Videos
|
National

ଜୁଲାଇରୁ ଡିସେମ୍ବର ଡେଟିଂ ପାଇଁ ନେଇପାରିବେ ଛୁଟି!

Ritu Das
Browse all articles by Ritu Das
·2 years ago·1 min read
ଜୁଲାଇରୁ ଡିସେମ୍ବର ଡେଟିଂ ପାଇଁ ନେଇପାରିବେ ଛୁଟି!

ଅର୍ଗସ ବ୍ୟୁରୋ: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ଭିତରେ ନିଜ ପାଇଁ ମଧ୍ୟ ସମୟ ମିଳେ ନାହିଁ । ଅଫିସରୁ ଛୁଟି ମିଳିବା ବେଶ କଷ୍ଟକର ହୋଇପଡୁଛି । ଯଦି ଆପଣ ପ୍ରେମ କରୁଛନ୍ତି ତାହେଲେ ଆପଣଙ୍କ ପାଇଁ ଖୁସି ଖବର । ପ୍ରେମ କରୁଥିଲେ ଅଫିସ ଦେବ ଛୁଟି । ଆଜ୍ଞା ହଁ ଏହା କୌଣସି ମିଥ୍ୟା ଖବର ନୁହେଁ। ଆପଣଙ୍କୁ କହି ରଖୁଛି କି, ଥାଇଲାଣ୍ଡର ଏକ କମ୍ପାନୀ କର୍ମଚାରୀମାନଙ୍କ ଉତ୍ତମ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଟିଣ୍ଡର ଲିଭ ପ୍ରଦାନ କରୁଛି । ଥାଇଲାଣ୍ଡର ମାର୍କେଟିଂ ଏଜେନ୍ସି ହ୍ବାଇଟଲାଇନ ଗ୍ରୁପ କର୍ମଚାରୀମାନଙ୍କୁ ଏହି ଅଫର ପ୍ରଦାନ କରୁଛି । ଜୁଲାଇରୁ ଡିସେମ୍ବର ଭିତରେ କର୍ମଚାରୀମାନେ ଡେଟିଂ ପାଇଁ ଛୁଟି ନେଇପାରିବେ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି । କିନ୍ତୁ ଜଣେ କର୍ମଚାରୀ କେତେ ଛୁଟି ନେଇପାରିବେ ସେନେଇ କମ୍ପାନୀ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇ ନାହିଁ ।

କିଭଳି କାମ କରିବ ଟିଣ୍ଡର ଲିଭ୍- କମ୍ପାନୀକୁ ଟିଣ୍ଡର ଲିଭ୍ ପାଇଁ ପୂର୍ବରୁ ଆବେଦନ କରିବାକୁ ହେବ। କମ୍ପାନୀ ପକ୍ଷରୁ ଲିଙ୍କଡଇନରେ କୁହାଯାଇଛି ଯେ, ଆମେ ଆମ କର୍ମଚାରୀମାନଙ୍କୁ ଟିଣ୍ଡର ଲିଭ୍ ଏବଂ ଡେଟିଂ ପାଇଁ ଛୁଟି ପ୍ରଦାନ କରିବୁ। କାମ ଭିତରେ ଡେଟିଂ ପାଇଁ ସମୟ ମିଳୁନଥିବା ନେଇ ଜଣେ କର୍ମଚାରୀ ଅଭିଯୋଗ କରିବା ପରେ କମ୍ପାନୀ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । କର୍ମଚାରୀମାନଙ୍କୁ ଡେଟିଂ ପାଇଁ ପ୍ରୋତ୍ସାହିତ କରିବା ପାଇଁ କମ୍ପାନୀ ଡିଣ୍ଡର ସବସ୍କ୍ରିପସନର ଖର୍ଚ୍ଚ ମଧ୍ୟ ଉଠାଉଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: