Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରୋଜଗାର ମେଳା: ୫୧ ହଜାରରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟିବେ ମୋଦି

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ରୋଜଗାର ମେଳା: ୫୧ ହଜାରରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟିବେ ମୋଦି

Key Points

ଷୋଡ଼ଶ ରୋଜଗାର ମେଳା ଦେଶବ୍ୟାପୀ ୪୭ଟି ସ୍ଥାନରେ ଆୟୋଜନ କରାଯିବ ।

ରୋଜଗାର ମେଳା, ରୋଜଗାର ସୃଜନକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ସମ୍ପୂର୍ଣ୍ଣ କରିବା ଦିଗରେ ଏକ ପଦକ୍ଷେପ ।

ରୋଜଗାର ମେଳାରେ ୫୧ ହଜାରରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ । ପୂର୍ବାହ୍ନ ପ୍ରାୟ ୧୧ ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ସରକାରୀ ବିଭାଗ ଓ ସଙ୍ଗଠନରେ ନବନିଯୁକ୍ତ ୫୧ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବିତରଣ କରିବେ । ଏହି ଅବସରରେ ସେ ନବନିଯୁକ୍ତଙ୍କୁ ସମ୍ବୋଧିତ ମଧ୍ୟ କରିବେ ।

ଷୋଡ଼ଶ ରୋଜଗାର ମେଳା ଦେଶବ୍ୟାପୀ ୪୭ଟି ସ୍ଥାନରେ ଆୟୋଜନ କରାଯିବ । ଏହି ନିଯୁକ୍ତି କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ ପ୍ରଦାନ କରାଯାଉଛି । ରୋଜଗାର ମେଳା, ରୋଜଗାର ସୃଜନକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ସମ୍ପୂର୍ଣ୍ଣ କରିବା ଦିଗରେ ଏକ ପଦକ୍ଷେପ ।

ରୋଜଗାର ମେଳା ଯୁବପିଢ଼ିକୁ ସଶକ୍ତ କରିବା ସହ ରାଷ୍ଟ୍ର ନିର୍ମାଣରେ ସେମାନଙ୍କ ଭାଗିଦାରୀ ସକାଶେ ସାର୍ଥକ ଅବସର ପ୍ରଦାନ କରିବା ପାଇଁ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଦେଶବ୍ୟାପୀ ରୋଜଗାର ମେଳା ମାଧ୍ୟମରେ ଏପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ଦେଶବ୍ୟାପୀ ଚୟନ ହୋଇଥିବା ଏହି ନୂତନ କର୍ମଚାରୀମାନେ ରେଳ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ, ଡାକ ବିଭାଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଅର୍ଥ ସେବା ବିଭାଗ, ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ସହିତ ଅନ୍ୟ ବିଭାଗ ଏବଂ ମନ୍ତ୍ରଣାଳୟ ଗୁଡ଼ିକରେ ଯୋଗଦେବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Job Fair: Modi to distribute appointment letters to over 51,000 new recruits | Argus News