Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Narendra Modi With Hemant Soren / ମିଳିଲାଣି ସଂକେତ, ଖୁବ୍‌ଶୀଘ୍ର NDA ହାତେଇବ ଝାଡ଼ଖଣ୍ଡ !

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·3 min read
ମିଳିଲାଣି ସଂକେତ, ଖୁବ୍‌ଶୀଘ୍ର NDA ହାତେଇବ ଝାଡ଼ଖଣ୍ଡ !
Narendra Modi-Hemant Soren

Key Points

ପ୍ରଥମେ ଆପ୍‌ ଏହି ଇଣ୍ଡିମେଣ୍ଟ ଠାରୁ ଦୂରତା ଅବଲମ୍ବନ କରିଥିବା ବେଳେ ପରେ ମମତା ବାନାର୍ଜୀଙ୍କ TMC ମଧ୍ୟ ସାମାନ୍ୟ ଦୂରେଇ ଯାଇଥିବା ଦେଖାଯାଇଛି ।

ଝାଡ଼ଖଣ୍ଡ ରାଜନୀତିରେ ହଲଚଲ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇଣ୍ଡି ମେଣ୍ଟ ଛାଡ଼ି NDAରେ ସାମିଲ ହେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ନିକଟରେ ବିହାରରେ ଏନଡିଏ ସରକାର ଗଠନ ପରେ, ପଡ଼ୋଶୀ ଝାଡ଼ଖଣ୍ଡରେ ସରକାର ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ହେମନ୍ତ ସୋରେନ ଖୁବଶୀଘ୍ର ଏନଡିଏରେ ଯୋଗ ଦେବା ସମ୍ଭାବନା ରହିଛି ।

ରାଜ୍ୟରେ ସରକାର ପରିବର୍ତ୍ତନ ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ତାଙ୍କ ପତ୍ନୀ କଳ୍ପନା ସୋରେନ ପ୍ରୟାସ କରୁଥିବା କୁହାଯାଉଛି । ଝାଡଖଣ୍ଡ ରାଜ୍ୟପାଳ ସନ୍ତୋଷ ଗଙ୍ଗୱାର ମଙ୍ଗଳବାର ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଏହାପରେ ସିଏମ ହେମନ୍ତ ସୋରେନ ଓ କଳ୍ପନା ସୋରେନ ଜଣେ ଶୀର୍ଷ ବିଜେପି ନେତାଙ୍କ ସହ ସାକ୍ଷାତ ଖବର ପ୍ରକାଶ ପରେ ଏପରି ଆକଳନ କରୁଛନ୍ତି ରାଜନୈତିକ ବିଶେଷଜ୍ଞ ।

ଏବେ ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନେତୃତ୍ୱରେ ଜେଏମଏମ, କଂଗ୍ରେସ ଏବଂ ଆରଜେଡିକୁ ନେଇ ମେଣ୍ଟ ସରକାର ଚାଲିଛି। ରାଜ୍ୟରେ ୮୧ଟି ବିଧାନସଭା ଆସନ ଅଛି ଏବଂ ବହୁମତ ପାଇଁ ୪୧ଟି ଆବଶ୍ୟକ । ଯାହା ପାଖରେ ୪୧ ସିଟ୍‌ ରହିଛି, ସେ ସରକାର ଗଢ଼ିପାରିବ । ତେବେ ୨୦୨୪ ନିର୍ବାଚନ ଫଳାଫଳ ଅନୁଯାୟୀ, JMM ପାଖରେ ସର୍ବାଧିକ ୩୪ ସିଟ୍‌ ରହିଥିବା ବେଳେ କଂଗ୍ରେସ ପାଖରେ ରହିଛି ୧୬ ସିଟ୍ । ସେହିପରି RJD ପାଖରେ ୪ଟି ଆସନ ଥିବା ବେଳେ CPI (ML)L ପାଖରେ ଦୁଇଟି ଆସନ ରହିଛି । ତେବେ ମୋଟା ମୋଟି କହିବାଗୁ xଲେ ମହାଗଠବନ୍ଧନ ବା ଇଣ୍ଡିମେଣ୍ଟ ପାଖରେ ୫୬ଟି ଆସନ ରହିଛି । ତେଣୁ ସରକାର ଗଠନ କରିଛି ।

ଅନ୍ୟପଟେ NDA ପାଖରେ ରହିଛି ୨୪ଟି ଆସନ । ସେଥିମଧ୍ୟରୁ ବିଜେପି ପାଖରେ ରହିଛି ୨୧ଟି ସିଟ୍, AJSU ପାଖରେ ରହିଛି ଗୋଟିଏ ସିଟ୍, JD(U) ପାଖରେ ରହିଛି ଗୋଟିଏ ସିଟ୍, LJP (RV) ପାଖରେ ଗୋଟିଏ ସିଟ୍ ।

ଏହି ପରିସଂଖ୍ୟାନକୁ ଦେଖିଲେ ଯାହା ଜଣାପଡ଼ୁଛି ଯଦି JMM, କଂଗ୍ରେସ ବା ମହାଗଠବନ୍ଧନଠାରୁ ଦୂରେଇ ଯାଏ ତେବେ ତାକୁ କିଛି ଫରକ ପଡ଼ିବ ନାହିଁ । କାରଣ ଏପଟେ ଯଦି କେବଳ ବିଜେପି ତାକୁ ସମର୍ଥନ କରେ ତେବେ ପୁଣି ସରକାର ଗଠନ କରିପାରିବ ଦଳ । କିନ୍ତୁ କଂଗ୍ରେସ ବା ମହାଗଠବନ୍ଧନ, ଯେତେ ଚେଷ୍ଟା କଲେ ବି ସରକାର ଗଠନ କରିପାରିବ ନାହିଁ ।

ଗୋଟିଏ ପଟେ ଦେଶରେ NDA ବେଳକୁ ବେଳ ବଢ଼ି ଚାଲିଥିବା ବେଳେ ଅନ୍ୟପଟେ ଇଣ୍ଡିମେଣ୍ଟ ଛିଡ଼ି ଛିଡ଼ି ଯାଉଛି । NDA ସହ ଅନ୍ୟାନ୍ୟ ଦଳ ମିଶିବାକୁ ରେସ୍‌ରେ ଥିବା ବେଳେ ଇଣ୍ଡି ମେଣ୍ଟଠାରୁ ଦୂରେଇବାକୁ ବାହାନା ଖୋଜୁଛନ୍ତି ଦଳ । ଯାହାକି ଏହି ଗଠବନ୍ଧନ ପାଇଁ ବଡ଼ ସଂକଟ କହିଲେ ଭୁଲ ହେବନି । ପ୍ରଥମେ ଆପ୍‌ ଏହି ଇଣ୍ଡିମେଣ୍ଟ ଠାରୁ ଦୂରତା ଅବଲମ୍ବନ କରିଥିବା ବେଳେ ପରେ ମମତା ବାନାର୍ଜୀଙ୍କ TMC ମଧ୍ୟ ସାମାନ୍ୟ ଦୂରେଇ ଯାଇଥିବା ଦେଖାଯାଇଛି । ଆଉ ଏବେ JMM ମଧ୍ୟ କଂଗ୍ରେସଠାରୁ ଦୂରେଇ ଯିବାକୁ ବସିଲାଣି । ଏନେଇ ଖୁବ୍‌ ଚର୍ଚ୍ଚା ମଧ୍ୟ ଆରମ୍ଭ ହେଲାଣି ।

ଇଣ୍ଡି ମେଣ୍ଟ ଗଠନ ହେବା ଦିନଠାରୁ ଏଭଳି ବିବାଦ ଲାଗି ରହିଛି । ଏହି ଗଠବନ୍ଧନରେ କେହି କାହାକୁ ମାନିବାକୁ ନାରାଜ । କଂଗ୍ରେସର ରାହୁଲ ଗାନ୍ଧି ଏହାର ଭାର ସମ୍ଭାଳନ୍ତୁ ବୋଲି କିଛି ନେତା ଓ ଦଳ ଦାବି କରୁଥିବା ବେଳେ ଅନ୍ୟମାନେ ଏହାକୁ ବିରୋଧ କରୁଛନ୍ତି । ଅନ୍ୟପଟେ କଂଗ୍ରେସର ପ୍ରଦର୍ଶନ ଦିନକୁ ଦିନ ଖରାପ ହେଉଥିବା ବେଳେ କୌଣସି ଦଳ ଆଉ ତାଙ୍କ ସହ ଯୋଡ଼ି ହୋଇ ରହିବାକୁ ଚାହୁଁ ନାହାନ୍ତି । ସେପଟେ ଏହା ମଧ୍ୟ ଚର୍ଚ୍ଚା ହେଉଛି, କଂଗ୍ରେସ ହାତ ଯିଏ ଧରୁଛି ସିଏ ଡୁବି ଯାଉଛି । ତେଣୁ ଏଭଳି ପରିସ୍ଥିତିରେ NDA ପାଇଁ ଗୋଟିଏ ପରେ ଗୋଟିଏ ସିଡ଼ି ଉପରକୁ ଚଢ଼ିବା ସହଜ ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Narendra Modi With Hemant Soren | JMM leader Hemant Soren in touch with BJP and NDA | Argus News