Videos
|
National

ରାତି ପାହିଲେ ଜମ୍ମୁ-କାଶ୍ମୀରରେ ପଡିବ ଭୋଟ୍

Smruti Parija
Browse all articles by Smruti Parija
·1 year ago·1 min read
ରାତି ପାହିଲେ ଜମ୍ମୁ-କାଶ୍ମୀରରେ ପଡିବ ଭୋଟ୍

Key Points

  • ସରିଲା ପ୍ରଚାର
  • ରାତି ପାହିଲେ ଜମ୍ମୁ-କାଶ୍ମୀରରେ ପଡିବ ଭୋଟ୍
  • ପ୍ରଥମ ପର୍ଯ୍ୟାୟରେ 24ଟି ବିଧାନସଭା ଆସନରେ ଦେବେ ଭୋଟ୍ 

ଅର୍ଗସ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମଇଦାନରେ 219 ପ୍ରାର୍ଥୀ ଅଛନ୍ତି । ଅନନ୍ତନାଗ ଜିଲ୍ଲାରେ 64, ପୁଲୱାମାରେ 45, ଡୋଡାରେ 25, କୁଲଗାମରେ 25, କିସ୍ତୱାଡରେ 22, ସୋପିଆନରେ 21 ଏବଂ ରମ୍ବନରେ 15 ଜଣ ପ୍ରାର୍ଥୀ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଲଢୁଛନ୍ତି । ଇତି ମଧ୍ୟରେ ଜମ୍ମୁ କାଶ୍ମୀରରେ ତିନିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କାଶ୍ମୀରରେ ପ୍ରାୟ 300 କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି । ଜମ୍ମୁ କାଶ୍ମୀରରେ ଦୀର୍ଘ 10 ବର୍ଷ ପରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । 

ଦେଶର ଅଲଗା ଅଲଗା ସ୍ଥାନରେ ରହୁଥିବା 35 ହଜାର ରୁ ଅଧିକ ବିସ୍ଥାପତି କଶ୍ମୀର ପଣ୍ଡିତ ତିନିଟି ପର୍ଯ୍ୟାୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟରେ 24 ମତଦାନ କେନ୍ଦ୍ରରେ ନିଜ ମତ ସାବ୍ୟସ୍ତ କରିପାରିବେ । 

ଅନ୍ୟପଟେ ଲୋକସଭା ନିର୍ବାଚନରେ ଜମ୍ମୁ-କାଶ୍ମୀରରେ ବିପୁଳ ମାତ୍ରାରେ ଭୋଟର ଅଂଶଗ୍ରହଣ କରିଥିଲେ । ବୁଲେଟ୍ ଉପରେ ବାଲାଟ୍ ର ବିଜୟ ହୋଇଥିଲା । ନିର୍ବାଚନ ପର୍ବରେ ଯେଉଁଭଳି ଭାବେ ବିପୁଳ ସଂଖ୍ୟାର ଭୋଟର ଅଂଶଗ୍ରହଣ କରିଥିଲେ ଏବଂ ଧାଡିରେ ଛିଡ଼ା ହୋଇ ନିଜର ମତ ସାବ୍ୟସ୍ତ କରିଥିଲେ, ସେଥିରୁ ପ୍ରମାଣିତ ହୋଇଥିଲା ଲୋକମାନେ କେବଳ ପରିବର୍ତ୍ତନ ଚାହୁଁ ନାହାନ୍ତି, ବରଂ ପରିବର୍ତ୍ତନର ଏକ ଅଂଶ ହେବାକୁ ମଧ୍ୟ ଚାହୁଁଛନ୍ତି । ତେବେ ବିଧାନସଭା ନିର୍ବାଚନରେ ମଧ୍ୟ ସେହିଭଳି ଦୃଶ୍ୟ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।   

ତେବେ କହିରଖୁଛୁ ଯେ, ଜମ୍ମୁ ଓ କଶ୍ମୀରରେ ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୧ ତାରିଖରେ ଭୋଟ୍ ଗ୍ରହଣ ହେବ ।  ଅକ୍ଟୋବର ୪ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: