ମିଳିଲା ଜ୍ୟୋତିଙ୍କ ଡାଏରୀ, ଜାଣନ୍ତୁ କ'ଣ ଲେଖିଥିଲେ ସେଥିରେ ?

Key Points
ପାକିସ୍ତାନ ଯିବା ପୂର୍ବରୁ ଜ୍ୟୋତି କରୁଥିଲେ ହୋମ୍ ଓ୍ବାର୍କ
ଜ୍ୟୋତିଙ୍କ କାରନାମା କାଢୁଛି ଏନଆଇଏ
ପାକିସ୍ତାନ ପାଇଁ ଗୁପ୍ତଚର କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ନେଇ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର। ପାକିସ୍ତାନ ପ୍ରେମରେ ସବୁ ସୀମାସରହଦ ଡେଇଁଥିବା ଜ୍ୟୋତିଙ୍କର ମିଳିଛି ଏକ ଡାଏରୀ। ଯେଉଁଥିରେ ନିଜ ମନର କଥାକୁ ସେ ଲେଖୁଥିଲେ। ସେ କୌଣସି ସ୍ଥାନକୁ ଯିବା ପୂର୍ବରୁ ସମ୍ପୂର୍ଣ୍ଣ ହୋମ୍ ଓ୍ବାର୍କ କରି ଯାଉଥିଲେ। ଦେଶ-ବିଦେଶର ସବୁ ତଥ୍ୟ ନିଜ ଡାଏରୀରେ ଲେଖି ରଖୁଥିଲେ। ଡାଏରୀର ୧୦ ଟି ପେଜରେ ସେ ତାଙ୍କ ବିଦେଶ ବୁଲିବାର ଅନୁଭୂତି ଉଲ୍ଲେଖ କରିଛନ୍ତି ।କିଛି ପେଜ୍ ଇଂରାଜୀରେ ଲେଖା ଯାଇଥିବା ବେଳେ ପାକିସ୍ତାନ ବିଷୟରେ ଯାହା ଲେଖାଯାଇଛି ତାହା ହିନ୍ଦୀରେ ଲେଖାଯାଇଛି।
ଜ୍ୟୋତି ପାକିସ୍ତାନକୁ ନେଇ ଲେଖିଛନ୍ତି... ପାକିସ୍ତାନରୁ ୧୦ ଦିନର ଯାତ୍ରା ସାରି ମୁଁ ମୋ ଦେଶ ଭାରତରେ ପହଞ୍ଚିଛି। ଏହି ଯାତ୍ରା ସମୟରେ ପାକିସ୍ତାନ ଲୋକଙ୍କ ଠାରୁ ବହୁ ସ୍ନେହ ଶ୍ରଦ୍ଧା ମିଳିଛି। ସେଠାରେ ଥିବା ମୋର ସବସ୍କ୍ରାଇବର ମାନେ ମତେ ଦେଖା କରିବାକୁ ଆସିଥିଲେ। ଲାହୋରରେ ମାତ୍ର ଦୁଇଦିନ ବୁଲିବାକୁ ସମୟ ମିଳିଥିଲା। ଯାହା ବହୁତ କମ୍ ବୋଲି ସେ ଦର୍ଶାଇଛନ୍ତି। ଆମେ ସମସ୍ତେ ଗୋଟିଏ ମାଟିର ଲୋକ। ସେ ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଛନ୍ତି ଭାରତୀୟଙ୍କ ପାଇଁ ଗୁରୁଦ୍ବାରା ଏବଂ ମନ୍ଦିର ବୁଲିବା ପାଇଁ ଅଧିକ ସୁବିଧା ଓ ବ୍ୟବସ୍ଥା କରିବେ।
📱 Get Argus News App
✨ସୂଚନାଯୋଗ୍ୟ- ୟୁଟ୍ୟୁବର୍ ଜ୍ୟୋତି ମଲ୍ହୋତ୍ରାଙ୍କୁ ଏନଆଇଏ ସାତ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଛି। ଏହି ପଚରାଉଚରାରେ ପହଲଗାମ ଆତଙ୍କୀ ଆକ୍ରମଣ ନେଇ ଅଧିକ ତଥ୍ୟ ହାସଲ କରିବାକୁ ଉଦ୍ୟମ କରାଯାଉଛି। ପହଲଗାମ୍ ଘଟଣା ସମୟରେ ସେ କେଉଁଠି ଥିଲେ ଏବଂ ଜାନୁଆରୀରେ ପହଲଗାମ୍ ଯିବାର ଉଦ୍ଦେଶ୍ୟ କ’ଣ ଥିଲା ? ଏନେଇ ଅଧିକ ଖୋଳତାଡ କରୁଛି ତଦନ୍ତକାରୀ ଏଜେନ୍ସି।
ଜ୍ୟୋତି ଦୁଇ ବର୍ଷ ମଧ୍ୟରେ ତିନିଥର ପାକିସ୍ତାନ ଗସ୍ତ କରିଛନ୍ତି, ଏହା ସହିତ ସେ ଚୀନ ମଧ୍ୟ ଗସ୍ତ କରିଛନ୍ତି ସେଠାରେ ଜଣେ ପାକିସ୍ତାନୀଙ୍କ ସହ ସାକ୍ଷାତ କରିଛନ୍ତି। ଜ୍ୟୋତି ପାକିସ୍ତାନ ଯିବା, ସେଠାରେ ପାକିସ୍ତାନୀଙ୍କର ହିନ୍ଦୁଙ୍କ ପ୍ରତି ଥିବା ଭଲ ଭାବନାକୁ ଭାରତ ଆଗରେ ଭିଡିଓ ମାଧ୍ୟମରେ ଦେଖାଇବା, ପହଲଗାମ ଯାଇ ଭିଡ଼ିଓ ଅପଲୋଡ କରିବା ଓ ପରେ ପହଲଗାମରେ ଆତଙ୍କୀ ଆକ୍ରମଣ ହେବା, ଏସବୁ ବିନ୍ଦୁକୁ ଗାଟିଏରୁ ଗୋଟିଏ ସହିତ ଯୋଡିଲେ କେଉଁଠି ନା କେଉଁଠି ୟୁଟ୍ୟୁର ଜ୍ୟୋତିଙ୍କ ଭୂମିକାକୁ ସନ୍ଦେହକୁ ଆଣିଛି।

