Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଉତ୍ତରାଖଣ୍ଡର ଧରାଲୀ ପରେ ଏବେ ଜମ୍ମୁ କଶ୍ମୀରରେ ପ୍ରକୃତିର ତାଣ୍ଡବ

National

ଉତ୍ତରାଖଣ୍ଡର ଧରାଲୀ ପରେ ଏବେ ଜମ୍ମୁ କଶ୍ମୀରରେ ପ୍ରକୃତିର ତାଣ୍ଡବ

Smruti Parija
Browse all articles by Smruti Parija
·8 months ago·2 min read
ଉତ୍ତରାଖଣ୍ଡର ଧରାଲୀ ପରେ ଏବେ ଜମ୍ମୁ କଶ୍ମୀରରେ ପ୍ରକୃତିର ତାଣ୍ଡବ

Key Points

ପ୍ରକୃତିର ତାଣ୍ଡବ...ଚାରିଆଡେ ହା ହା କାର

ମାଟି ତଳୁ ଚାଲିଛି ଜୀବନ ଖୋଜା

ବଢି ଚାଲିଛି ମୃତ୍ୟୁ ସଂଖ୍ୟା

ଭାରତର ଭୂ ସ୍ୱର୍ଗ ଜମ୍ମୁ କଶ୍ମୀର । ଯେଉଁଠିକୁ ଜୀବନ କାଳରେ ଥରୁଟିଏ ହେଉ ପଛେ ବୁଲିଯିବାକୁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ । ଏହାର ସୌନ୍ଦର୍ଯ୍ୟ...ଏହାର ପରିବେଶ ସମସ୍ତଙ୍କୁ ଆକୃଷ୍ଟ କରେ । ହେଲେ ଏବେ ଏହି ସ୍ଥାନର ସ୍ଥିତି ପୁରା ବେହାଲ । କାରଣ ପ୍ରକୃତି ଏଠି ତାଣ୍ଡବ ରଚିଛି ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଉତ୍ତରାଖଣ୍ଡର ଧରାଲୀ ପରେ ଏବେ ଜମ୍ମୁ କଶ୍ମୀରରେ ପ୍ରକୃତିର ତାଣ୍ଡବ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରିଦେଇଛି । ଏମିତି ସବୁ ଦୃସ୍ୟ ଆସୁଛି ଯାହାକୁ ଦେଖିଲେ ଛାତି ଥରି ଉଠିବ । କିସ୍ତଓ୍ବାରରେ ବାଦଲଫଟା ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ୪୬କୁ ବୃଦ୍ଧି ପାଇଥିବାବେଳେ ୧୨୦ ଉଦ୍ଧାରଙ୍କ ମଧ୍ୟରୁ ୨୮ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଏବେ ବି ଅନେକ ଲୋକ ମାଟି ଅତଡା ତଳେ ଚାପି ହୋଇ ରହିଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରିହିଛି ।


ଏବେ ବି ମାଟି ତଳୁ ଚାଲିଛି ଜୀବନ ଖୋଜା । ବାଦଲ ଫଟା ବର୍ଷା ପାଇଁ ବନ୍ୟା ଆସିବାରୁ ମଚୈଲ ମାତା ମନ୍ଦିର ନିକଟରେ ଏକତ୍ରିତ ହୋଇଥିବା ଅନେକ ଶ୍ରଦ୍ଧାଳୁ ଭାସିଯାଇଛନ୍ତି । ସେନା ସହ ଏନଡିଆରଏଫ୍‍, ଏସଡିଆରଏଫ୍ ଓ ରାଜ୍ୟ ପୋଲିସ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ରାଜୌରୀ ଏବଂ ପୁଞ୍ଚରେ ବି ପ୍ରବଳ ବର୍ଷା ହୋଇଛି । ଫଳରେ ସେଠାରେ ନଦୀ ଗୁଡିକ ବିପଦପୂର୍ଣ୍ଣ ଭାବେ ପ୍ରବାହିତ ହେଉଛି ।

Sponsored
jammu-kashmir-natural-disaster-death-trol-risen-to-46-argus-news | Argus News