Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ସରୁଛି ଜ୍ୟୋତିଙ୍କ ୫ ଦିନିଆ ରିମାଣ୍ଡ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଆଜି ସରୁଛି ଜ୍ୟୋତିଙ୍କ ୫ ଦିନିଆ ରିମାଣ୍ଡ

Key Points

ଜେରା ବେଳେ ମିଳିଛି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ

ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ଜିଲ୍ଲା କୋର୍ଟରେ ହାଜର କରିବ ତଦନ୍ତକାରୀ ଏଜେନ୍ସି। ଜ୍ୟୋତିଙ୍କ ୫ ଦିନିଆ ରିମାଣ୍ଡ ଆଜି ସରୁଥିବାରୁ ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ। ପୁଣି ଥରେ ତାଙ୍କୁ ହେପାଜତକୁ ନେବା ପାଇଁ ହାଜର କରାଯାଇପାରେ।


ଜ୍ୟୋତିଙ୍କୁ ପଚରାଉଚରା ବେଳେ ତାଙ୍କ ଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରାଯାଇଛି। ସେ କିଭଳି ପାକିସ୍ତାନକୁ ଭାରତର ଗୁପ୍ତତଥ୍ୟ ଦେଇଛନ୍ତି ସେନେଇ ଜ୍ୟୋତି ସତ ମାନିଥିବା ଜଣା ପଡ଼ିଛି। ଦନ୍ତକାରୀ ସଂସ୍ଥା ତାଙ୍କ ଘରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ ମୋବାଇଲ ଫୋନ ଏବଂ ଲାପଟପ ଭଳି କିଛି ଇଲେକ୍ଟ୍ରୋନିକ ଉପକରଣ ଜବତ କରିଛି। ଏସବୁ ଜବତ ଉପକରଣର ଫରେନସିକ୍ ଯାଞ୍ଚ କରାଯାଉଛି। କଣ ସବୁ ତଥ୍ୟ ଆଦାନ ପ୍ରଦାନ ହୋଇଛି ସେନେଇ ତଦନ୍ତ ଚାଲିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରା ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ସିଂହଦ୍ବାରରେ ଫଟୋ ଓ ଭିଡିଓ ଉଠାଇଥିଲେ। ତାଙ୍କ ସହିତ ଥିଲେ ପୁରୀର ଝିଅ ପ୍ରିୟଙ୍କା ସେନାପତି। ପହଲଗାମ ଆତଙ୍କବାଦୀ ଆକ୍ରମଣର ଗୋଟିଏ ମାସ ପୂର୍ବରୁ ସେ ଶ୍ରୀନଗର ଯାତ୍ରାରେ ଯାଇଥିଲେ। ଏହି ସମୟରେ ଜ୍ୟୋତି ମଧ୍ୟ ପହଲଗାମ ଯାଇଥିଲେ। ପରେ ମାର୍ଚ୍ଚ ମାସରେ ପାକିସ୍ତାନ ଯାଇଥିଲେ। ଜ୍ୟୋତିଙ୍କ ଭ୍ରମଣକୁ ନେଇ ଏବେ ଅଧିକ ଖୋଳତାଡ ଜାରି ରହିଛି।

Sponsored
Jyoti will appear in court today | Argus News