ଭାଇରାଲ ହେଉଛି ଜନତା ଖାନା: ୧୫ ଟଙ୍କାରେ ପେଟ ଫୁଲ ଖାଇବା

Key Points
ଭାଇରାଲ ହେଉଛି ‘ଜନତା ଖାନା
ମାତ୍ର ୧୫ ଟଙ୍କାରେ ପେଟ ଫୁଲ ଖାଇବା
୧୫ ଟଙ୍କାରେ ୭ଟି ପୁରୀ ଆଉ ତରକାରୀ ପେଟ ପୂରା ଫୁଲ୍
ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ
ଭାରତୀୟ ରେଳବାଇର ‘ଜନତା ଖାନା’ ଏବେ ସମସ୍ତଙ୍କ ମୁହଁରେ ହସ ଫୁଟାଇ ଦେଇଛି । ମାତ୍ର ୧୫ ଟଙ୍କାରେ ପେଟପୂରା ଖାଦ୍ୟ କାହାକୁ ବା ଦରକାର ନାହିଁ । ୧୫ ଟଙ୍କାରେ ୭ଟି ପୁରୀ ଆଉ ତରକାରୀ ପେଟ ପୂରା ଫୁଲ୍ । IRCTC ଏବଂ ଭାରତୀୟ ରେଳବାଇ ମିଶି ୧୫ ଟଙ୍କାର ଜନତା ଖାନା ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି ।
IRCTC ଏବଂ ଭାରତୀୟ ରେଳବାଇ ଗତ ବର୍ଷ ମିଳିତ ଭାବରେ ଏହି ପ୍ରୟାସ ଆରମ୍ଭ କରିଥିଲେ । ଏହି ଯୋଜନାରେ ଲକ୍ଷ ଲକ୍ଷ ଲୋକଙ୍କୁ ଶସ୍ତାରେ ଖାଦ୍ୟ ଯୋଗାଇ ଦିଆଯାଉଛି । ବିଶେଷକରି ସାଧାରଣ କୋଚ୍ରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଷ୍ଟେସନ ଏବଂ ଟ୍ରେନ୍ ଭିତରେ ଶସ୍ତା ଖାଦ୍ୟ ବ୍ୟବସ୍ଥା କରିବାର ଯୋଜନା ଥିଲା।
ଏହି ଖାଇବାକୁ 'ଜନତା ଖାନା' ବୋଲି କୁହାଯାଉଛି। ମାତ୍ର ୧୫ ଟଙ୍କାରେ ଏହି ଖାଇବା ବିକ୍ରି କରାଯାଉଛି । ଏଥିରେ ୭ଟି ପୁରୀ, ତରକାରୀ ଏବଂ ଆଚାର ଯାତ୍ରୀଙ୍କୁ ଯୋଗାଇ ଦିଆଯାଉଛି ଏବଂ ୩୦୦ ମିଲି ପାଣି ବୋତଲ ଯାତ୍ରୀମାନଙ୍କୁ ୨୦ ଟଙ୍କାରେ ବିକ୍ରି କରାଯାଉଛି ।
ଏବେ ଭାରତୀୟ ରେଳବାଇର ୧୫ ଟଙ୍କାର ଜନତା ଖାନାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏପର୍ଯ୍ୟନ୍ତ ଆଠ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖିସାରିଛନ୍ତି। ଲୋକମାନେ ସୋସିଆଲ ମିଡିଆରେ ମିଶ୍ରିତ ପ୍ରତିକ୍ରିୟା ଦେଉଛନ୍ତି। କିଛି ବ୍ୟବହାରକାରୀ ଭାରତୀୟ ରେଳବାଇର ଏହି ପଦକ୍ଷେପକୁ ପ୍ରଶଂସା କରୁଛନ୍ତି, ଯେତେବେଳେ କି କିଛି ଲୋକ ଖାଦ୍ୟର ଗୁଣବତ୍ତା ସମ୍ପର୍କରେ ରେଳବାଇ ଉପରେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି।
🚨 Janata Khana: Indian Railways’ Affordable Meal Scheme for Just ₹15. 🚆🇮🇳 pic.twitter.com/hFcoogwQbv
— Gems (@gemsofbabus_) June 26, 2025
ଏହି ଭାଇରାଲ ଭିଡିଓ ଉପରେ ପ୍ରତିକ୍ରିୟା ଦେଇ ଜଣେ ୟୁଜର ଲେଖିଛନ୍ତି ଯେ, ସତ କହିବାକୁ ଗଲେ, ଏହି ଖାଦ୍ୟ ଏହି ମୂଲ୍ୟରେ ଭଲ ଦେଖାଯାଉଛି, ଦେଶର ସମସ୍ତ ରେଳ ଷ୍ଟେସନରେ ଏପରି ବ୍ୟବସ୍ଥା କରାଯିବା ଉଚିତ୍। ସେହିପରି ଅନ୍ୟ ଜଣେ ୟୁଜର ସୋସିଆଲ ମିଡିଆରେ ଲେଖିଛନ୍ତି, ମାତ୍ର ୧୫ ଟଙ୍କାରେ ପୂର୍ଣ୍ଣ ଭୋଜନ, ଏବେ ସାର୍ବଜନୀନ ସେବା ଏହିପରି ହେବା ଉଚିତ୍। ସାର୍ବଜନୀନ ଖାଦ୍ୟର ଦର କମ୍ ରହିଛି।