Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Kishtwar encounter / ଜମ୍ମୁ-କାଶ୍ମୀରର କିସ୍ତୱାଡ଼ରେ ସୁରକ୍ଷାକର୍ମୀ- ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ, ୮ ଯବାନ ଆହତ

Ritu Das
Browse all articles by Ritu Das
·5 months ago·2 min read
ଜମ୍ମୁ-କାଶ୍ମୀରର କିସ୍ତୱାଡ଼ରେ ସୁରକ୍ଷାକର୍ମୀ- ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ, ୮ ଯବାନ ଆହତ
india

Key Points

ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ରବିବାର ଜମ୍ମୁ-କାଶ୍ମୀରର କିସ୍ତଓ୍ୱାରରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ୮ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି।
ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ରବିବାର ଜମ୍ମୁ-କାଶ୍ମୀରର କିସ୍ତଓ୍ୱାରରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ୮ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁସାରେ ଯବାନମାନଙ୍କୁ କିସ୍ତଓ୍ୱାରର ଚାତରୁରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିଥିଲା । ଏହାପରେ ସେମାନେ ସର୍ଚ୍ଚ ଅପସେରନ ଆରମ୍ଭ କରିଥିଲେ । ଏହି ସମୟରେ ଆତଙ୍କବାଦୀମାନେ ଆମ୍ବୁସ କରି ଆକ୍ରମଣ କରିଥିଲେ । ଏଥିରେ ୮ଜଣ ଯାବନଙ୍କ ଦେହରେ ଗୁଳି ବାଜିଛି । ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ହସ୍ପିଟାଲକୁ ପଠାଯାଇଛି । ଯବାନମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ । ଏବେବି ଉଭୟ ପକ୍ଷ ମଧ୍ୟରେ ଛକାପଞ୍ଝା ଲାଗି ରହିଛି ।

ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଦୁଇରୁ ତିନି ଜଣ ପାକିସ୍ତାନୀ ଆତଙ୍କବାଦୀ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଆତଙ୍କବାଦୀ ଜୈଶ-ଏ-ଅହମ୍ମଦ ସହ ଜଡିତ । ସେମାନେ ଗୁଳି ଚାଳନା କରିବା ସହ ଗ୍ରେନେଡ୍ ମଧ୍ୟ ଫିଙ୍ଗିଥିଲେ । ଆତଙ୍କୀଙ୍କୁ ଧରିବା ପାଇଂ ଡ୍ରୋନ୍ ଏବଂ ସନ୍ଧାନୀ କୁକୁରକୁ ନିୟୋଜିତ କରାଯାଇଛି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଜାନୁଆରୀ ୭ ଏବଂ ୧୩ତାରିଖରେ କଠୁଆ ଜିଲ୍ଲାର କାହୋଗ ଏବଂ ନାଜୋତ ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ସର୍ଚ୍ଚ ଅପରେସନ ପରେ ଯବାନମାନେ ବିପୁଳ ମାତ୍ରାରେ ଗୁଳିଗୋଳାଜବତ କରିଥିଲେ ।

ବିମାନରେ ବୋମା... ଟଏଲେଟ୍ ଟିସୁ ପେପର୍‌ରେ ଲେଖାଥିଲା ଧମକ; ହେଲା ଜରୁରୀ ଅବତରଣ

ମଝି ଆକାଶରେ ବୋମା ଆତଙ୍କ । ଜରୁରୀ ଅବତରଣ କଲା ବିମାନ । ରବିବାର ଇଣ୍ଡିଗୋର ଏକ ବିମାନରେ ବୋମା ନେଇ ଆତଙ୍କ ପରେ ଲକ୍ଷ୍ନୌରେ ଜରୁରୀ ଅବତରଣ କରାଯାଇଛି ।

ସୂଚନା ଅନୁସାରେ, ନୂଆଦିଲ୍ଲୀରୁ ଇଣ୍ଡିଗୋର ବିମାନ ବାଗଡୋଗରା ଯାଉଥିଲା । ଉକ୍ତ ବିମାନର ଟଏଲେଟ୍‌ର ଏକ ଟିସୁ ପେପରରେ ବିମାନରେ ବୋମା ଥିବା ଲେଖାଥିଲା । ଯାହାକୁ ନେଇ ମଝି ଆକାଶରେ ସମସ୍ତେ ଆତଙ୍କିତ ହୋଇ ପଡ଼ିଥିଲେ । ବିମାନକୁ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। 

ବିମାନରେ ବୋମା ଥିବା ସୂଚନା ପରେ ଲକ୍ଷ୍ନୌ ବିମାନବନ୍ଦର କର୍ତ୍ତୃପକ୍ଷ ଆଲର୍ଟରେ ରହିଥିଲେ । ବିମାବନ୍ଦରରେ ବୋମା ନିଷ୍କ୍ରିୟକାରୀ ଦଳ ସହ ଅଗ୍ନିଶମ ବାହିନୀ ଓ ମେଡିକାଲ୍ ଟିମକୁ ପ୍ରସ୍ତୁତ ରଖା ଯାଇଥିଲା ।

ଲକ୍ଷ୍ନୌରେ ବିମାନର ଜରୁରୀ ଅବତରଣ ପରେ ସୁରକ୍ଷା ଏଜେନ୍ସି ଘେରି ଯାଇଥିଲେ । ତତ୍‌କ୍ଷଣାତ୍ ସମସ୍ତ ଯାତ୍ରୀଙ୍କୁ ବିମାନରୁ ସୁରକ୍ଷିତ ଓହ୍ଲାଇ ଦିଆଯାଇଥିଲା । ବୋମା ନିଷ୍କ୍ରିୟକାରୀ ଦଳ ବିମାନ ଭିତରେ ତନ୍ନ ତନ୍ନ ଯାଞ୍ଚ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kishtwar Encounter: 8 Security Personnel Injured in Gunfight with Terrorists | Argus News