Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି

Smruti Parija
Browse all articles by Smruti Parija
·1 year ago·1 min read
ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି

ଅର୍ଗସ ବ୍ୟୁରୋ: ଜମ୍ମୁ-କଶ୍ମୀର କୁଲଗାମର ଆଡ଼ିଗାମ ଦେବସର ଅଞ୍ଚଳରେ ଏନକାଉଣ୍ଟର ।  ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି । ଏହି ଏନକାଉଣ୍ଟରରେ ତିନି ସେନା ଯବାନ ଏବଂ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁଇନ୍ଦା ସୂଚନା ଆଧାରରେ ଶନିବାର କୁଲଗାମର ଆରିଗାମରେ ଭାରତୀୟ ସେନା ଏବଂ ଜମ୍ମୁ କଶ୍ମୀର ପୋଲିସ ଦ୍ବାରା ମିଳିତ ଅପରେସନ ଆରମ୍ଭ ହୋଇଥିଲା ।

ଏହି ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚଳାଇବାରୁ ଉଭୟ ପକ୍ଷରୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଏବେ ବି ସେଠାରେ ସର୍ଚ୍ଚ ଅପରେସନ ଚାଲିଛି । 

ଆତଙ୍କବାଦୀମାନେ ଯେପରି ଖସି ନ ଯାଆନ୍ତି ସେଥିପାଇଁ ଅତିରିକ୍ତ ସୁରକ୍ଷା ବାହିନୀ ଡକାଯାଇଛି। ଏହି ଅପରେସନରେ ସେନା, ଜମ୍ମୁ କଶ୍ମୀର ପୋଲିସ ଏବଂ ସୁରକ୍ଷା ଏଜେନ୍ସି ମଧ୍ୟ ଜଡିତ ଅଛନ୍ତି । ସମଗ୍ର ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଛି । ଆତଙ୍କବାଦୀମାନେ କ୍ରମାଗତ ଭାବରେ ଜମ୍ମୁ କଶ୍ମୀରରେ ଅଶାନ୍ତି ବିସ୍ତାର କରିବାକୁ ଚେଷ୍ଟା କରୁଛନ୍ତି। ଏହି କାରଣରୁ ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ଘାଟିରେ କ୍ରମାଗତ ସର୍ଚ୍ଚ ଅପରେସନ ଚାଲିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଭାରତ ଖବର...

Sponsored
jammu-kashmir-encounter-between-jawan-and-terorrist | Argus News