Videos
|
National

Jammu Kashmir Encounter / ଜମ୍ମୁ-କଶ୍ମୀରରେ ଗୁଳି ବିନିମୟ: ଫସିଛନ୍ତି ୩-୪ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ !

Ritu Das
Browse all articles by Ritu Das
·12 months ago·1 min read
ଜମ୍ମୁ-କଶ୍ମୀରରେ ଗୁଳି ବିନିମୟ: ଫସିଛନ୍ତି ୩-୪ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ !

Key Points

ଜମ୍ମୁ ଓ କାଶ୍ମୀରର ଉଧମପୁର ଜିଲ୍ଲାରେ ଶୁକ୍ରବାର ହୋଇଥିବା ଗୁଳିବିନିମୟରେ ଜଣେ ସେନା ସୈନିକ ଆହତ ହୋଇଥିବା ସୂଚନା ରହିଛି।

ଜମ୍ମୁ ଓ କାଶ୍ମୀରର ଉଧମପୁର ଜିଲ୍ଲାରେ ଶୁକ୍ରବାର ହୋଇଥିବା ଗୁଳିବିନିମୟରେ ଜଣେ ସେନା ସୈନିକ ଆହତ ହୋଇଥିବା ସୂଚନା ରହିଛି। କେବଳ ସେତିକି ନୁହେଁ। ଏହି ଗୁଳିବିନିମୟରେ ତିନିରୁ ଚାରି ଜଣ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ଏନକାଉଣ୍ଟରରେ ଫସି ରହିଥିବା ଅନୁମାନ କରାଯାଉଛି। ପ୍ରାରମ୍ଭିକ ସୂଚନା ଦେଇ ସେନା କହିଛି କି ​​ଯେ କିସ୍ତୱାରରେ ଆଉ ଏକ ଗୁଳିବିନିମୟ ହୋଇଥିଲା। କିନ୍ତୁ ପରେ ସ୍ପଷ୍ଟ କରାଯାଇଥିଲା ଯେ ଅଭିଯାନ କେବଳ ଉଧମପୁରରେ ସୀମିତ ଥିଲା।


ଆସାମ ରାଇଫଲ୍ସ ଗାଡ଼ିକୁ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼, ଜଣେ ଯବାନ ସହିଦ


ଏକ ଏକ୍ସ ପୋଷ୍ଟ ଜରିଆରେ, ହ୍ୱାଇଟ୍ ନାଇଟ୍ କର୍ପସ କହିଛି ଯେ ‘‘ଡୋଡା-ଉଧମପୁର ସୀମାରେ ଗୁଳିବିନିମୟ ଚାଲିଛି। ଅପରେସନ ଜାରି ରହିଛି,"। ନିର୍ଦ୍ଦିଷ୍ଟ ସୂଚନା ଆଧାରରେ କାର୍ଯ୍ୟ କରି, ସେନା, ସ୍ପେସାଲ୍ ଅପରେସନ୍ସ ଗ୍ରୁପ୍ (ଏସ୍‌ଓଜି) ଏବଂ ପୋଲିସ ଏକ ଅପରେସନ୍ ଆରମ୍ଭ କରିଥିଲେ। ଯାହା ଫଳରେ ଗୁଳିବିନିମୟ ହୋଇଥିଲା। ଗୁଳି ବିନିମୟରେ ଜଣେ ସେନା ଯବାନ ଆହତ ହୋଇଥିଲେ। ଗତ ଏକ ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ଅନେକ ଗୁଳିବିନିମୟ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Gunfight in Jammu & Kashmir: 3-4 Jaish-e-Mohammed Terrorists Trapped | Argus News