Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜଷ୍ଟିସ ସଞ୍ଜୀବ ଖାନ୍ନା ସୁପ୍ରିମକୋର୍ଟର ପରବର୍ତ୍ତୀ CJI

Smruti Parija
Browse all articles by Smruti Parija
·1 year ago
ଜଷ୍ଟିସ ସଞ୍ଜୀବ ଖାନ୍ନା ସୁପ୍ରିମକୋର୍ଟର ପରବର୍ତ୍ତୀ CJI

ଅର୍ଗସ ବ୍ୟୁରୋ:  ଜଷ୍ଟିସ ସଞ୍ଜୀବ ଖାନ୍ନା ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି । ସଞ୍ଜୀବ ଖାନ୍ନାଙ୍କୁ ନିଯୁକ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନଭେମ୍ବର ୧୧ରେ ଦାୟିତ୍ବ ଗ୍ରହଣ କରିବେ ଜଷ୍ଟିସ ଖାନ୍ନା ।

ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ ସରିବା ପରେ ଜଷ୍ଟିସ ଖାନ୍ନା ହେବେ ସୁପ୍ରିମକୋର୍ଟର ୫୧ତମ ପ୍ରଧାନ ବିଚାରପତି । 

ତେବେ ତାଙ୍କ କାର୍ଯ୍ୟକାଳ ରହିବ ୬ ମାସ । ଆସନ୍ତା ନଭେମ୍ବର ୧୦ରେ ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ ଅବସର ନେବେ । ନଭେମ୍ବର ୧୧ରେ ଜଷ୍ଟିସ ଖାନ୍ନା ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ନେବେ । ତେବେ ଆସନ୍ତା ବର୍ଷ ମେ ୧୩ରେ ତାଙ୍କର କାର୍ଯ୍ୟକାଳ ସରିବ । ଜଷ୍ଟିସ ଖାନ୍ନାଙ୍କ ନାଁ ସୁପାରିସ କରି କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
justice-sanjib-khanna-to-be-supreme-court-next-chief-justice-of-india | Argus News