Jammu Kashmir Earthquake / ଜାମ୍ମୁ-କାଶ୍ମୀରରେ ଭୂକମ୍ପ ଝଟକା ଅନୁଭୂତ, ରିକ୍ଟର ସ୍କେଲରେ ତୀବ୍ରତା ୪.୬
·5 months ago·2 min read

Key Points
ଭାରତର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକରେ ଲଗାତାର ଭୂକମ୍ପ ଘଟଣା ରିପୋର୍ଟ ହେଉଥିବା ବେଳେ, ସୋମବାର ସକାଳୁ ସକାଳୁ ଜମ୍ମୁ-କାଶ୍ମୀରରେ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି।
ଭାରତର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକରେ ଲଗାତାର ଭୂକମ୍ପ ଘଟଣା ରିପୋର୍ଟ ହେଉଥିବା ବେଳେ, ସୋମବାର ସକାଳୁ ସକାଳୁ ଜମ୍ମୁ-କାଶ୍ମୀରରେ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି। କାଶ୍ମୀର ଭାଲିରେ ଝଟକା ଅନୁଭୂତ ହେବା ସହିତ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଆସିଥିଲେ।
ସୂଚନା ଥାଉକି, ଲୋକେ ଥଣ୍ଡା ହେତୁ ସକାଳେ ନିଜ ଘରେ ଶୋଇଥିଲେ । ଏହି ସମୟରେ ହଠାତ୍ ଭୂମିକମ୍ପ ଅନୁଭବ କରିବାକୁ ପାଇଥିଲେ । ସଂଗେ ସଂଗେ ବାହାରକୁ ଦୌଡ଼ି ଆସି ପଳାଇ ଆସିଥିଲେ। ସୌଭାଗ୍ୟବଶତଃ, ଭୂମିକମ୍ପ ଯୋଗୁଁ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର କୌଣସି ରିପୋର୍ଟ ମିଳିନାହିଁ। ଯେହେତୁ ଭୂମିକମ୍ପ ଉପତ୍ୟକା ଅଞ୍ଚଳରେ ହୋଇଥିଲା, ତେଣୁ ବହୁତ କମ୍ କ୍ଷତି ହୋଇଛି ।
ଗତ କିଛି ଦିନ ଧରି ଦେଶର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଝଟକା ଅନୁଭୂତ ହେବାରେ ଲାଗିଛି । ଯାହା ଫଳରେ ଭୂକମ୍ପ ନେଇ ଭୟ ବଢିବାରେ ଲାଗିଛି । ସକାଳୁ କାଶ୍ମୀର ଘାଟିରେ ଭୂମିକମ୍ପ ଝଟକା ଅନୁଭବ ହେବା ମାତ୍ରେ ବାରମୁଲ୍ଲାର ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ । ତଥାପି, ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ରିପୋର୍ଟ ନାହିଁ। ସେପଟେ ଜାମ୍ମୁ ଓ କାଶ୍ମୀରରେ ବର୍ତ୍ତମାନ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଏହା ସହିତ, ଅନେକ ଅଞ୍ଚଳରେ ପ୍ରବଳ ତୁଷାରପାତ ହେଉଛି । ଯେଉଁଥିପାଇଁ ଭୂମିକମ୍ପ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିଛି ।
ପ୍ରାପ୍ତ ସୂଚନା ଅନୁସାରେ, ୨ ଫେବୃଆରୀ ୨୦୨୬ ତାରିଖ ସକାଳ ୫ଟା ୩୫ମିନିଟ୍ରେ ଏହି ଭୂକମ୍ପ ଘଟିଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୮ ମାପାଯାଇଛି। ଭୂକମ୍ପର କେନ୍ଦ୍ର ବଡଗାଓଁ ଅଞ୍ଚଳରେ ଥିଲା ଏବଂ ଏହା ପୃଥିବୀରୁ ପ୍ରାୟ ୧୦ କିଲୋମିଟର ଗଭୀରତାରେ ଘଟିଥିଲା। ଏପର୍ଯ୍ୟନ୍ତ
କୌଣସି ଧନ-ଜୀବନ ହାନିର ସୂଚନା ମିଳିନାହିଁ। ଏଥି ସହିତ ଆଜି ଆଣ୍ଡମାନ ଓ ନିକୋବର ଦ୍ୱୀପପୁଞ୍ଜରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ତାଡ଼କାଳ ୩ଟା ୩୧ମିନିଟ୍ରେ ଏହି ଭୂକମ୍ପ ଘଟିଥିଲା ଓ ଏହାର ତୀବ୍ରତା ୪.୬ ରେକର୍ଡ କରାଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories