japan pm resigns;କାହିଁକି ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ ?

Key Points
ଜାପାନ ପ୍ରଧାନମନ୍ତ୍ରୀ ଇସିବା ଶିଗେରୁଙ୍କ ଇସ୍ତଫା ଅପର୍ ହାଉସ୍ ନିର୍ବାଚନରେ ଶାସକ LDPର ପରାଜୟ ପାଇଁ ଇସ୍ତଫା LPDରେ ବିଭାଜନ ଆଶଙ୍କା କରି ସଭାପତି ପଦରୁ ମଧ୍ୟ ଓହରିଲେ
ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ ଇସିବା ଶିଗେରୁ । LPDରେ ବିଭାଜନ ଆଶଙ୍କା କରି ସଭାପତି ପଦରୁ ମଧ୍ୟ ଓହରିଲେ ଇସିବା ଶିଗେରୁ । ଗତବର୍ଷ ଅକ୍ଚୋବରରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ ଶିଗେରୁ । ଶିଗେରୁଙ୍କ ଇସ୍ତଫା ଘୋଷଣା କରିବା ପରେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ଥିବା ଦେଶର କିଏ ଧରିବ ମଙ୍ଗ ତାହା ଉପରେ ସମସ୍ତଙ୍କ ନଜର ।
ଜାପାନର ପରବର୍ତ୍ତୀ ନେତା ବାଛିବା ପ୍ରକ୍ରିୟା ପୂର୍ବ ଅପେକ୍ଷା ଅଧିକ ଜଟିଳ ହେବ । କାରଣ ଇଶିବାଙ୍କ ଲିବରଲ୍ ଡେମୋକ୍ରାଟିକ୍ ପାର୍ଟି (LDP), ଯିଏ ଯୁଦ୍ଧ ପରବର୍ତ୍ତୀ ସମୟର ଅଧିକାଂଶ ସମୟ ପାଇଁ ଜାପାନକୁ ଶାସନ କରିଛି । ଏବଂ ଏହାର କନିଷ୍ଠ ମେଣ୍ଟ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସଂସଦର ଉଭୟ ଗୃହରେ ସେମାନଙ୍କର ସଂଖ୍ୟାଗରିଷ୍ଠତା ହରାଇଛି ।
📱 Get Argus News App
✨ଇଶିବା ଗତ ବର୍ଷ ଅକ୍ଟୋବରରେ ଦୀର୍ଘକାଳୀନ ପ୍ରଭାବଶାଳୀ LDPର ନେତୃତ୍ୱ ନେଇଥିଲେ । ହେଲେ ସେବେଠାରୁ ସଂସଦର ଉଭୟ ଗୃହରେ ବହୁମତ ହରାଇଛନ୍ତି । ସେ ଏକ ମାସରୁ ଅଧିକ ସମୟ ଧରି ତାଙ୍କ ନିଜ ଦଳ ଭିତରେ ଡାହାଣପନ୍ଥୀ ବିରୋଧୀଙ୍କ ପଦ ଛାଡିବା ଦାବିକୁ ପ୍ରତିରୋଧ କରିଆସୁଥିଲେ । ତାଙ୍କ ଇସ୍ତଫା ଦେବାର ନିଷ୍ପତ୍ତି ତାଙ୍କ ଲିବରେସନ୍ ଡେମୋକ୍ରାଟିକ୍ ପାର୍ଟି ଶୀଘ୍ର ନେତୃତ୍ୱ ନିର୍ବାଚନ କରିବ କି ନାହିଁ ତାହା ନିଷ୍ପତ୍ତି ନେବାର ଗୋଟିଏ ଦିନ ପୂର୍ବରୁ ଆସିଛି ।