Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Kavitha Resigns / ଏମଏଲସି ଏବଂ ବିଆରଏସର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଲେ କେ.କବିତା

Ritu Das
Browse all articles by Ritu Das
·10 months ago·2 min read
ଏମଏଲସି ଏବଂ ବିଆରଏସର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଲେ କେ.କବିତା

Key Points

ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ମଙ୍ଗଳବାର ଦିନ ବିଧାନ ପରିଷଦ ସଦସ୍ୟ କେ. କବିତାଙ୍କୁ ଦଳରୁ ନିଲମ୍ବିତ କରିଥିଲା।

ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ମଙ୍ଗଳବାର ଦିନ ବିଧାନ ପରିଷଦ ସଦସ୍ୟ କେ. କବିତାଙ୍କୁ ଦଳରୁ ନିଲମ୍ବିତ କରିଥିଲା। ଏବେ ନିଲମ୍ବିତ ବିଆରଏସ ନେତ୍ରୀ କବିତା, ଦଳ ଏବଂ ଏମଏଲସି ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ଏଭଳି ହଠାତ୍ ବିଆରଏସ ତାଙ୍କୁ ନିଲମ୍ବନ କରିବା ଗଭୀର ଦୁଃଖ ଦେଇଛି ବୋଲି କହିଛନ୍ତି କେ.କବିତା। ସାମ୍ବାଦିକ ସମ୍ମିଳନୀରେ ଇସ୍ତଫା ବିଷୟରେ ଘୋଷଣା କରି କେ.କବିତା କହିଛନ୍ତି ଯେ,"ଏହା ବହୁତ ଯନ୍ତ୍ରଣାଦାୟକ ଯେ, ମୋତେ ହଠାତ୍ ବିଆରଏସ ଦଳରୁ ନିଲମ୍ବିତ କରାଯାଇଛି। ଏବେ ମୁଁ ଏମଏଲସି ପଦବୀ ଏବଂ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୁଁ ମୋ ଇସ୍ତଫାପତ୍ର ବାଚସ୍ପତି ଏବଂ (ଦଳ ମୁଖ୍ୟ ଏବଂ ତାଙ୍କ ପିତା) କେ ଚନ୍ଦ୍ରଶେଖର ରାଓଙ୍କ ନିକଟକୁ ପଠାଇଛି। ମୁଁ କୌଣସି ଦଳ ସହିତ ହାତ ମିଳାଇବି ନାହିଁ। କିନ୍ତୁ ତେଲେଙ୍ଗାନା ଜାଗୃତି ସଦସ୍ୟଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତା’ର ନିଷ୍ପତ୍ତି ନେବି। " ସେ ଆହୁରି କହିଛନ୍ତି ଯେ, "ମୁଁ ଭବନ ଯାଇ ଭାଇ କେଟିଆରଙ୍କୁ ଭେଟିଥିଲି। ମୁଁ ତାଙ୍କୁ ମୋ ବିରୋଧରେ ହେଉଥିବା ଷଡ଼ଯନ୍ତ୍ର ଏବଂ ମିଥ୍ୟା ଅଭିଯାନ ବିଷୟରେ କହିଥିଲି। କିନ୍ତୁ ସେ କିଛି କରିବାକୁ ଚାହିଁଲେ ନାହିଁ। ସେ ମୋତେ ଫୋନ୍ ମଧ୍ୟ କଲେ ନାହିଁ।" ଉଲ୍ଲେଖଯୋଗ୍ୟ, କବିତା ନିଲମ୍ବନର ଗୋଟିଏ ଦିନ ପୂର୍ବରୁ ବିଆରଏସ ଭିତରେ ଅଶାନ୍ତି ସୃଷ୍ଟି କରିଥିଲେ। ଦଳୀୟ ସହଯୋଗୀମାନେ କେସିଆରଙ୍କ ଭାବମୂର୍ତ୍ତି ନଷ୍ଟ କରୁଥିବାର ଅଭିଯୋଗ ଆଣିଥିଲେ ସେ। କବିତା ଦଳର ବରିଷ୍ଠ ନେତା ତଥା ତାଙ୍କ ସମ୍ପର୍କୀୟ ଭାଇ ଟି. ହରିସ ରାଓ ଏବଂ ପୂର୍ବତନ ସାଂସଦ ମେଘା କୃଷ୍ଣ ରେଡ୍ଡୀଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି କହିଥିଲେ ଯେ, ଟି. ହରିସ ରାଓ ଏବଂ ପୂର୍ବତନ ସାଂସଦ ମେଘା କୃଷ୍ଣ ରେଡ୍ଡୀ ଦୁର୍ନୀତି ମାମଲାରେ ମୋ ବାପାଙ୍କୁ ଫସାଇବାକୁ ଚାହୁଁଛନ୍ତି।


ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କୁ ନିଲମ୍ବିତ କରିବାର ସବୁଠାରୁ ବଡ଼ କାରଣ ଥିଲା ଦଳ ବିରୋଧରେ ତାଙ୍କର ବୟାନ। କବିତା ୨୦୨୩ରେ BRSର ପରାଜୟ ପରେ କଂଗ୍ରେସକୁ ସମର୍ଥନ କରିବା ବିଷୟରେ କଥା ହୋଇଥିଲେ ଏବଂ ଦଳର ଆଭ୍ୟନ୍ତରୀଣ ପ୍ରସଙ୍ଗଗୁଡ଼ିକୁ ଖୋଲାଖୋଲି ସମାଲୋଚନା କରିଥିଲେ, ଯାହାକୁ ଚନ୍ଦ୍ରଶେଖର ରାଓ ଏବଂ ଅନ୍ୟ ନେତାମାନେ ଅନୁଶାସନହୀନତା ବୋଲି ବିବେଚନା କରିଥିଲେ। ଏ ସମ୍ପର୍କରେ ଦଳ ପକ୍ଷରୁ ଏକ ବିବୃତ୍ତି ମଧ୍ୟ ଜାରି କରାଯାଇଛି।

Sponsored
Kavitha Resigns | K Kavitha Resigns from MLC Post and BRS Primary Membership | Argus News