ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ସେଲିବ୍ରେସନରେ ଜ୍ୟୋତିଙ୍କ ଲିଙ୍କ୍

Key Points
ପାକ୍ ଲିଙ୍କର ଫିଟୁଛି ଗୁମର
ଜ୍ୟୋତିଙ୍କ ପାକ୍ ଲିଙ୍କର ମିଳୁଛି ଅନେକ ପ୍ରମାଣ
ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ସେଲିବ୍ରେସନ ଭିଡିଓ ଭାଇରାଲ
କେକ୍ ନେଉଥିବା କର୍ମଚାରୀଙ୍କ ସହ ଜ୍ୟୋତି ମଲହୋତ୍ରାଙ୍କ ଫଟୋ
ଗତ ଜାନୁଆରୀରେ ପ୍ରିୟଙ୍କା ଓ ଜ୍ୟୋତି ପହଲଗାମ୍ ଯାଇଥିଲେ
ଜ୍ୟୋତି ମଲହୋତ୍ରାଙ୍କ ପାକ୍ ଲିଙ୍କର ଫିଟୁଛି ଗୁମର । ଗୋଟିଏ ପରେ ଗୋଟିଏ ପ୍ରମାଣ ମିଳିବାରେ ଲାଗିଛି । ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ସାରା ଦେଶ ସ୍ତବ୍ଧ ହୋଇ ପଡିଥିବା ବେଳେ କେକ୍ ନେଇ ସେଲିବ୍ରେସନ କରୁଥିବା ଭିଡିଓ ଭାଇରାଲ ହୋଇଥିଲା । ଏବେ ସେହି ଯୁବକଙ୍କ ସହ ଜ୍ୟୋତି ମଲହୋତ୍ରାଙ୍କ ଫଟୋ ସାମ୍ନାକୁ ଆସିଛି। ପାକ୍ ଦୂତାବାସକୁ କେକ୍ ନେଇ ଯାଇଥିବା ବ୍ୟକ୍ତିଙ୍କ ସହ ଜ୍ୟୋତି ପାକିସ୍ତାନର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଫଟୋ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛି ।
ଗତ ଜାନୁଆରୀରେ ପ୍ରିୟଙ୍କା ଓ ଜ୍ୟୋତି ପହଲଗାମ ଯାଇଥିବା ଜଣାପଡ଼ିଛ । ମାର୍ଚ୍ଚରେ ଜ୍ୟୋତି ଯାଇଥିଲେ ପାକିସ୍ତାନ ଏବଂ ଏପ୍ରିଲ ୨୨ରେ ପହଲଗାମରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ। ଏ ସବୁ ଖିଅକୁ ଏବେ ତଦନ୍ତ ପରିସର ଭୁକ୍ତ କରିଛି ମାମଲାର ତଦନ୍ତ କରୁଥିବା ହରିୟାଣା ହିସାର ପୋଲିସ। ସେପଟେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡେଇବା ଘଟଣାରେ ମଧ୍ୟ ଚାଲିଛି ଖୋଳତାଡ । ଶ୍ରୀମନ୍ଦିର ଉପରେ ସେମାନଙ୍କର ଲୋଲୁପ ଦୃଷ୍ଟି ଥିଲା କି ବୋଲି