Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବଢିଲା ଜ୍ୟୋତିଙ୍କ ରିମାଣ୍ଡ ଅବଧି

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ବଢିଲା ଜ୍ୟୋତିଙ୍କ ରିମାଣ୍ଡ ଅବଧି

Key Points

ଦେଢ ଘଣ୍ଟା ଧରି କୋର୍ଟରେ ବିତର୍କ ହୋଇଥିଲା

ଝିଅ ସହିତ କଥା ହେବାକୁ ବାପାଙ୍କୁ ମିଳିଲା ନାହିଁ ଅନୁମତି 

ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିବା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ରିମାଣ୍ଡ ଅବଧି ବଢିଲା। ଜ୍ୟୋତି ମାଲହୋତ୍ରାଙ୍କୁ କୋର୍ଟରେ ହାଜର କରିବା ପରେ, ତାଙ୍କର ରିମାଣ୍ଡକୁ ଆଉ ଚାରି ଦିନ ବୃଦ୍ଧି କରାଯାଇଛି। ହିସାର ପୋଲିସ ତାଙ୍କୁ ଆଜି ସକାଳେ କୋର୍ଟରେ ହାଜର କରିଥିଲା। ତାଙ୍କ ରିମାଣ୍ଡ ଅବଧି ବୃଦ୍ଧିକୁ ନେଇ ପ୍ରାୟ ଦେଢ ଘଣ୍ଟା ଧରି କୋର୍ଟରେ ବିତର୍କ ହୋଇଥିଲା। ଶେଷରେ ତାଙ୍କ ରିମାଣ୍ଡ ଅବଧିକୁ ଆଉ ୪ ଦିନ ବୃଦ୍ଧି କରିଛନ୍ତି କୋର୍ଟ। ଏହି ଶୁଣାଣୀ ସମୟରେ ଗଣମାଧ୍ୟମକୁ ଅନୁମତି ଦିଆଯାଇନଥିଲା। ଏମିତିକି ଝିଅ ସହ କଥା ହେବାକୁ ଜ୍ୟୋତିଙ୍କ ବାପାଙ୍କୁ ମଧ୍ୟ ଅନୁମତି ଦିଆଯାଇନଥିଲା।


ଗିରଫ ପରେ ପୋଲିସ ନେଇଥିବା ରିମାଣ୍ଡ ସମୟରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA), ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ଏବଂ ସାମରିକ ଗୁଇନ୍ଦା ବିଭାଗ ଜ୍ୟୋତି ମାଲହୋତ୍ରାଙ୍କୁ ପଚରାଉଚରା କରିଛି। ସବୁ ତଦନ୍ତ ଏଜେନ୍ସି ନିଜନିଜ ଅନୁସାରେ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ସେପଟେ ସିଭିଲ୍ ଥାନା ପୋଲିସ ସେଣ୍ଟ୍ରାଲ୍ ଜେଲରେ ଜ୍ୟୋତିଙ୍କୁ ପଚରାଉଚରା କରିଥିବା ଜଣା ପଡ଼ିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତଦନ୍ତକାରୀ ଅଧିକାରୀ ଜ୍ୟୋତିଙ୍କଠାରୁ ୟୁଟ୍ୟୁବରେ ଭିଡିଓ ତିଆରି କରିବା ଏବଂ ତାଙ୍କର ତିନିଥର ପାକିସ୍ତାନ ଗସ୍ତ ବିଷୟରେ ସୂଚନା ସଂଗ୍ରହ କରିଛନ୍ତି। ପହଲଗାମରେ କରାଯାଇଥିବା ଭିଡ଼ିଓକୁ ନେଇ ମଧ୍ୟ ଜ୍ୟୋତିଙ୍କୁ ପଚରାଉଚରା କରାଯାଇଛି।

Sponsored
Jyoti Malhotra's remand period extended | Argus News