Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଝାଡ଼ଖଣ୍ଡ ପର୍ଯ୍ୟାୟ ବିଧାନସଭା ନିର୍ବାଚନ; ୬୮୩ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍

Smruti Parija
Browse all articles by Smruti Parija
·1 year ago·2 min read
ଝାଡ଼ଖଣ୍ଡ ପର୍ଯ୍ୟାୟ ବିଧାନସଭା ନିର୍ବାଚନ; ୬୮୩ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍

ଅର୍ଗସ ବ୍ୟୁରୋ: ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଶେଷ ହୋଇଛି ଭୋଟିଂ । ସକାଳ ୭ଟାରୁ ୫ଟା ପର୍ଯ୍ୟନ୍ତ ହୋଇଥିଲା ଭୋଟ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ ୪୩ ସିଟ୍‌ରେ ନିର୍ବାଚନ ଶେଷ ହୋଇଛି । ପାଖାପାଖି ୧.37 କୋଟି ଜନତା ବାଛିଛନ୍ତି ନିଜର ନେତା । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମଇଦାନରେ ଅଛନ୍ତି ୬୮୩ ପ୍ରାର୍ଥୀ। ସେମାନଙ୍କ ମଧ୍ୟରୁ ୬୦୯ ଜଣ ପୁରୁଷ ପ୍ରାର୍ଥୀ। ୭୩ ମହିଳା ପ୍ରାର୍ଥୀ, ଜଣେ ତୃତୀୟ ଲିଙ୍ଗି ପ୍ରାର୍ଥୀ । 

ଓଡିଶାର ରାଜ୍ୟପାଳ ରଘୁବର ଦାସ ଏବଂ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିଜ ପତ୍ନୀଙ୍କ ସହିତ ଭୋଟ ଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ । 

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଚାରିଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରିବାର ସଦସ୍ୟ ଏବଂ ଅନେକ ପୂର୍ବତନ ମନ୍ତ୍ରୀଙ୍କ ସମେତ ରାଜ୍ୟର ବହୁ ବରିଷ୍ଠ ନେତାଙ୍କ ଭାଗ୍ୟ ଇଭିଏମ ରେ ସିଲ ହୋଇଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ଚମ୍ପାଇ ସୋରେନ ଷଢେଇକଳା ଆସନରୁ ଜେଏମଏମ ପ୍ରତିଦ୍ବନ୍ଦ୍ବୀ ଗଣେଶ ମହାଲିଙ୍କ ସହ ଲଢୁଛନ୍ତି । ସେହିପରି ଘାଟଶିଳା ଆସନରେ ବିଜେପି ପ୍ରାର୍ଥୀ ଚମ୍ପାଇ ସୋରେନଙ୍କ ପୁଅ ବାବୁଲାଲ ସୋରେନ ଜେଏମଏମ ପ୍ରାର୍ଥୀ ତଥା ଝାଡଖଣ୍ଡ କ୍ୟାବିନେଟ ମନ୍ତ୍ରୀ ରାମଦାସ ସୋରେନଙ୍କ ବିରୋଧରେ ଲଢେଇ କରୁଛନ୍ତି ।

କଂଗ୍ରେସର ପୂର୍ବତନ ମୂଖମନ୍ତ୍ରୀ ମଧୁ କୋଡାଙ୍କ ପତ୍ନୀ ପୂର୍ବତନ ସାଂସଦ ଗୀତା କୋଡା ବିଜେପି ଟିକେଟ୍ ରେ ଜଗନ୍ନାଥପୁର ଆସନରୁ କଂଗ୍ରେସ ବିଧାୟକ ସୋନା ରାମ ସିଙ୍କୁ ଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।  ପୋଟକା ଆସନରୁ ପୂର୍ବତନ ବିଜେପି ମୂଖମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ପତ୍ନୀ ମୀରା ମୁଣ୍ଡାଙ୍କ ସହ ବର୍ତ୍ତମାନର ଜେଏମଏମ୍ ବିଧାୟକ ସଞ୍ଜୀବ ସର୍ଦ୍ଦାର ଲଢୁଛନ୍ତି । ଜାମସେଦପୁର ପୂର୍ବ ଆସନରୁ ବିଜେପି ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡିଶାର ରାଜ୍ୟପାଳ ରଘୁବର ଦାସ ଙ୍କ ପୁତ୍ର ବଧୁ ପୂର୍ଣ୍ଣିମା ଦାସ ସାହୁ ଙ୍କ ସହ କଂଗ୍ରେସ ପ୍ରାର୍ଥୀ ଡକ୍ଟର ଅଜୟ କୁମାର ଙ୍କ ମୁକାବିଲା ହେଉଛି । ଏଥର ବିଜେପିର ଦୀନେଶାନନ୍ଦ ଗୋସ୍ବାମୀ ବହଡାଗୋଡା ବିଧାନସଭା ଆସନରୁ ଜେଏମଏମ ବିଧାୟକ ସମୀର କୁମାର ମହାନ୍ତିଙ୍କ ବିରୋଧରେ ଲଢେଇ କରୁଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଅମିତ ଶାହା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ସହ ଅନେକ ଆଗ ଧାଡିର ନେତା ନିର୍ବାଚନ ମଙ୍ଗ ଧରିଥିବା ବେଳେ ଓଡ଼ିଆ ବହୁଳ ଅଞ୍ଚଳ କୁହାଯାଉଥିବା କୋହ୍ଲାନ ପ୍ରଖଣ୍ଡର ୧୪ଟି ବିଧାନସଭା ଆସନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜେପି ପ୍ରାର୍ଥୀ ଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଥିଲେ । ଝାଡ଼ଖଣ୍ଡର ସୁରକ୍ଷା ଓ ବିକାଶ ପାଇଁ ଲୋକେ ବିଜେପି କୁ ଭୋଟ ଦେବା ପାଇଁ ଆହ୍ବାନ କରିଥିଲେ ବରିଷ୍ଠ ବିଜେପି ନେତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଲୋକମାନେ ଲମ୍ବା ଲାଇନରେ ଛିଡା ହୋଇ ଭୋଟ ଦେଇଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି ।

କୋହ୍ଲାନ ପ୍ରଖଣ୍ଡର ୧୪ବିଧାନସଭା କ୍ଷେତ୍ରରେ ଥିବା ୨୦ଲକ୍ଷ ଓଡ଼ିଆ ଭୋଟର ଆଜି ତାଙ୍କର ମତ ସାବ୍ୟସ୍ତ କରିଥିବା ବେଳେ ଝାଡ଼ଖଣ୍ଡ ରାଜ୍ୟ ଶାସନ ପାଇଁ ପ୍ରାର୍ଥୀ ଚୟନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଛି । 

ପ୍ରଥମ ପର୍ଯ୍ୟାୟ ପରେ ନଭେମ୍ବର 20ରେ ଝାଡ଼ଖଣ୍ଡରେ ଦ୍ବିତୀୟ ପର୍ଯାୟ ମତଦାନ ହେବ । ନଭେମ୍ବର 23ରେ ଘୋଷଣା ହେବ ଫଳାଫଳ । 
 

Sponsored
jharkhand-first-phase-election-successfully-conducted | Argus News