Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାଇରାଲ ହେଉଛି ମୋବାଇଲ ଫଟୋ, ଲୋକେ ହେଉଛନ୍ତି ଟୁପୁରୁ ଟାପୁର

Banajyotshna Ray
Browse all articles by Banajyotshna Ray
·1 year ago·3 min read
ଭାଇରାଲ ହେଉଛି ମୋବାଇଲ ଫଟୋ, ଲୋକେ ହେଉଛନ୍ତି ଟୁପୁରୁ ଟାପୁର

ଜୟା କିଶୋରୀ ... ତାଙ୍କୁ କିଏ ବା ନଜାଣେ। ତାଙ୍କ ହସ ହସ ମୁହଁରେ କିଛି ମୋଟିଭେସନାଲ କଥା କହିଦେଲେ ସମସ୍ତେ ବିମୋହିତ। ଦେଶର ପ୍ରସିଦ୍ଧ ପ୍ରବଚକଙ୍କ ମଧ୍ୟରେ ଆସିଥାଏ ତାଙ୍କ ନାମ । ସେ ଜଣେ ପ୍ରସିଦ୍ଧ ମୋଟିଭେସନାଲ ସ୍ପିକର । ଜୟା କିଶୋରୀଙ୍କ ଭଜନ, କଥା ଓ ମୋଟିଭେସନାଲ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ଓ ଲୋକଙ୍କ ଦ୍ୱାରା ଆଦୃତ ବି ହୋଇଥାଏ । ଜୟା କିଶୋରୀଙ୍କୁ ଦର୍ଶକ ଏତେ ପସନ୍ଦ କରନ୍ତି ଯେ, ତାଙ୍କ ଲାଇଫ୍ ବିଷୟରେ ଜାଣିବାକୁ ବେଶ୍ ଉତ୍ସୁକ ଥାଆନ୍ତି । ଆଉ ଏବେ ଏବେ ଜୟା କିଶୋରୀଙ୍କ ମୋବାଇଲ କଭରରେ ଥିବା ଏକ ବ୍ୟକ୍ତିଙ୍କ ଫଟୋ ମଧ୍ୟ ଖୁବ ଭାଇରାଲ ହେଉଛି। ସମସ୍ତେ ଜାଣିବାକୁ ଚାହାନ୍ତି କିଏ ସେହି ବ୍ୟକ୍ତି ? କାହିଁକି ଜୟା ତାଙ୍କ ଫୋନର କଭରରେ ତାଙ୍କ ଫଟୋ ରଖିଛନ୍ତି ?

କହିବାକୁ ଗଲେ ଜୟା କିଶୋରୀଙ୍କ ମୋବାଇଲରେ ଯେଉଁ ଫଟୋ ରହିଛି ସେ ଫଟୋ ହେଉଛି ତାଙ୍କ ବାପା ଶିବ ଶଙ୍କର ଶର୍ମାଙ୍କର। ଜୟା ନିଜ ବାପାଙ୍କ ସହ ବହୁତ କ୍ଲୋଜ। ଯାହାଙ୍କ ବିଷୟରେ ସେ ଅନେକ ଥର ନିଜ ଇଣ୍ଟରଭ୍ୟୁରେ କହିଥିଲେ। କେବଳ ସେତିକି ନୁହେଁ, ଜୟା କଣ ଖାଆନ୍ତ, କଣ ଲଗାନ୍ତି? ସେ ତାଙ୍କ ବ୍ୟାଗରେ କଣ କଣ ସବୁ ରଖନ୍ତି, ଏସବୁ ଜାଣିବାକୁ ପ୍ରଶଂସକ ଖୁବ ଆଗ୍ରହୀ। ଏକ ସାକ୍ଷାତକାର ସମୟରେ ଜୟା କିଶୋରୀ ନିଜେ କହିଛନ୍ତି କି ସେ ନିଜ ବ୍ୟାଗ୍‌ରେ କ’ଣ କ’ଣ ରଖିଥାନ୍ତି । ସେ କହିଛନ୍ତି ଆପଣମାନେ ଦେଖିଥିବେ କି ମୋ ବ୍ୟାଗ୍ ବହୁତ ବଡ ହୋଇଥାଏ । ଏଥିପାଇଁ ମୋ ବାପା ଏହାକୁ ଝୁଲା କହିଥାନ୍ତି । ସେ କହିଛନ୍ତି ମୋ ବ୍ୟାଗ୍ ଏତେ ବଡ ଏଥିପାଇଁ ହୋଇଥାଏ କି ମୋତେ ମାସ ମାସ ଧରି ବାହାରେ ରହିବାକୁ ପଡିଥାଏ ।

ତେବେ ଏପରି ବହୁ ଜିନିଷ ରହିଛି ଯାହା ମୁଁ ମୋ ବ୍ୟାଗ୍‌ରେ ରଖିଥାଏ । ଭଗବାନଙ୍କ ଫଟୋ ମୁଁ ମୋ ସବୁ ବ୍ୟାଗ୍‌ରେ ରଖିଥାଏ । ଏହି ଫଟୋ କୌଣସି ବି ଦେବତାଙ୍କ ହୋଇପାରେ । ଏହା ସହିତ ମୋ ୱାଲେଟ୍ ବି ବ୍ୟାଗ୍‌ରେ ଥାଏ । କାରଣ ମୁଁ ପ୍ରାୟ ସମୟ ଟ୍ରାଭେଲ୍ କରିଥାଏ । ଏକ ପତଳା ପୁସ୍ତକ ବି ମୋ ବ୍ୟାଗ୍‌ରେ ରହିଥାଏ । ଯେତେବେଳେ ସୁଯୋଗ ମିଳିଥାଏ ମୁଁ ତାହା ପଢିଥାଏ । ଲାପଟପ୍‌, ଫୋନ୍‌, ରବର ବ୍ୟାଣ୍ଡ, କ୍ଲଚର ବି ବ୍ୟାଗ୍‌ରେ ରହିଥାଏ । କିଛି ମିଣ୍ଟ ବି ସେ ବ୍ୟାଗ୍‌ରେ ରଖିଥାନ୍ତି କାରଣ ସେ ଚୁଇଙ୍ଗମ ଖାଆନ୍ତି ନାହିଁ ।

ପ୍ରସିଦ୍ଧ ପ୍ରବଚିକା ଜୟା କିଶୋରୀ ମାତ୍ର ୬ବର୍ଷର ଥିବା ବେଳେ ତାଙ୍କର ଧାର୍ମିକ ଦିଗ ପ୍ରତି ଦୁର୍ବଳତା ଦେଖା ଦେଇଥିଲା। ପ୍ରଥମ ଥର ପାଇଁ ୭ ବର୍ଷ ବୟସରେ ଜୟା କିଶୋରୀ କୋଲକାତାର ବସନ୍ତ ମହୋତ୍ସବରେ ସୁନ୍ଦରକାଣ୍ଡ ପାଠ କରିଥିଲେ । ଏହାପରଠାରୁ ସେ ଧାର୍ମିକ ଦିଗରେ ଆଗେଇ ଚାଲିଛନ୍ତି। ଜୟା କିଶୋରୀଙ୍କ ପ୍ରେରଣାଦାୟୀ ପ୍ରବଚନ ଓ ଶ୍ରୀମଦ୍ ଭଗବଦ୍ ଗୀତା ପାଠ ପାଇଁ ସାରା ଦେଶରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । ଏହି ପ୍ରଶଂସକଙ୍କ ପାଇଁ ସେ ଦେଶ ଓ ବିଦେଶରେ ପ୍ରବଚନ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି।

କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ସାମ୍ନାରେ ରଖାଯାଇଥିବା ଲଡ୍ଡୁ ଗୋପାଳଙ୍କୁ ସେ କ’ଣ ପ୍ରାର୍ଥନ କରନ୍ତି ତାହା ଜଣାଇଛନ୍ତି। ତାଙ୍କ କହିବା ମୁତାବକ, "ପ୍ରବଚନ ଆରମ୍ଭ କରିବା ପାଇଁ ମୁଁ ମୋ ସ୍ଥାନରେ ବସିବା ବେଳେ ପ୍ରଭୁଙ୍କୁ କହେ; ପ୍ରଭୁ ମୁଁ ବସୁଛି। ଆଗକୁ ସବୁ ଆପଣ ସମ୍ଭାଳିବେ। ମୋ ହିସାବରେ ମୁଁ ଏହା କରୁନାହିଁ। ସେ ମୋ ଦ୍ବାରା ଏହା କରାଉଛନ୍ତି। ଏଭଳି ଅନେକ କଥା ମୁଁ କହିଦିଏ, ଯାହା ମୁଁ କିଭଳି କହିଲି ବୋଲି ପରେ ଭାବେ। ମୋତେ ଅନୁଭବ ହୁଏ ଯେ, ପ୍ରଭୁ ମୋ ଦ୍ବାରା ଏହା ଲୋକଙ୍କୁ ଜଣାଇଛନ୍ତି। ଅନେକ ସମୟରେ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ମୋତେ ଦୁର୍ବଳ ଲାଗେ। ଭାବେ ଆଜି କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ହେଲେ ସେହି ସ୍ଥାନରେ ପ୍ରଭୁଙ୍କ ଆଗରେ ଯାଇ ବସିବା ପରେ କେତେବେଳେ ୩ଘଣ୍ଟା ବିତିଯାଏ ଜଣାପଡ଼େ ନାହିଁ।"


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
jaya-kishori-has-kept-a-photo-of-her-father-shiv-shankar-sharma-in-her-mobile-cover-we-will-know-about | Argus News