Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପହଲଗାମ୍ ଆତଙ୍କୀ ହମଲା, କ୍ଷତିପୂରଣ ଘୋଷଣା କଲେ ସରକାର

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପହଲଗାମ୍ ଆତଙ୍କୀ ହମଲା, କ୍ଷତିପୂରଣ ଘୋଷଣା କଲେ ସରକାର

ପେହେଲଗାମ୍ ଆତଙ୍କୀ ହାମଲା ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ଏହି ଘଟଣାରେ 26 ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ତେବେ ଗୃହମନ୍ତ୍ରୀ ଅମିତ ଶାହା ଆଜି ମୃତ ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିବା ବେଳେ ବର୍ତ୍ତମାନ ଜାମ୍ମୁ କାଶ୍ମୀର ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଘୋଷଣା କରାଯାଇଛି । ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ନେଇ ଘୋଷଣା କରିଛନ୍ତି ଜାମ୍ମୁ କାଶ୍ମୀର ସରକାର । ତେବେ ଆହତଙ୍କ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଘୋଷଣା କରାଯାଇ ନାହିଁ । ଅନ୍ୟପଟେ ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସାଉଦୀରୁ ଫେରି ଆସିଛନ୍ତି ।


ପ୍ରଧାନମନ୍ତ୍ରୀ ମୋଦୀ ବିମାନବନ୍ଦରରେ ଅବତରଣ କରିବା ମାତ୍ରେ, ସେ ତୁରନ୍ତ ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ବିମାନବନ୍ଦରରେ ଏକ ବଡ଼ ବୈଠକ କରିଥିଲେ । ଏହାରି ଭିତରେ ସୁରକ୍ଷା ବାହିନୀ ଆଜି ପାଲଟା ଜବାବ ଦେଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିରେ 2 ଆତଙ୍କୀ ଟଳି ଯାଇଛନ୍ତି । ସୁନ୍ଦର ବୈସରନ ଉପତ୍ୟକାକୁ ଟ୍ରେକିଂ ପାଇଁ ଆସିଥିବା ଏକ ପର୍ଯ୍ୟଟକ ଦଳକୁ ଟାର୍ଗେଟ କରାଯାଇଥିଲା। ଧର୍ମ ପଚାରି ପଚାରି ଗୁଳି ଚାଳନା କରିଥିଲେ । ଏହାରି ଭିତରେ 26 ପର୍ଯ୍ୟଟକ ପ୍ରାଣ ହରାଇଥିବା ବେଳେ 10ରୁ ଅଧିକ ଆହତ ହୋଇଥିଲେ । ଏଘଟଣା ପରେ ସାରା ଦେଶ ସ୍ତବ୍ଧ ହୋଇପଡିଛି। କିଭଳି ଭାବରେ ସୀମା ଟପିଲା ନୃଶଂସତା। ସୈତାନ ସାଜିଲେ ଆତଙ୍କୀ। ଚାହୁଁ ଚାହୁଁ ନେଇଗଲେ ୨୬ ନିରୀହ ଜୀବନ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଥିବା ଲୋକେ ପୂରା ଘଟଣା ସମ୍ପର୍କରେ ଯେଉଁ ସୂଚନା ଦେଇଛନ୍ତି , ତାହା ଭୟଙ୍କର । ସେମାନଙ୍କ କହିବା କଥା, ସେନା ପୋଷାକ ପିନ୍ଧି ଆସିଥିବା ଆତଙ୍କୀ ମାନେ ପର୍ଯ୍ୟଟକଙ୍କ ନାଁ ଓ ଧର୍ମ ପଚାରି ଗୁଳି କରି ଚାଲିଥିଲେ । ଆଉ ଏହି ଆକ୍ରମଣରେ ପ୍ରାଣ ହରାଇଥିଲେ ୨୭ ପର୍ଯ୍ୟଟକ । ଅନେକ ପର୍ଯ୍ୟଟକ ଆହତ ହୋଇ ପହଲଗାମ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।


ଅଧିକ ପଢ଼ନ୍ତୁ ଦେଶ ଖବର:

Sponsored
jandk-govt-announces-indian-rupee10-lakh-compensation-to-families-of-pahalgam-terror-attack-victims-news | Argus News