Jawans Social Media Ban / ଯବାନଙ୍କ ପାଇଁ ସୋସିଆଲ ମିଡିଆ କଟକଣା: ଦେଖିପାରିବେ କିନ୍ତୁ ଲେଖିପାରିବେ ନାହିଁ
·8 months ago·2 min read

Key Points
ଭାରତୀୟ ସେନା ସୋସିଆଲ ମିଡିଆ ଉପଯୋଗ ଲାଗି ନିଜ ନୀତିରେ ପରିବର୍ତ୍ତନ କରିଛି
ଯବାନମାନେ କୌଣସି ପୋଷ୍ଟକୁ ଲାଇକ୍ କରିପାରିବେନି
କୌଣସି ପୋଷ୍ଟକୁ ଶେୟାର ମଧ୍ୟ କରିପାରିବେନି

ଭାରତୀୟ ସେନା ସୋସିଆଲ ମିଡିଆ ଉପଯୋଗ ଲାଗି ନିଜ ନୀତିରେ ପରିବର୍ତ୍ତନ କରିଛି। ଏହି ନୂଆ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଅନୁସାରେ ସେନା ଯବାନ ଓ ଅଧିକାରୀ ଇନଷ୍ଟାଗ୍ରାମର ଉପଯୋଗ ଏବେ କେବଳ ମନିଟରିଂ ଓ ଦେଖିବା ଲାଗି କରିପାରିବେ। ତେବେ ସେମାନେ କୌଣସି ପୋଷ୍ଟକୁ ଲାଇକ୍ କରିପାରିବେନି କି କୌଣସି ପୋଷ୍ଟ କରିପାରିବେନି। ତେବେ ସୂତ୍ର ଅନୁସାରେ ଡିଜିଟାଲ ଗତିବିଦ୍ଧିକୁ ନେଇ ସେନା ଲାଗି ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ସବୁ ନିୟମ ଆଗଭଳି ରହିବ।
ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ସୋସିଆଲ ମିଡିଆ ଉପଯୋଗକୁ ନେଇ ନୀତିର ନିର୍ଦ୍ଦେଶ ସେନାର ସବୁ ୟୁନିଟ୍ ଓ ବିଭାଗଙ୍କୁ ଜାରି କରାଯାଇଛି। କୁହାଯାଉଛି ଏହାର ଉଦ୍ଦେଶ୍ୟ ସୈନିକଙ୍କୁ ସୋସିଆଲ ମିଡିଆରେ ଥିବା ସାମଗ୍ରୀ ଦେଖିବା, ଏ ନେଇ ଅବଗତ ରହିବା ଓ ସୂଚନା ସଂଗ୍ରହର ସୀମିତ ଅନୁମତି ରହିଛି। ଏଥିରୁ ସେ ମିଥ୍ୟା ଓ ଭ୍ରାମକ କଣ୍ଟେଣ୍ଟ ଚିହ୍ନଟ କରିପାରିବେ ଓ ଏହାର ସୂଚନା ନିଜର ବରିଷ୍ଠ ଅଧିକାରୀଙ୍କୁ ଦେଇ ପାରିବେ।
ନିକଟରେ ଭାରତର ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଚାଣକ୍ୟ ଡିଫେନ୍ସ ଡାୟଲଗରେ ସେନା ଜବାନଙ୍କ ଦ୍ୱାରା ସୋସିଆଲ ମିଡିଆ ଉପଯୋଗ ନିୟମର ଉଲ୍ଲେଖ କରିଥିଲେ। ଏକ ପ୍ରଶ୍ନରେ ତାଙ୍କୁ ପଚରା ଯାଇଥିଲା ଯେ ଆଜିର ଯୁବବର୍ଗ ‘ଜେନେରେସନ-ଜେଡ୍’ ସେନାରେ ସାମିଲ ହେବାକୁ ଚାହୁଁଛି। ଆର୍ମିର ଅର୍ଥ ସୋସିଆଲ ମିଡିଆରୁ ଦୂରରେ ରହିବା। ନୂଆ ଆର୍ମି ଏହି ନୂଆ ଉପାୟକୁ ଯୋଡିବା ପାଇଁ ବିଚାର କରିପାରେକି? କାରଣ କମାଣ୍ଡିଂ ଅଫିସରଙ୍କୁ ଏହା ନିର୍ଦ୍ଧାରଣ କରିବା ମଧ୍ୟ କଷ୍ଟକର।
ଏହାର ଜବାବରେ ଜେନେରାଲ ଦ୍ୱିବେଦୀ କହିଥିଲେ ‘ଏହା ବାସ୍ତବରେ ଏକ ସମସ୍ୟା, କାରଣ ଯେତେବେଳେ ଏହି ଯୁବକମାନେ ନ୍ୟାସନାଲ ଡିଫେନ୍ସ ଆକାଡେମୀ (ଏନଡିଏ)ରେ ଯୋଗ ଦିଅନ୍ତି ସେମାନେ ପ୍ରଥମେ ନିଜ କ୍ୟାବିନରେ ଫୋନ କେଉଁଠି ଲୁଚେଇବେ ତାହା ଖୋଜନ୍ତି ବୋଲି ମୁଁ ଜାଣିବାକୁ ପାଇଛି। ଫୋନ ବିନା ମଧ୍ୟ ଜୀବନ ରହିଛି ଏହାକୁ ବୁଝେଇବା ପାଇଁ ୩ରୁ ୬ ମାସ ସମୟ ଲାଗି ଯାଉଛି। ହେଲେ ସ୍ମାର୍ଟ ଫୋନ ଆଜି ଏକ ଆବଶ୍ୟକତା, ଯେତେବେଳେ ମୁଁ ସୈନିକଙ୍କୁ ଭେଟେ ମୁଁ ସେମାନଙ୍କୁ ଏହା କହୁଛି ସ୍ମାର୍ଟ ଫୋନ ଜରୁରି’।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେନାର ନୂଆ ନୀତି ଅନୁସାରେ ସାମରିକ କର୍ମଚାରୀ ଏବେ ଇଂଷ୍ଟାଗ୍ରାମ, ଏକ୍ସ, ୟୁଟ୍ୟୁବ ଓ କୋରା ଭଳି ପ୍ଲାଟଫର୍ମକୁ କେବଳ ସୂଚନା ପ୍ରାପ୍ତ କରିବା, ଟ୍ରେଣ୍ଡସ ଜାଣିବା ଅଥବା ନ୍ୟୁଜ ମନିଟରିଂ ଉଦ୍ଦେଶ୍ୟରେ ଉପଯୋଗ କରିପାରିବେ। ହେଲେ ଏହି ସବୁ ପ୍ଲାଟଫର୍ମରେ କୌଣସି ପ୍ରକାର କମେଣ୍ଟ, ନିଜର ବ୍ୟକ୍ତିଗତ ରାୟ ବ୍ୟକ୍ତ କରିବା ଓ କୌଣସି କଣ୍ଟେଣ୍ଟ ଅପଲୋଡ କରିବା ସମ୍ପୂର୍ଣ୍ଣ ନିଷିଦ୍ଧ। ସେହିପରି ହ୍ୱାଟସଆପ, ଟେଲିଗ୍ରାମ, ସିଗ୍ନାଲ ଓ ସ୍କାଇପ ଭଳି ମ୍ୟାସେଜିଂ ଆପସ୍ ର ଉପଯୋଗ କେବଳ ସାଧାରଣ ପ୍ରକୃତିର ଅନକ୍ଲାସିଫାଏଡ ସୂଚନା ଓ ସାମଗ୍ରୀ ଆଦାନ ପ୍ରଦାନ ଲାଗି କରାଯାଇ ପାରେ। ସେହିପରି ସେନା କର୍ମଚାରୀ ଲିଂକଡଇନ୍ କୁ ପ୍ରଫେସନାଲ ଉଦ୍ଦେଶ୍ୟରେ ଉପଯୋଗ କରିପାରିବେ।
ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁସାରେ ଶତ୍ରୁ ଦେଶର ଗୁଇନ୍ଦା ଏଜେନ୍ସୀମାନେ ପ୍ରାୟତଃ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ହନିଟ୍ରାପ, ଡାଟା ମାଇନିଂ ଓ ଅନ୍ୟ ଡିଜିଟାଲ ଗୁଇନ୍ଦାଗିରି ଲାଗି ଉଦ୍ୟମ କରିଥାନ୍ତି। ଏଣୁ ସେନାର ନୂଆ ନୀତିର ଉଦ୍ଦେଶ୍ୟ ନିଜ ଜବାନଙ୍କୁ ଡିଜିଟାଲ ବିପଦରୁ ସୁରକ୍ଷିତ ରଖିବା ଓ ସାମରିକ ଅନୁଶାସନ କାୟମ ରଖିବା। ନୂଆ ଗାଇଡଲାଇନ ସୋସିଆଲ ମିଡିଆର ଉପଯୋଗ ନିୟନ୍ତ୍ରିତ ଓ ସୁରକ୍ଷିତ ଉପାୟରେ ହେଉ ଏହା ନୂଆ ଗାଇଡଲାଇନ ସୁନିଶ୍ଚିତ କରିବ।

Related Topics
Explore more stories