Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଗକୁ ଥିଲା ଆଉ ଗୋଟେ ପ୍ଲାନ୍, ଜାଣନ୍ତୁ କ'ଣ ସେଇ ଯୋଜନା

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଆଗକୁ ଥିଲା ଆଉ ଗୋଟେ ପ୍ଲାନ୍, ଜାଣନ୍ତୁ କ'ଣ ସେଇ ଯୋଜନା

Key Points

ଜେରା ବେଳେ ଉଗାଳିଲେ ସତ

ପାକିସ୍ତାନ ଅଧିକାରୀଙ୍କୁ ବାହା ହେବାକୁ କରୁଥିଲେ ନିବେଦନ 

ଜ୍ୟୋତି ମାଲହୋତ୍ରା ଏଇ ସୁନ୍ଦର ନାମ ଓ ସୁନ୍ଦରୀଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ୟାଙ୍କ କାରନାମାର କାହାଣୀ କୋଉଠୁ ଆରମ୍ଭ କୋଉଠି ଶେଷ ତାର ଖିଅ ଖୋଜିଖୋଜି ଥକି ପଡିଲେଣି ତଦନ୍ତକାରୀ ଏଜେନ୍ସି। ପ୍ରେମରେ ପଡି ଦେଶ ସହ ପ୍ରତାରଣା କରିଥିଲେ ନା ବିଳାସପୂର୍ଣ୍ଣ ଜୀବନ ଜିଇଁବାକୁ ନିଜକୁ ଜଳାଞ୍ଜଳୀ ଦେଇଥିଲେ ପାକିସ୍ତାନ ପାଖରେ ତାକୁ ନେଇ ହେଉଛି ଖୋଳତାଡ।


ଏଇ ଭିତରେ ଗୋଟିଏ ପରେ ଗୋଟିଏ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଜେରାବେଳେ ଜ୍ୟୋତି ଯାହା ସ୍ବୀକାର କରିଛନ୍ତି ତାହା ତାଜୁବ କରି ଦେଇଛି ସମସ୍ତଙ୍କୁ। ପହଲଗାମ ଆଟାକ୍‌ ପୂର୍ବରୁ ଜ୍ୟୋତିଙ୍କର ପାକିସ୍ତାନ ଅଧିକାରୀଙ୍କ ସହ ସମ୍ପର୍କ ଥିବା ସେ ସ୍ପଷ୍ଟ କରିଛନ୍ତି। ଜ୍ୟୋତି କହିଛନ୍ତି ଯେ ସେ ପ୍ରଥମେ ୨୦୨୩ ମସିହାରେ ପାକିସ୍ତାନ ଯାତ୍ରା କରିବା ପାଇଁ ଭିସା ପାଇଁ ହାଇକମିସନକୁ ଯାଇଥିବା ସମୟରେ ଦାନିଶ ଓରଫ ଏହସର ଦାରଙ୍କ ସହ ଯୋଗାଯୋଗରେ ଆସିଥିଲେ। ସେବେଠାରୁ ୨୦୨୫ ମାର୍ଚ୍ଚ ପର୍ଯ୍ୟନ୍ତ ନିୟମିତ ଯୋଗାଯୋଗରେ ଥିଲେ। ସମ୍ବେଦନଶୀଳ ସୂଚନା ଆଦାନପ୍ରଦାନ କରୁଥିଲେ। ତାଙ୍କ ମୋବାଇଲ ଓ ଲାପଟପରୁ ମିଳିଥିବା ସୂଚନାରୁ ଏହା ସ୍ପଷ୍ଟ ହୋଇଛି।


ତାଙ୍କର ହ୍ବାଟସଆପ ଚାଟରୁ ଜଣାପଡିଛି ଯେ, ସେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ (ISI) ଅଧିକାରୀ ଅଲି ହସନଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ତାଙ୍କୁ କହିଥିଲେ, “ମୋତେ ପାକିସ୍ତାନରେ ବାହା ହୁଅ।” ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏମିତିକି ଜ୍ୟୋତି ପହଲଗାମ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯେଉଁ ଉତ୍ତେଜନା ଲାଗି ରହିଥିଲା ସେତେବେଳେ ସେ ଭାରତରେ ଥାଇ ଭାରତରେ କଣ କରାଯାଉଛି ତାର ସବୁ ସୂଚନା ପାକିସ୍ତାନକୁ ଦେଉଥିଲେ। କେଉଁଠି ସାଇରନ ବାଜିଲା, କେଉଁଠି ବ୍ଲାକ୍ ଆଉଟ୍ ହେଲା ତାର ସବୁ ତଥ୍ୟ ଦେଉଥିଲେ ପାକିସ୍ତାନ ଏଜେଣ୍ଟକୁ। ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନୀ ଦୂତାବାସ ଅଧିକାରୀଙ୍କ ସହ କରିଥିବା ହ୍ବାଟ୍ସଆପ୍ ଚାଟିଂ ମଧ୍ୟ ଜ୍ୟୋତି ଡିଲିଟ୍ କରିଥିବା ଫରେନ୍ସିକ ଯାଞ୍ଚ ବେଳେ ଜଣାପଡିଛି ।


ପାକିସ୍ତାନ ଅଧିକାରୀଙ୍କ ପରାମର୍ଶରେ ସେ ଭାରତର ଜନଗହଳିପୂର୍ଣ୍ଣ ଓ ସମ୍ବେଦନଶୀଳ ଅଞ୍ଚଳର ଭିଡିଓ କରୁଥିଲେ। ଏମିତିକି ପାକିସ୍ତାନ ଅଧିକାରୀଙ୍କ ଠାରୁ ଟ୍ରେନିଂ ମଧ୍ୟ ନେଉଥିଲେ। ନିଜ ଭିଡିଓ ମାଧ୍ୟମରେ ପାକିସ୍ତାନ ଏଜେଣ୍ଟଙ୍କୁ ତଥ୍ୟ ଦେଉଥିଲେ ଜ୍ୟୋତି। ପାକିସ୍ତାନ ଓ ଚୀନ ବୁଲିବା ପରେ ବାଂଲାଦେଶ ଯିବାକୁ ଯୋଜନା କରିଥିଲେ। ଏନେଇ ଏନଆଇଏ ହାତରେ ଲାଗିଛି ବାଂଲାଦେଶ ଗସ୍ତ କରିବାକୁ ଭିସା ଆବେଦନର ଫର୍ମ । ଯାହା ସ୍ପଷ୍ଟ କହୁଛି କି ଜ୍ୟୋତି ମଲହୋତ୍ରା ପାକିସ୍ତାନ, ଚାଇନା ପରେ ବାଂଲାଦେଶ ବୁଲିଯାଇଥାନ୍ତେ ।

Sponsored
Jyoti Malhotra is telling the truth during interrogation | Argus News