Videos
|
National

ରାଗିଗଲେ ଜୟା ବଚ୍ଚନ: ସେଲଫି ନେବାବେଳେ ଯୁବକଙ୍କୁ ଧକ୍କା ମାରିଲେ

Ritu Das
Browse all articles by Ritu Das
·11 months ago·2 min read
ରାଗିଗଲେ ଜୟା ବଚ୍ଚନ: ସେଲଫି ନେବାବେଳେ ଯୁବକଙ୍କୁ ଧକ୍କା ମାରିଲେ

Key Points

ରାଗିଗଲେ ବଲିଉଡର ବରିଷ୍ଠ ଅଭିନେତ୍ରୀ ଜୟା ବଚ୍ଚନ

ପୁଣି ଥରେ ଭାଇରାଲ ହେଲା ଜୟାଙ୍କ ରାଗ ଅନ୍ଦାଜ

ଜଣେ ବ୍ୟକ୍ତିଙ୍କୁ ଧକ୍କା ମାରି ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି ସାଂସଦ ଜୟା ବଚ୍ଚନ

ରାଗିଗଲେ ବଲିଉଡର ବରିଷ୍ଠ ଅଭିନେତ୍ରୀ ଜୟା ବଚ୍ଚନ । ପୁଣି ଥରେ ଭାଇରାଲ ହେଲା ଜୟାଙ୍କ ରାଗ ଅନ୍ଦାଜ । ସର୍ବସାଧାରଣରେ ରାଗିବା, ଗାଳିଦେବାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଜୟା ଏବେ ପୁଣି ଥରେ ହେଡଲାଇନରେ ରହିଛନ୍ତି । ଜଣେ ବ୍ୟକ୍ତିଙ୍କୁ ଧକ୍କା ମାରି ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି ସାଂସଦ ଜୟା ବଚ୍ଚନ । ତେବେ କନଷ୍ଟିଚ୍ୟୁସନ କ୍ଲବରେ ଜୟା କଥା ହେଉଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ଅଜାଣତରେ ତାଙ୍କ ସହ ସେଲ୍ଫି ନେବାକୁ ଉଦ୍ୟମ କରୁଥିଲେ । ତାଙ୍କ ପାଖକୁ ଆସି ମୋବାଇଲ କାଢି ସେଲ୍ଫି ନେଉଥିଲେ । ଆଉ ଏତିକି ବେଳେ ହଠାତ୍ ଜୟାଙ୍କ ନଜର ପଡିଯିବା ପରେ ସେ ରାଗି ଯାଇଥିଲେ। ଆଉ ବ୍ୟକ୍ତିଙ୍କୁ ଧକ୍କା ମାରି ଗାଳି କରିଥିଲେ। କଣ କରୁଛନ୍ତି ଆପଣ… ଏ ସବୁ କଣ ? ବୋଲି କହି ରାଗ ତମତମ ହୋଇ ଚାଲିଯାଇଥିଲେ ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନ । ଜୟାଙ୍କ ରାଗ ଦେଖି ପୁରା ଚୁପ୍ ହୋଇଯାଇଥିଲେ ବ୍ୟକ୍ତି ଜଣଙ୍କ ।


ଜୟା ଏମିତି ରାଗିଥିଲେ ଯେ, ସତେକି ବ୍ୟକ୍ତି ଜଣଙ୍କ ବଡ଼ ଅପରାଧ କରି ଦେଇଛନ୍ତି । ଏତେ ଲୋକଙ୍କ ଭିତରେ, ସମସ୍ତଙ୍କ ଆଗରେ ଜୟା ବଚ୍ଚନ ଗାଳି କରିବା ପରେ ନିଜକୁ ଅସହଜ ମନେକରି ସେଠାରୁ ପଳାଇ ଯାଇଥିଲେ ବ୍ୟକ୍ତି ଜଣଙ୍କ । ଆଉ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି । ଭିଡିଓ ଦେଖି ଲୋକେ ଜୟାଙ୍କ ଏଭଳି ବ୍ୟବହାରକୁ ନାପସନ୍ଦ କରିବା ସହ ତାଙ୍କୁ ଅହଙ୍କାରୀ, ଗର୍ବୀ ବୋଲି କମେଣ୍ଟ କରିଛନ୍ତି । ତେବେ ସେଲିବ୍ରିଟିଙ୍କ ସହ ସେଲ୍ଫି ନେବାକୁ ସଭିଙ୍କର ଇଚ୍ଛାଥାଏ । ଯଦିଓ ସେ ବ୍ୟକ୍ତି ଜୟାଙ୍କ ଅନୁମତି ନନେଇ ସେଲ୍ଫି ନେବାକୁ ଉଦ୍ୟମ କରିଛନ୍ତି, ହୋଇପାରେ ତାହା ତାଙ୍କ ଭୁଲ । ମାତ୍ର ଜଣେ ଜନ ପ୍ରତିନିଧି ଭାବେ, ଜଣେ ସେଲିବ୍ରିଟି ଭାବେ ତାଙ୍କର ଏଭଳି ବ୍ୟବହାର କରିବା ଉଚିତ ନଥିଲା ବୋଲି ଚର୍ଚ୍ଚା ହେଉଛି । ଖାଲି ଆଜି ନୁହେଁ ପୂର୍ବରୁ ମଧ୍ୟ ଜୟା ନିଜର ଏଭଳି ରାଗ ପାଇଁ ସୋସିଆଲ ମିଡିଆରେ ଟ୍ରୋଲ୍ ହୋଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
jaya-bachchan-gets-angry-she-pushes-a-young-man-while-taking-a-selfie | Argus News