାନ୍ୟତା ଦେଇଥିଲେ। ଧାରା ୩୭୦ ଓ ୩୫-A ଉଚ୍ଛେଦ ପରେ ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ପରେ ଏପରି ଚର୍ଚ୍ଚା ଜୋର ଧରିଛି। ୨୦୨୪ ନିର୍ବାଚନ ପରଠାରୁ ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଥିଲା।


ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ମଧ୍ୟ ପୂର୍ବରୁ ସଂକେତ ଦେଇଥିଲେ। ଆଜି ଏନେଇ ସଂସଦରେ ଆଗତ ହୋଇପାରେ ଗୁରୁତ୍ବପୂର୍ଣ୍ଣ ବିଲ୍। ଭାରତ ଇତିହାସରେ ୫ ଅଗଷ୍ଟରେ ପୂର୍ବରୁ ନିଆଯାଇଛି ବହୁ ବଡ଼ ନିଷ୍ପତ୍ତି । ୨୦୧୭ରେ ସର୍ଜିକାଲ ଷ୍ଟ୍ରାଇକ, ୨୦୧୯ରେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଘୋଷଣା, ୨୦୨୦ରେ ରାମ ମନ୍ଦିର ନିର୍ମାଣ ନିଷ୍ପତ୍ତି ନିଆଯାଇଥିଲା। ସେପଟେ ରାଜଧାନୀ ଦିଲ୍ଲୀରୁ ନେଇ ଜମ୍ମୁ-କଶ୍ମୀର ଯାଏଁ ରାଜନୈତିକ ହଲଚଲ ଦେଖିବାକୁ ମିଳିଛି। ଆଜି ଅଗଷ୍ଟ ୫ ହୋଇଥିବାରୁ ପ୍ରଧାନମନ୍ତ୍ରୀ କିଛି ବଡ଼ ଘୋଷଣା କରିବାର ସମ୍ଭାବନା ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jammu and Kashmir will get statehood today ! | Argus News