Jail Reform / ସରକାରଙ୍କ ବଡ଼ ନିଷ୍ପତ୍ତି; '୧୨ ଘଣ୍ଟା ଜେଲ୍ରୁ ବାହାରେ ରହିବେ କଏଦୀ'
·19 mins ago·2 min read

Key Points
ଜେଲ୍ରେ ଉତ୍ତମ ଆଚରଣ ପ୍ରଦର୍ଶନ କରୁଥିବା କଏଦୀଙ୍କୁ ଆଶ୍ଵସ୍ତି ମିଳିବ । ସେମାନଙ୍କୁ ସକାଳ ୬ଟାରୁ ନେଇ ସନ୍ଧ୍ୟା ପର୍ଯ୍ୟନ୍ତ ବାହାରକୁ ଯାଇ କାମ କରିବାକୁ ଅନୁମତି ମିଳିବ ।
ନୂଆଦିଲ୍ଲୀ: ସକାଳ ୬ଟାରୁ ସନ୍ଧ୍ୟା ୬ଟା ଜେଲ୍ରୁ ମୁକ୍ତ ହେବେ କଏଦୀ । ସନ୍ଧ୍ୟାରେ ଜେଲ୍କୁ ପୁଣି ଫେରି ଆସିବେ । ଜେଲ୍ରେ ଥିବା କଏଦୀଙ୍କୁ ଆତ୍ମନିର୍ଭର କରିବା ସହ ପରିବାରକୁ ଆର୍ଥିକ ସହାୟତା ଦେବା ପାଇଁ ଝାଡ଼ଖଣ୍ଡ ସରକାର ନୂଆ ବ୍ୟବସ୍ଥା ଆପଣାଇବାକୁ ଯାଉଛନ୍ତି ।
ଏହି ବ୍ୟବସ୍ଥା ଅନୁସାରେ, ଜେଲ୍ରେ ଉତ୍ତମ ଆଚରଣ ପ୍ରଦର୍ଶନ କରୁଥିବା କଏଦୀଙ୍କୁ ଆଶ୍ଵସ୍ତି ମିଳିବ । ସେମାନଙ୍କୁ ସକାଳ ୬ଟାରୁ ନେଇ ସନ୍ଧ୍ୟା ପର୍ଯ୍ୟନ୍ତ ବାହାରକୁ ଯାଇ କାମ କରିବାକୁ ଅନୁମତି ମିଳିବ । ସର୍ତ୍ତ ରହିବ ଯେମିତି ୧୨ ଘଣ୍ଟା ଭିତରେ ଜେଲ୍କୁ ଫେରି ଆସିବେ ।
ତେବେ ଏହି ସୁବିଧା ସମସ୍ତ କଏଦୀ ପାଇବେ ନାହିଁ । କେବଳ ସେହି କଏଦୀ ଏହାର ଫାଇଦା ଉଠାଇ ପାରିବେ, ଯେଉଁମାନଙ୍କ ବ୍ୟବହାର ଉତ୍ତମ ଥିବ । ଏଥିପାଇଁ ଏକ ଏସଓପି ପ୍ରସ୍ତୁତ କରାଯିବ । ଯେଉଁ କଏଦୀଙ୍କ ଟ୍ରାକ୍ ରେକର୍ଡ ଭଲ ଥିବ, ସେମାନଙ୍କୁ ବାହାରକୁ ଯାଇ କାମ କରିବାକୁ ଅନୁମତି ମିଳିବ ।
ଯଦି କୌଣସି କଏଦୀ ନିୟମର ଉଲ୍ଲଂଘନ କରିବା ଜଣାପଡ଼େ ତାହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏବେ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ନେଇ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଉଛି । SOP ଆସିବା ପରେ ହିଁ ସବୁକିଛି ସ୍ପଷ୍ଟ ହୋଇ ପାରିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଭୂଟାନ ପର୍ଯ୍ୟନ୍ତ ଦୌଡ଼ିବ ଭାରତୀୟ ରେଳ; ଚିକେନ୍ ନେକ୍ ପଖରେ ବଢିବ ଚୀନ୍ ର ଚିନ୍ତା
ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୪ଟି ଜେଲ୍ରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତି ଚାଲିଛି । ଜେଲ୍ ଆଇଜି ସୁଦର୍ଶନ ମଣ୍ଡଳଙ୍କ ଅନୁସାରେ, "ଏହି ବ୍ୟବସ୍ଥା ଆରମ୍ଭ ନେଇ ବିଚାର ଚାଲିଥିବା ଜେଲ୍ ସହରାଞ୍ଚଳରେ ରହିଛି । ଏହି ଯୋଜନାର ଲକ୍ଷ୍ୟ କଏଦୀଙ୍କୁ ରୋଜଗାର ଦେବା ଏବଂ ଆତ୍ମନିର୍ଭର କରିବା ।"
କେଉଁ ଜେଲ୍ରେ ଆରମ୍ଭ ହେବ ବ୍ୟବସ୍ଥା ?
ହେମନ୍ତ ସୋରେନଙ୍କ ସରକାର ବର୍ତ୍ତମାନ ରାଜ୍ୟର ୪ ଜେଲ୍ରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି । ବିର୍ସା ମୁଣ୍ଡା କେନ୍ଦ୍ରୀୟ କାରାଗାର, ରାଞ୍ଚି ସ୍ଥିତ ଜୟପ୍ରକାଶ ନାରାୟଣ କେନ୍ଦ୍ରୀୟ କାରାଗାର, ହଜାରୀବାଗ ସ୍ଥିତ ଘାଘାଡିହ କେନ୍ଦ୍ରୀୟ କାରାଗା ଓ ପୂର୍ବୀ ସିଂହଭୂମ ସ୍ଥିତ ଦୁମ୍କା କେନ୍ଦ୍ରୀୟ କାରାଗାରେ ଏହି ବ୍ୟବସ୍ଥା ଲାଗୁ ପାଇଁ ପ୍ରସ୍ତୁତି ଚାଲିଛି ।
ଏସବୁ ଜେଲ୍ରେ ଥିବା ବାରାକକୁ ଚିହ୍ନଟ କରାଯାଉଛି । ଯାହାକୁ ଓପନ୍ କିମ୍ବା ସେମି ଓପନ୍ ବାରାକରେ ପରିବର୍ତ୍ତନ କରାଯାଇ ପାରିବ । ସରକାରଙ୍କ କହିବା କଥା ହେଲା- ଉଦ୍ଦେଶ୍ୟ କେବଳ କଏଦୀଙ୍କୁ ଜେଲ୍ରୁ ବାହାର କରିବାକୁ ଅନୁମତି ଦେବା ନୁହେଁ, ବରଂ ସେମାନଙ୍କୁ ରୋଜଗାର ଦେଇ ଆତ୍ମନିର୍ଭର କରିବା ।

Related Topics
Explore more stories