Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Speed 10 : ସ୍କ୍ରୋଲ କରନ୍ତୁ, ଅପଡେଟ୍‌ ଖବର ପଢନ୍ତୁ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
Speed 10 : ସ୍କ୍ରୋଲ କରନ୍ତୁ, ଅପଡେଟ୍‌ ଖବର ପଢନ୍ତୁ

ଅର୍ଗସ ବ୍ୟୁରୋ: ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣା : ୭ ଦୁର୍ବୃତ୍ତଙ୍କୁ ଗିରଫ କଲା କମିଶନରେଟ ଚନ୍ଦକା ଥାନା ପୋଲିସ, ୭ ଜଣଙ୍କୁ ଗିରଫ ନେଇ ଏଡିସିପି କୃଷ୍ଣପ୍ରସାଦ ଦାସଙ୍କ ସୂଚନା

ଅମର ପ୍ରିତ୍ ସିଂହ ହେବେ ନୂଆ ବାୟୁସେନା ମୁଖ୍ୟ । ଏୟାର ମାର୍ଶାଲ ଅମର ପ୍ରିତ୍ ସିଂହ । ଏବେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି ଅମର ପ୍ରିତ୍‌ । ସେପ୍ଟେମ୍ବର ୩୦ରେ ଦାୟିତ୍ବ ଗ୍ରହଣ କରିବେ ଅମର ପ୍ରିତ୍‌ 

ଆଜିଠୁ ତିନିଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚତୁର୍ଥ କ୍ବାଡ୍‌ ସମ୍ମିଳନୀରେ ଅଂଶଗ୍ରହଣ କରିବା ସହ ନ୍ୟୁୟର୍କରେ ଆୟୋଜିତ ମିଳିତ ଜାତିସଂଘର ସାଧାରଣ ସଭାକୁ ସେ ସମ୍ବୋଧିତ କରିବାର ରହିଛି କାର୍ଯ୍ୟକ୍ରମ

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶି; ସମ୍ଭାଳିବେ ଦିଲ୍ଲୀ ଶାସନ ଗାଦି

ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଲା ଏଏସ୍‌ଆଇ ଓ ବିଶେଷଜ୍ଞ ଟିମ୍‌ । ଆଜିଠାରୁ ୨୩ ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ଡାର ଯାଞ୍ଚ କରାଯିବ, ଗୁପ୍ତ ରତ୍ନଭଣ୍ଡାର ଓ ସୁଡ଼ଙ୍ଗ ନେଇ ଯାଞ୍ଚ କରୁଛି ବିଶେଷଜ୍ଞ ଟିମ୍‌

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୩ ଦିନିଆ କେନ୍ଦୁଝର ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମର୍ଣ୍ଣିଂ ୱାକ୍ ସହ କେନ୍ଦୁଝର ଷ୍ଟାଡିୟମରେ ପହଞ୍ଚି ସାଧାରଣଲୋକଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ

ପୁରିଲା ହୀରାକୁଦ ଡ୍ୟାମ୍, ଛୁଇଁଲା ସର୍ବୋଚ୍ଚ ଜଳସ୍ତର । ସକାଳ ୯ଟା ସୁଦ୍ଧା ଜଳସ୍ତର ୬୩୦ ଫୁଟ୍ , ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ 

ଥାନାରେ ମେଜର ଓ ବାନ୍ଧବୀଙ୍କୁ ଆକ୍ରମଣ ମାମଲା । କଟକରେ ଓଡ଼ିଶା ପୋଲିସ ସଂଘର ସାମ୍ବାଦିକ ସମ୍ମିଳନୀ, ‘ଭରତପୁର ଥାନା ଘଟଣାକୁ ନେଇ ପୋଲିସ ସଂଘ ମର୍ମାହତ’ । ‘ଘଟଣାର ପ୍ରକୃତ କାରଣ ସମସ୍ତେ ଜାଣିଛନ୍ତି’ । ‘ତଦନ୍ତ ଜାରି ଥିବାବେଳେ ନିଲମ୍ବନ ଗ୍ରହଣୀୟ ନୁହେଁ’

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ବର ମୁଖ୍ୟ ନିର୍ମାଣ ଯନ୍ତ୍ରୀ NV ହରିହର ରାଓ ଗିରଫ : ହରିହରଙ୍କ ୧୧ଟି ଠିକଣାରେ ହୋଇଥିଲା ଭିଜିଲାନ୍ସ ରେଡ୍‌
 

ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍‌ । ବସ୍ତା ହସ୍ପିଟାଲ ରାସ୍ତାରେ ଜଳିଗଲା କାର୍‌, ଅଳ୍ପକେ ବର୍ତ୍ତିଲେ ଚାଳକ
 

Sponsored
Bhubaneswar | Argus News