Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଖରାପ କିଡନୀ କହି ଭଲ କିଡନୀ କାଢିଦେଲେ ଡାକ୍ତର 

National

ଖରାପ କିଡନୀ କହି ଭଲ କିଡନୀ କାଢିଦେଲେ ଡାକ୍ତର 

Manini Pattanayak
Browse all articles by Manini Pattanayak
·2 years ago·1 min read
ଖରାପ କିଡନୀ କହି ଭଲ କିଡନୀ କାଢିଦେଲେ ଡାକ୍ତର 

ନୂଆଦିଲ୍ଲୀ: ଖରାପ କିଡନୀ କହି ଭଲ କିଡନୀ  କାଢିଦେଲେ ଡାକ୍ତର। ଜୟପୁରରେ ଫର୍ଜି ଅର୍ଗାନ ଟ୍ରାନ୍ସପ୍ଲାଣ୍ଟର ମାମଲା ଲୋକଙ୍କ ମନରୁ ନ ଯାଉଣୁ ଆଉ ଏକ ମାମଲା ଝୁନ୍‌ଝୁନ୍‌ ର ଏକ ହସ୍ପିଟାଲରୁ ସାମ୍ନାକୁ ଆସିଛି। କୁହାଯାଉଛି ଯେ  ଜଣେ  ୩୦ ବର୍ଷୀୟ ମହିଳା ଇଦ ବାନୋ ଷ୍ଟୋନର ସମସ୍ୟା ନେଇ ଡାକ୍ତରଙ୍କ ପାଖକୁ ଆସିଥିଲେ । କିନ୍ତୁ ଡାକ୍ତର  ତାଙ୍କର  ଏକ କିଡନୀକୁ ଖରାପ କହି  ଅନ୍ୟ ଏକ ଭଲ କିଡନୀ ବାହାର  କରିଦେଲେ।  ଯେତେବେଳେ ଦ୍ୱିତୀୟ ଥର ମହିଳା ଜଣଙ୍କ ପୁଣି ଯନ୍ତ୍ରଣାର ଶିକାର ହେଲେ ସେହି ହସ୍ପିଟାଲକୁ ଆସିଲେ।

ଆଉ ଡାକ୍ତର ତାଙ୍କୁ  ଜୟପୁର ପଠାଇଦେଇଥିଲେ।  ଜୟପୁରର ଡାକ୍ତର କହିଲେ ଯେ ଖରାପ କିଡନୀ ପରିବର୍ତ୍ତେ ଭଲ କିଡନୀ  କାଢିଦିଆଯାଇଛି। ତେବେ ଭଲ କିଡନୀ ବାହାର କରିଥିବା ଡାକ୍ତର ରୋଗୀଙ୍କୁ କହିଥିଲେ ଏ ଅପରେଶନ କଥା ଅନ୍ୟ କାହାକୁ ନ କହିବେ ବୋଲି। କିନ୍ତୁ ରୋଗୀ ଜଣଙ୍କ ତାଙ୍କ ପରିବାର ଆଗରେ ଏ କଥା କହିଥିଲେ। ତେବେ ଏହି ରାଜ ଜୟପୁରର ଏସଏମଏସ ହସ୍ପିଟାଲରେ ସାମ୍ନାକୁ ଆସିଥିଲା।  ଏହି ମାମଲାରେ ଝୁନ୍‌ଝୁନ୍‌ର କଲେକ୍ଟର  ତଦନ୍ତର ନର୍ଦ୍ଦେଶ ଦେଇଛନ୍ତି।  ଏକ ୫ ଜଣିଆ ଡାକ୍ତରୀ ଟିମ୍‌ ଗଠନ କରାଯାଇ ମାମଲାର ଯାଞ୍ଚ କରାଯାଉଛି। 

ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
However, the doctor has denied the charge, saying that he performed the operation correctly. | Argus News