|
logo
Live
Argus News App
GET APP

Argus News - ଆଜିଠୁ ଆନ୍ଦୋଳନ ପ୍ରତ୍ୟାହାର କରିବେ ଡାକ୍ତର 

National

ଆଜିଠୁ ଆନ୍ଦୋଳନ ପ୍ରତ୍ୟାହାର କରିବେ ଡାକ୍ତର 

Manini Pattanayak
Browse all articles by Manini Pattanayak
·1 year ago·1 min read
ଆଜିଠୁ ଆନ୍ଦୋଳନ ପ୍ରତ୍ୟାହାର କରିବେ ଡାକ୍ତର 

ନୂଆଦିଲ୍ଲୀ:  କାର୍ଯ୍ୟରେ ଯୋଗଦେବେ ପଶ୍ଚିମବଂଗର ଜୁନିୟର ଡାକ୍ତର । ଆଜିଠୁ ସେମାନେ ତାଙ୍କର ଆନ୍ଦୋଳନ ପ୍ରତ୍ୟାହାର କରିବେ । ଆସନ୍ତାକାଲିଠୁ  ଜୁନିୟର ଡାକ୍ତରମାନେ କାର୍ଯ୍ୟରେ ଯୋଗଦେଇ ରୋଗୀସେବା କରିବେ । ଅଗଷ୍ଟ ୯ ତାରିଖରେ ଆରଜିକର ହସ୍ପିଟାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ଜୁନିୟର ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ଧାରଣାରେ ବସିଥିଲେ ।

ଏପରିକି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ସେମାନଙ୍କୁ ଘଣ୍ଟ ଘୋଡାଯାଉଥିବା ଅଭିଯୋଗ କରିଥିଲେ । ଜୁନିୟର ଡାକ୍ତରମାନଙ୍କୁ ଆଲୋଚନା ପାଇଁ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାରମ୍ବାର ଡାକିଥିଲେ ମଧ୍ୟ ସେମାନେ ରାଜି ହୋଇ ନଥିଲେ । କିନ୍ତୁ ଦୁଇ ଦିନ ତଳେ ଜୁନିୟର ଡାକ୍ତରଙ୍କ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କର ଦାବି ପୂରଣ ପାଇଁ ପଶ୍ଚିମବଂଗ ସରକାର ରାଜି ହେବା ପରେ ବର୍ବୋରଚିତ କାଣ୍ଡର ୪୦ ଦିନ ପରେ ଜୁନିୟର ଡାକ୍ତରମାନେ ଆନ୍ଦୋଳନରୁ ଓହରିଛନ୍ତି ।

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆଜିଠୁ ଆନ୍ଦୋଳନ ପ୍ରତ୍ୟାହାର କରିବେ ଡାକ୍ତର  | Argus News