Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଚର୍ଚ୍ଚାରେ IRS ଅଧିକାରୀ...ଲିଙ୍ଗ ପରିବର୍ତ୍ତନ କରିବେ ଜଏଣ୍ଟ କମିଶନର

Smruti Parija
Browse all articles by Smruti Parija
·2 years ago
ଚର୍ଚ୍ଚାରେ IRS ଅଧିକାରୀ...ଲିଙ୍ଗ ପରିବର୍ତ୍ତନ କରିବେ ଜଏଣ୍ଟ କମିଶନର

ଅର୍ଗସ ବ୍ୟୁରୋ: ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଜଣେ ରାଜସ୍ବ ସେବା ଅଧିକାରୀଙ୍କୁ ଲିଙ୍ଗ ପରିବର୍ତ୍ତନ ପାଇଁ ଅନୁମତି ମିଳିଛି । ଅଫିସିଆଲ୍‌ ରେକର୍ଡରେ ନାମ ଓ ଲିଙ୍ଗ ପରିବର୍ତ୍ତନ କରିବାକୁ ମିଳିଲା ଅନୁମତି ।  ଅର୍ଥ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଆଇଆରଏସ ଅଧିକାରୀ ଏମ. ଅନୁସୁୟା ତାଙ୍କ ଲିଙ୍ଗ ପରିବର୍ତ୍ତନ ପାଇଁ ସରକାରଙ୍କ ନିକଟରେ ଆବେଦନ କରିଥିଲେ । 

ସେ ନିଜକୁ ମହିଳାରୁ ପୁରୁଷକୁ ପରିବର୍ତ୍ତନ କରିବାକୁ ଚାହୁଁଥିଲେ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଆବେଦନ ଉପରେ ନିଷ୍ପତ୍ତି ନେଇ ଅର୍ଥ ମନ୍ତ୍ରଣାଳୟ ତାଙ୍କୁ ଏହି ଅନୁମତି ଦେଇଛନ୍ତି । ନାଗରିକ ସେବା ଇତିହାସରେ ପ୍ରଥମ ଥର ପାଇଁ ଜଣେ ଅଧିକାରୀଙ୍କୁ ତାଙ୍କ ନାମ ଏବଂ ଲିଙ୍ଗ ପରିବର୍ତ୍ତନ କରିବାର ଅନୁମତି ମିଳିଛି ।

ଆହୁରି ପଢନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
joint commissioner to change gender | Argus News