Crime News / ଜମୁଇ ପରେ ସମସ୍ତିପୁରରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ: ଭିଡିଓ ଭାଇରାଲ୍ ପରେ ୪ ଗିରଫ
·1 hour ago·2 min read

Key Points
ପ୍ରଥମେ ବିହାରର ଜମୁଇ ଆଉ ଏବେ ପୁଣି ସେହି ବିହାରର ସମସ୍ତିପୁର
ରାସ୍ତାରେ ଜଣେ ଯୁବତୀଙ୍କୁ ଅଟକାଇ ଅଶାଳୀନ ବ୍ୟବହାର କରିଛନ୍ତି

ବ୍ୟାକ ଟୁ ବ୍ୟାକ ଲଜ୍ଜାଜନକ ଘଟଣା।
। ଏନକାଉଣ୍ଟର କରିଲେ ବି ଅଭିଯୁକ୍ତ ଡରୁ ନାହାନ୍ତି। ଜମୁଇ ନାବାଳିକା ଅସଦାଚରଣ ଘଟଣା ମନରୁ ଥମି ନ ଥିବା ବେଳେ ଏହାର ଦୁଇଦିନ ପରେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର କପିଳାସ ରାସ୍ତାରେ ଜଣେ ଯୁବତୀଙ୍କ ସହ କିଛି ଯୁବକ ଅଶାଳୀନ ବ୍ୟବହାର କରିଥିଲେ। ଯେଉଁଥିରେ ପୋଲିସ ୪ଜଣଙ୍କୁ ଗିରଫ କରିଥିଲା। ଆଜି ପୁଣି ସମସ୍ତିପୁରରେ ସେହିଭଳି କାଣ୍ଡ। ଯାହାକୁ ଦେଖିଲେ ଆପଣଙ୍କର ବି ରକ୍ତ ଗରମ ହୋଇଯିବ। ଜଣେ ନାବାଳିକାଙ୍କ ପ୍ରତି ଅସଦାଚରଣ କରାଯାଇଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଦ୍ରୂତ ଗତିରେ ଭାଇରାଲ ହେବାପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଛଅଘଣ୍ଟା ମଧ୍ୟରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ ବୁଧବାର ସନ୍ଧ୍ୟାରେ (ସେପ୍ଟେମ୍ବର ୨୩) ଜଣେ ଝିଅ ଏବଂ ଜଣେ ପୁଅ ସମସ୍ତିପୁର ଜିଲ୍ଲାର ଜଗତସିଂପୁର ଗାଁର ବନ୍ଧ ବାଇପାସ୍ ରାସ୍ତା ଦେଇ ଯାଉଥିଲେ। ଝିଅଟି ରାସ୍ତାରେ ଅଟକି ଫଟୋ ଉଠାଇଥିଲା।
ସେହି ସମୟରେ କିଛି ସ୍ଥାନୀୟ ଯୁବକ ସେଠାରେ ପହଞ୍ଚି ଝିଅଟିକୁ ଘେରିଯାଇଥିଲେ। ଏବଂ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ। ପୁରୁଷ ବନ୍ଧୁଙ୍କୁ ଏମିତି ମାରିଲେ ଯେ, ସେ ସେହି ଜାଗା ଛାଡ଼ି ଚାଲିଯାଇଥିଲା। ପୁରୁଷ ବନ୍ଧୁ ଜଣକ ଚାଲିଯିବାପରେ ଅଭିଯୁକ୍ତ ମାନେ ସମ୍ପୃକ୍ତ ଯୁବତୀଙ୍କ ସହ ଦୁଷ୍କର୍ମ ଉଦ୍ୟମ ଏବଂ ଖରାପ ସ୍ପର୍ଶ କରିବାର ମଧ୍ୟ ଅଭିଯୋଗ ଅଛି। ଏହି ସମୟ ମଧ୍ୟରେ କେହି ଜଣେ ତାଙ୍କ ମୋବାଇଲ୍ ଫୋନ୍ରେ ସମ୍ପୂର୍ଣ୍ଣ ଘଟଣାର ଭିଡିଓ ରେକର୍ଡ କରିଥିଲେ। କିଛି ସମୟ ପରେ, ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଭାଇରାଲ୍ ଭିଡିଓ ପରେ, ମାମଲା ପୋଲିସ ପାଖରେ ପହଞ୍ଚିଥିଲା ଏବଂ ସେମାନେ ତଦନ୍ତ ଆରମ୍ଭ କରିଥିଲେ।
ଏଥି ସହ ପଢନ୍ତୁ : କୋର୍ଟରେ ହାଜର ହେଲା ଅଭିଯୁକ୍ତ ହରେରାମ ଯାଦବ; ସର୍ବସାଧାରଣରେ ଓକିଲେ ମାରିଲେ ଚାପୁଡ଼ା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୋଲିସର କହିବା ଅନୁଯାୟୀ ଭିଡିଓ ଦେଖାଯାଇଥିବା ପୀଡ଼ିତା ଜଣକ ନାବାଳିକା ପରି ଲାଗୁଛନ୍ତି। ଭାରତୀୟ ନ୍ୟାୟ ସଂହିତା ଅନୁସାରେ ପକ୍ସୋ ଆକ୍ଟ ଅନୁଯାୟୀ ଏକ ମାମଲା (ନଂ. ୧୧୭/୨୬) ରୁଜୁ କରାଯାଇଛି। ସଦର ଡିଏସପି ଦୁର୍ଗେଶ ଦୀପକ ଏବଂ ଏସପି ଅରବିନ୍ଦ ପ୍ରତାପ ସିଂହ କହିଛନ୍ତି ଯେ, ଗିରଫ ୪ ଯୁବକ ହେଲେ ରାହୁଲ କୁମାର, ବିକାଶ କୁମାର, ରାମବାବୁ ସହନି, ଅବଧେଶ ପାଶଓ୍ବାନ ସମସ୍ତଙ୍କ ଘର ଜଗତସିଂହପୁର ଏବଂ ଆଖପାଖ ଗାଁର। ପୋଲିସ କହିଛି ଯେ, ଏଭଳି ଦୋଷ ପାଇଁ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।
ସେପଟେ ସମସ୍ତିପୁର ପୋଲିସ ମିଡିଆ ଏବଂ ୟୁଜର୍ସ ମାନଙ୍କୁ ଅପିଲ କରିଛି ଯେ, ପୀଡ଼ିତାଙ୍କର କୌଣସି ଫଟୋ ପୋଷ୍ଟ ସୋସିଆଲ ମିଡିଆରେ ଶେୟାର ନ କରିବାକୁ। କାରଣ ଏହା ତାଙ୍କୁ ମାନସିକ ଏବଂ ସାମାଜିକ ଭାବେ ବହୁ କ୍ଷତି ପହଞ୍ଚାଇବ। ଏହି କଣ୍ଟେଣ୍ଟ କୌଣସି ବି ଆଇଡିରୁ ଶେୟାର କରିବା ଆଇନ ହିସାବରେ ଦଣ୍ଡନୀୟ ଅପରାଧ। ସେଥିପାଇଁ ସବୁ ଲୋକ ଏଥିପ୍ରତି ଦାୟିତ୍ବବାନ ହେବା ଦରକାର।

Related Topics
Explore more stories