|
logo
Live

Argus News - ଚ୍ୟାଲେଞ୍ଜ ହାରିଗଲେ ପ୍ରଶାନ୍ତ, ରାଜନୀତି ଛାଡ଼ିଦେବେ ତ ? ନହେଲେ ମୁହଁ ଦେଖାଇବେ କେମିତି...

National

Bihar Election / ଚ୍ୟାଲେଞ୍ଜ ହାରିଗଲେ ପ୍ରଶାନ୍ତ, ରାଜନୀତି ଛାଡ଼ିଦେବେ ତ ? ନହେଲେ ମୁହଁ ଦେଖାଇବେ କେମିତି...

Satyendu Sekhar Mishra
Browse all articles by Satyendu Sekhar Mishra
·4 months ago·3 min read
ଚ୍ୟାଲେଞ୍ଜ ହାରିଗଲେ ପ୍ରଶାନ୍ତ, ରାଜନୀତି ଛାଡ଼ିଦେବେ ତ ? ନହେଲେ ମୁହଁ ଦେଖାଇବେ କେମିତି...

Key Points

ଦିନ ଥିଲା ପ୍ରଶାନ୍ତ କିଶୋର ଅନେକ ବଡ଼ ବଡ଼ ଦଳ ପାଇଁ ଇଲେକ୍ସନ ଷ୍ଟ୍ରାଟେଜୀ ମେକର ଭାବେ କାର୍ଯ୍ୟ କରୁଥିଲେ ।
ପ୍ରାୟ ସବୁ କ୍ଷେତ୍ରରେ ସେ ସଫଳ ହୋଇଛନ୍ତି ।

ରାଜନୀତି ଛାଡ଼ିଦେବେ ପ୍ରଶାନ୍ତ କିଶୋର ! ଏକଥା ଆମେ କହୁନାହୁଁ, ଏକଥା ସେ ନିଜେ କହିଛନ୍ତି । ନିର୍ବାଚନ ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ସେ ସାକ୍ଷାତକାର ଦେଇ ଏଭଳି ଚ୍ୟାଲେଞ୍ଜ ରଖିଥିଲେ । ସେ କହିଥିଲେ 'ଯଦି ନୀତିଶ କୁମାରଙ୍କ ଜେଡିୟୁ ୨୫ ସିଟ୍‌ରୁ ଅଧିକ ଆସନ ଜିତିଯାଏ, ତେବେ ମୁଁ ରାଜନୀତି ଛାଡ଼ିଦେବି' ।

ଗୋଟିଏ ସାକ୍ଷାତକାର ନୁହେଁ ଏମିତି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସାକ୍ଷାତକାରରେ ସେ ଏଭଳି ଚ୍ୟାଲେଞ୍ଜ ଦେଇଥିଲେ । ଏବେ ଜେଡିୟୁ ଦ୍ୱିତୀୟ ବଡ଼ ଦଳ ଭାବେ ବିହାରରେ ଉଭା ହୋଇଛି । ସେ ୮୫ ଆସନରେ ବିଜୟୀ ହୋଇଛି । ତେଣୁ ଏବେ ପ୍ରଶ୍ନ ଉଠୁଛି, ପ୍ରଶାନ୍ତଙ୍କ ଚ୍ୟାଲେଞ୍ଜ ହାରି ଯାଇଛନ୍ତି । ତେଣୁ ଏବେ ସେ ସତରେ ରାଜନୀତି ଛାଡ଼ିଦେବେ ନା ନୂଆ ବାହାନା ଖୋଜିବେ । ଖାଲି ସେତିକି ନୁହେଁ, ପ୍ରଶାନ୍ତ କିଶୋର ଆହୁରି ମଧ୍ୟ ଚ୍ୟାଲେଞ୍ଜ କରିଥିଲେ ଯେ ନଭେମ୍ବର ପରେ ବିହାର ନୂଆ ମୁଖ୍ୟମନ୍ତ୍ରୀ ଦେଖିବ । ନୀତିଶ ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ । ଏହାସହ ସେ କହିଥିଲେ 'ଲେଖିକି ରଖନ୍ତୁ NDA ସରକାର ବହୁମତ ସହ କ୍ଷମତାକୁ ଆସିପାରିବ ନାହିଁ' । ତାଙ୍କର ସବୁ ଆକଳନ ଭୁଲ ହେଲା ।

ଅନ୍ୟପଟେ ବିହାରରେ ପ୍ରଶାନ୍ତଙ୍କ ଜନସ୍ୱରାଜ ପାର୍ଟି ଖାତା ବି ଖୋଲିପାରି ନାହିଁ । ତାଙ୍କ ଦଳ ଗୋଟିଏ ବି ଆସନ ଜିତି ନାହିଁ । ତେଣୁ ଏହାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଯେଉଁଠି ବିଜେପି ୮୯ ସିଟ୍‌ ପାଇଥିବା ବେଳେ ଜେଡିୟୁ ୮୫ ସିଟ ହାତେଇଛି । ସେପଟେ ରାମ ବିଳାଶଙ୍କ LJP ୧୯ ସିଟ୍‌ ହାତେଇଛି । ଅନ୍ୟପଟେ RJD ୨୫ ସିଟ୍ ଓ କଂଗ୍ରେସ ୬ ସିଟ୍ ପାଇଛି । ଆଉ ଅନ୍ୟାନ୍ୟ ଦଳ ମାନେ ମଧ୍ୟ ୫-୫ ସିଟ୍ ହାତେଇଛନ୍ତି । ହେଲେ ପ୍ରଶାନ୍ତଙ୍କ ଜନ ସୂରାଜ ପାର୍ଟି ଗୋଟିଏ ବି ଆସନ ଜିତିବାରେ ସଫଳ ହୋଇନାହିଁ । ତେଣୁ ଏବେ ସାରା ଦେଶରେ ଚର୍ଚ୍ଚା, 'ଅନ୍ୟକୁ କହିବା ସହଜ, କିନ୍ତୁ ନିଜେ କରିବା ଭାରି କଷ୍ଟ' ।

ଦିନ ଥିଲା ପ୍ରଶାନ୍ତ କିଶୋର ଅନେକ ବଡ଼ ବଡ଼ ଦଳ ପାଇଁ ଇଲେକ୍ସନ ଷ୍ଟ୍ରାଟେଜୀ ମେକର ଭାବେ କାର୍ଯ୍ୟ କରୁଥିଲେ । ପ୍ରାୟ ସବୁ କ୍ଷେତ୍ରରେ ସେ ସଫଳ ହୋଇଛନ୍ତି । ବିଜେପି ପାଇଁ ହେଉ କି ମମତାଙ୍କ TMC ପାଇଁ ହେଉ, ଏମିତିକି ନୀତିଶଙ୍କୁ ମଧ୍ୟ ସେ କ୍ରାଇସିସ୍‌ରୁ ବାହାର କରି ସେଫ୍‌ ଜୋନ୍‌ରେ ଛାଡ଼ିଥିଲେ । ହେଲେ ଏବେ ସେ ନିଜେ ଯେତେବେଳେ ମୈଦାନକୁ ଓହ୍ଲାଇଲେ, ସେ ସମ୍ପୂର୍ଣ୍ଣ ବିଫଳ ହେଲେ । ତାଙ୍କ ଜନ ସୁରାଜ ପାର୍ଟି ବିହାରରେ ୨୩୪ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ହେଲେ କୌଣସି ଗୋଟିଏ ବି ଆସନରେ ସେ ବାଜି ମାରିପାରିଲେ ନାହିଁ ।

ନିର୍ବାଚନ ପୂର୍ବରୁ ଜନ ସୁରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ନିର୍ବାଚନ ଲଢ଼ିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । ଯେତେବେଳେ ଦଳ ତା'ର ପ୍ରଥମ ତାଲିକା ପ୍ରକାଶ କଲା, ସେତେବେଳେ ରିତେଶ ପାଣ୍ଡେଙ୍କୁ କରଗାହାର ଆସନରୁ ପ୍ରାର୍ଥୀ କରାଯାଇଥିଲା । ଯେଉଁଠାରୁ ପ୍ରଶାନ୍ତ କିଶୋରଙ୍କୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ଯେତେବେଳେ ତାଙ୍କ ନାମ ଘୋଷଣା କରାଯାଇ ନଥିଲା, ସେତେବେଳେ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା ଯେ ଦଳର ଦ୍ୱିତୀୟ ତାଲିକାରେ ତାଙ୍କ ନାଁ ଆସିବ । କିନ୍ତୁ ଦ୍ୱିତୀୟ ତାଲିକାରେ ତାଙ୍କ ନାମ ମଧ୍ୟ ସାମିଲ ନଥିଲା । ସେ ରାଘୋପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ମଧ୍ୟ ଆଲୋଚନା ହେଉଥିଲା, କିନ୍ତୁ ପ୍ରଶାନ୍ତ କିଶୋର ନିର୍ବାଚନ ନଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ।

ସେପଟେ ଚଳିତ ବିହାର ବିଧାନସଭା ନିର୍ବାଚନ ଅନେକ ରେକର୍ଡ ସୃଷ୍ଟି କରିଛି । ବିହାରର ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ ୬୭.୧୩ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଏହା ବ୍ୟତୀତ ବିହାରର କୌଣସି ମତଦାନ କେନ୍ଦ୍ରରେ ପୁନଃ ମତଦାନ ଆବଶ୍ୟକ ନଥିଲା। ମତଦାନ ସମୟରେ ହିଂସାର ମଧ୍ୟ ଶୂନ୍ୟ ଘଟଣା ଘଟିଥିଲା। ସାମଗ୍ରିକ ଭାବରେ, ଏହି ନିର୍ବାଚନରେ ​​ଏକ ସ୍ୱଚ୍ଛ ଏବଂ ହିଂସାମୁକ୍ତ ଭାବେ ଶେଷ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bihar Election: ଚ୍ୟାଲେଞ୍ଜ ହାରିଗଲେ ପ୍ରଶାନ୍ତ, ରାଜନୀତି ଛାଡ଼ିଦେବେ ତ ? ନହେଲେ ମୁହଁ ଦେଖାଇବେ କେମିତି... | Argus News