Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜମ୍ମୁ କଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନ: ଆଜି ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ

Ritu Das
Browse all articles by Ritu Das
·1 year ago·1 min read
ଜମ୍ମୁ କଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନ: ଆଜି ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ

ଅର୍ଗସ ବ୍ୟୁରୋ: ଦେଶରେ ଖୁବଶୀଘ୍ର ଦୁଇଟି ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଆଜି ଜମ୍ମୁ କଶ୍ମୀର ଓ ହରିୟାଣା ବିଧାନସଭା ପାଇଁ ନିର୍ବାଚନ ତରିଖ ଘୋଷଣା କରାଯିବ। ଏଥିପାଇଁ ଆଜି ଦ୍ୱିପହର ୩ଟା ସମୟରେ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଏକ ଗୁରୁତ୍ୱପୂର୍ଣ୍ଣ ପ୍ରେସ୍ କନଫରେନ୍ସ କରିବାକୁ ଯାଉଛନ୍ତି । ଜମ୍ମୁ କଶ୍ମୀରରୁ ୩୭୦ ଧାରା ହଟିବା ପରେ ପ୍ରଥମ ଥର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ନିକଟରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଏହି ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ସମ୍ବନ୍ଧରେ ଏକ ବୈଠକ କରିଥିଲେ ।

ହରିୟାଣାରେ ମୋଟ ୯୦ଟି ବିଧାନସଭା ଆସନ ରହିଥିବା ବେଳେ ସେଥିରେ ୩ଟି ଆସନ ଖାଲି ରହିଛି । ବିଧାନସଭାରେ ବିଜେପିର ୪୧ ଜଣ, କଂଗ୍ରେସର ୨୯ଜଣ, ଜେଜେପିର ୧୦ ଜଣ, ଆଇଏନଏଲଡି ଓ ଏଚଏଲପିର ଜଣେ ଲେଖାଏଁ ବିଧାୟକ ରହିଛନ୍ତି । ଏଥିରେ ୫ ଜଣ ସ୍ୱାଧିନ ବିଧାୟକ ରହିଛନ୍ତି । ସେହିପରି ୨୦୧୯ରେ ଜମ୍ମୁ କଶ୍ମୀରରୁ ୩୭୦ ଧାରା ହଟିବା ପରେ ତାହା କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପରିଗଣିତ ହୋଇଥିଲା । 

ସେବେଠାରୁ ଜମ୍ମୁ କଶ୍ମୀରକୁ ଏକ ରାଜ୍ୟର ମାନ୍ୟତା ପ୍ରଦାନ ପାଇଁ ରାଜନୈତିକ ଦଳମାନେ କ୍ରମାଗତ ଭାବେ ଦାବି କରିଆସୁଥିଲେ । ତେବେ ଜମ୍ମୁ କଶ୍ମୀରରେ ୩-୪ଟି ପର୍ଯ୍ୟାୟରେ ମତଦାନ କରାଯାଇପାରେ । ସେପ୍ଟେମ୍ବରରେ ମତଦାନ ପ୍ରକ୍ରିୟା ସମାପ୍ତ ପରେ ମାସ ଶେଷ ଆଡ଼କୁ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ବୋଲି ଆଶା କରାଯାଉଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 

Sponsored