Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜଷ୍ଟିସ୍ ବି.ଆର ଗବାଇ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ଜଷ୍ଟିସ୍ ବି.ଆର ଗବାଇ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି

ଜଷ୍ଟିସ୍ ବି.ଆର ଗବାଇ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି, ମେ ୧୪ ତାରିଖରେ ଗ୍ରହଣ କରିପାରନ୍ତି କାର୍ଯ୍ୟଭାର । ଗଭାଇଙ୍କ ନାମକୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଆଇନ ମନ୍ତ୍ରଣାଳୟକୁ ସୁପାରିସ ପଠାଯାଇଛି।

ବର୍ତ୍ତମାନ ଭାରତର ପ୍ରଧାନ ବିଚାରପତି ଥିବା ସଞ୍ଜୀବ ଖାନ୍ନା ଆଗାମୀ ମେ ୧୩ ତାରିଖରେ ଅବସର ନେବାକୁ ଯାଉଛନ୍ତି। ପରମ୍ପରା ଅନୁଯାୟୀ, ବର୍ତ୍ତମାନର ମୁଖ୍ୟ ବିଚାରପତି ତାଙ୍କ ଉତ୍ତରାଧିକାରୀ ଭାବରେ ଜଣେ ଯୋଗ୍ୟ ବିଚାରପତିଙ୍କ ନାମକୁ ସୁପାରିସ କରିଥାନ୍ତି।

ପୂର୍ବରୁ, ଆଇନ ମନ୍ତ୍ରଣାଳୟ ଜଷ୍ଟିସ୍ ଖାନ୍ନାଙ୍କୁ ତାଙ୍କ ଉତ୍ତରାଧିକାରୀଙ୍କ ନାମ ଦେବାକୁ ଆନୁଷ୍ଠାନିକ ଭାବରେ ଅନୁରୋଧ କରିଥିଲା। ଯାହା ପରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ଯଦି ଜଷ୍ଟିସ୍ ଗଭାଇଙ୍କୁ ନିଯୁକ୍ତ କରାଯାଏ, ତେବେ ସେ ଭାରତର ୫୧ତମ ମୁଖ୍ୟ ବିଚାରପତି ହେବେ।

ଏସସି ସମୁଦାୟରୁ ସେ ପ୍ରଥମଥର ପାଇଁ ମୁଖ୍ୟ ବିଚାରପତି ଆସନରେ ବସିବେ । ପୂର୍ବରୁ ଉତ୍ତରପ୍ରଦେଶ ସରକାରଙ୍କ ବୁଲଡୋଜର ଆକ୍ସନ ଉପରେ ରୋକ ଲଗାଇବା ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇ ସାରିଛନ୍ତି ଜଷ୍ଟିସ ଗବାଇ । ମହାରାଷ୍ଟ୍ର ଅମରାବତୀରେ ୨୪ ନଭେମ୍ବର ୧୯୬୦ରେ ଜଷ୍ଟିସ୍ ବି.ଆର ଗବାଇଙ୍କ ଜନ୍ମ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Justice BR Gavai To Take Oath As Chief Justice Of India On May 14 | Argus News