ଆତଙ୍କବାଦୀ ତଦନ୍ତର ବିଶେଷଜ୍ଞ ନୁହଁନ୍ତ ବିଚାରପତି

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ସୁପ୍ରିମକୋର୍ଟରେ ହୋଇଥିବା ଜନସ୍ବାର୍ଥ ମାମଲାର ବିଚାର କରିବାକୁ ମନା କଲେ ସୁପ୍ରିମକୋର୍ଟ। ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରିବାକୁ ଜନସ୍ବାର୍ଥ ମାମଲାରେ ଦାବି କରାଯାଇଥିଲା। ଯାହାକୁ ଭର୍ତ୍ସନା କରିଛନ୍ତି କୋର୍ଟ। କୋର୍ଟ କହିଛନ୍ତି ବିଚାରପତି ମାନେ ଆତଙ୍କବାଦ ତଦନ୍ତର ବିଶେଷଜ୍ଞ ନୁହଁନ୍ତି। ବର୍ତ୍ତମାନ ସମୟରେ ଦେଶର ପ୍ରତ୍ୟେକ ନାଗରିକ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ହାତ ମିଳାଇଛନ୍ତି।
ଏଭଳି ସମୟରେ ସୁରକ୍ଷା କର୍ମୀଙ୍କ ମନୋବଳ ଭାଙ୍ଗିବା ଉଚିତ୍ ନୁହେଁ। ଏଭଳି ପ୍ରସଙ୍ଗରେ ଏମିତି ଦାୟିତ୍ବହୀନ ହେବା ଠିକ୍ ନୁହେଁ। ପିଆଇଏଲ ପ୍ରତ୍ୟାହାର କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି। ସୁରକ୍ଷା ବାହିନୀର ମନୋବଳକୁ ହ୍ରାସ କରୁଥିବା ପ୍ରସଙ୍ଗକୁ ନେଇ କୋର୍ଟରେ ଆବେଦନ ନକରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
📱 Get Argus News App
✨୨୨ ଏପ୍ରିଲରେ ଅନନ୍ତନାଗ ଜିଲ୍ଲାର ପହଲଗାମରେ ୨୬ ଜଣଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ। ଘଟଣାକୁ ନେଇ ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ହୋଇଛି। କେତେବେଳେ ବି ଦୁଇଦେଶ ମଧ୍ୟରେ ଯୁଦ୍ଧ ଘୋଷଣା ହୋଇପାରେ। କାରଣ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି, ଯେମିତି ହେଲେ ବି ପ୍ରତିଶୋଧ ନିଆଯିବ। ଆକ୍ରମଣକାରୀଙ୍କ ଠାରୁ ନେଇ ଷଡଯନ୍ତ୍ରକାରୀ ଓ ଏମାନଙ୍କୁ ସହଯୋଗ କରିଥିବା ସମସ୍ତଙ୍କୁ ଧରାଯିବ। କାହାରିକୁ ଛଡାଯିବ ନାହିଁ।