Videos
|
National

ଚର୍ଚ୍ଚାରେ ଜୁଲିମୋଲଙ୍କ ସଂଘର୍ଷ କାହାଣୀ

Ritu Das
Browse all articles by Ritu Das
·2 years ago·2 min read
ଚର୍ଚ୍ଚାରେ ଜୁଲିମୋଲଙ୍କ ସଂଘର୍ଷ କାହାଣୀ

ଅର୍ଗସ ବ୍ୟୁରୋ: ଆଜିର ଦୁନିଆରେ ଅନେକ ବ୍ୟକ୍ତି ଏମିତି ଅଛନ୍ତି। ଯେ, ସବୁ କାର୍ଯ୍ୟରେ ସକ୍ଷମ ହେଲେ ମଧ୍ୟ ଅକ୍ଷମତା ପ୍ରକାଶ କରନ୍ତି। କିନ୍ତୁ ଏମିତି ଏକ ଉଦାହରଣ ରହିଛି ଯାହା ଆପଣ ବି ଶୁଣି ନଥିବେ। ଦୁଇ ହାତ ନାହିଁ ତଥାପି ନିଜର ଇଚ୍ଛାଶକ୍ତି ବଳରେ ଦିବ୍ୟାଙ୍ଗ ଭଉଣୀ ଜଣକ ଚଲାଉଛନ୍ତି ଗାଡ଼ି। କଥାଟି ଶୁଣିବାକୁ ଅଡ଼ୁଆ ,ଲାଗିଲେ ବି କଥାଟି ସତ। ଏମିତି ଏକ ଘଟଣା ଦେଖିବାକୁ ମଳିଛି କେରଳରେ। 

 

୩୨ ବର୍ଷିୟା ଜୁଲିମୋଲ , ଯାହାଙ୍କୁ ସୋସିଆଲ ମିଡିଆରେ ଆପଣ ହୁଏତ ଅନେକ ଥର ଦେଖିଥିବେ । ତେବେ ତାଙ୍କର ଦୃଢ ମନୋବଳ ଆଜି ତାଙ୍କୁ ସାରା ଦେଶରେ ଚର୍ଚ୍ଚାର ପାତ୍ର କରିଛି । ଜୁଲିମୋଲ୍‌ ମାରିଏଟ୍‌ ଥୋମାସଙ୍କର ଜନ୍ମରୁ ଦୁଇ ହାତ ନ ଥିବାବେଳେ ସେ ପ୍ରଥମ ଏସୀୟ ମହିଳା ଭାବେ ଡ୍ରାଇଭିଂ ଲାଇସେନ୍ସ ହାସଲ କରିଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟାନ୍‌ ନିଜେ ଜୁଲିମୋଲଙ୍କୁ ବ୍ୟକ୍ତିଗତ ଭାବେ ଲାଇସେନ୍ସ ପ୍ରଦାନ କରିଛନ୍ତି। 

ଇଡୁକି ଜିଲ୍ଲାର ଜୁଲିମୋଲ୍‌ କୋଚିର ଏକ ଅଗ୍ରଣୀ ଆର୍ଟ ପବ୍ଲିକେସନରେ ଗ୍ରାଫିକ୍‌ ଡିଜାଇନର୍‌ ଭାବେ କାର୍ଯ୍ୟ କରନ୍ତି। ସେ ୬ ବର୍ଷ ଧରି ଅପେକ୍ଷା କରିବା ପରେ ତାଙ୍କ ଡ୍ରାଇଭିଂ ସ୍କୁଲ ଏବଂ ଭିନ୍ନକ୍ଷମଙ୍କ ପାଇଁ ରାଜ୍ୟ ଆୟୋଗ ଏବଂ କୋଚିରେ ଥିବା ଏକ ଘରୋଇ ସଂସ୍ଥା ସହାୟତାରେ ଲାଇସେନ୍ସପ୍ରାପ୍ତ ଡ୍ରାଇଭର ହେବାର ସ୍ୱପ୍ନ ପୂରଣ କରିପାରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜୁଲିମୋଲ୍‌ ସବୁବେଳେ କାର୍‌ ଚଳାଇବାକୁ ସ୍ୱପ୍ନ ଦେଖୁଥିଲେ। ବିଶେଷ କରି ସେ ତାଙ୍କ ବାପାଙ୍କୁ ହରାଇବା ପରେ ନିଜେ ସ୍ୱାଧୀନ ହେବା ସହ ପରିବାରର ଦାୟିତ୍ୱ ମଧ୍ୟ ନେଇଥିଲେ। ସେ ଭଦୁଥାଲାର ମାରିଆ ଡ୍ରାଇଭିଂ ସ୍କୁଲରେ କାର୍‌ ଚଳାଇବା ଶିଖିଥିଲେ। ପରେ ଲାଇସେନ୍ସ ପାଇଁ ଇଡୁକି ଜିଲ୍ଲାର ଥୋଡୁପୁଜହା ଆରଟିଓରେ ଆବେଦନ କରିଥିଲେ। ସେଠାକାର ଆରଟିଓରେ ଜୁଲିମୋଲଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ତା’ପରେ ସେ କେରଳ ହାଇକୋର୍ଟକୁ ଯାଇଥିଲେ। 

କୋର୍ଟର ହସ୍ତକ୍ଷେପ ପରେ ଜୁଲିମୋଲ୍‌ ମୋଟର୍‌ ଭେଇକିଲ୍‌ ଡିପାର୍ଟମେଣ୍ଟ୍‌ (ଏମ୍‌ଭିଡି) ଅଫିସରଙ୍କ ସମ୍ମୁଖରେ ତାଙ୍କ କାର୍‌ ଚାଳନାର ଏକ ପରୀକ୍ଷା ଦେଇଥିଲେ। ତେବେ ସେତେବେଳେ ମଧ୍ୟ ଅଧିକାରୀ ତାଙ୍କୁ ଲାଇସେନ୍ସ ଦେବାକୁ ମନା କରିଦେଇଥିଲେ। ଜୁଲିମୋଲ୍‌ ଶେଷରେ ଦିବ୍ୟାଙ୍ଗଙ୍କ ପାଇଁ ଥିବା ରାଜ୍ୟ ଆୟୋଗଙ୍କ ନିକଟକୁ ଯାଇଥିଲେ। ତେବେ ଯାଇ ସେ ଲାଇସେନ୍ସ ପାଇବାକୁ ସକ୍ଷମ ହୋଇଥିଲେ।

ତେବେ ଜୁଲିମୋଲ ଏ ଦୁନିଆଁକୁ ଦେଖାଇଦେଇଛନ୍ତି ଅକ୍ଷମତା ବୋଲି କୌଣସି ଶବ୍ଦ ଡିକ୍ସନାରୀରେ ତାହା କେବଳ ଆମର ଦୁର୍ବଳ ମନୋଭାବ। ମଣିଷର ଇଚ୍ଛା ଥିଲେ ଅସମ୍ଭବ କାର୍ଯ୍ୟ ବି ସମ୍ଭବ ହୋଇପାରିବ। କିନ୍ତୁ ସେଥିପାଇଁ ଦୃଢ଼ ମନୋବଳ ଦରକାର। 

ଅଧିକ ପଢ଼ନ୍ତୁ ଭାରତ ଖବର 

Julimol's | Argus News