Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ନବ ନିର୍ବାଚିତ ବିଜେପି ସାଂସଦ କଙ୍ଗନା ରାଣାଓ୍ବତଙ୍କୁ ଚାପୁଡ଼ା ମାରିଲେ ଯବାନ

Ritu Das
Browse all articles by Ritu Das
·2 years ago·1 min read
ନବ ନିର୍ବାଚିତ ବିଜେପି ସାଂସଦ କଙ୍ଗନା ରାଣାଓ୍ବତଙ୍କୁ ଚାପୁଡ଼ା ମାରିଲେ ଯବାନ

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ତଥା ନବ ନିର୍ବାଚିତ ବିଜେପି ସାଂସଦ କଙ୍ଗନା ରାଣାଓ୍ବତଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଚଣ୍ଡିଗଡ଼ ବିମାନ ବନ୍ଦରରେ ଚାପୁଡ଼ା ମାରିଲେ CISF ଗାର୍ଡ। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିନେତ୍ରୀ ଦାବି କରିଛନ୍ତି। ସୂଚନା ଅନୁସାରେ, ତାଙ୍କୁ ତାପୁଡ଼ା ମାରିଥିବା ଗାର୍ଡଙ୍କ ନାମ କୁଲବିନ୍ଦର କୌର ବୋଲି କୁହାଯାଉଛି। 

କଙ୍ଗନା ରାଣାଓ୍ବତଙ୍କ ରାଜନୈତିକ ପରାମର୍ଶଦାତାଙ୍କ କହିବା ଅନୁଯାୟୀ, ଚଣ୍ଡିଗଡ଼ ବିମାନ ବନ୍ଦରରେ ଜଣେ CISF ଗାର୍ଡ କଙ୍ଗାନଙ୍କୁ ଚାପୁଡ଼ା ମାରିଥିଲେ। ସମ୍ପୃକ୍ତ ଗାର୍ଡଙ୍କୁ ହଟାଇ ତାଙ୍କ ବିରୋଧରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି। କୃଷକ ଆନ୍ଦୋଳନ ବିରୋଧରେ କହିବାରୁ କଙ୍ଗନା ରାଣାଓ୍ବତଙ୍କ ଉପରେ CISF ଗାର୍ଡମାନେ ରାଗିଯାଇଥିଲେ ବୋଲି ଦାବି କରାଯାଇଛି। 

ସୂଚନା ଥାଉ କି, ମଣ୍ଡିରୁ ଲୋକସଭା ନିର୍ବାଚନ ଜିତିବାପରେ କଙ୍ଗନା ରାଣାଓ୍ବତ ଆଜି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ସେପଟେ ଚଣ୍ଡିଗଡ଼ ଏୟାରପୋର୍ଟରୁ ମାଡ଼ ମାରିବା ଖବର ସାମ୍ନାକୁ ଆସିଛି। କଙ୍ଗନା ସୋସିଆଲ ମିଡିଆରେ ନିଜର ଫଟୋ ଶେୟାର କରିଛନ୍ତି ଯେ, ସେ ସଂସଦ ଯାଉଛନ୍ତି। କଙ୍ଗନା ଇନଷ୍ଟାରେ ନିଜର ଫଟୋ ମଧ୍ୟ ଶେୟାର କରିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
Jawan slapped | Argus News