Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୧୪ ବର୍ଷର ଚାକିରି ଛାଡି ଅଟୋ ଚଲାଇଲେ କମଲେଶ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
୧୪ ବର୍ଷର ଚାକିରି ଛାଡି ଅଟୋ ଚଲାଇଲେ କମଲେଶ

ଅର୍ଗସ ବ୍ୟରୋ :  ଛାଡିଲେ ଦୀର୍ଘ ୧୪ ବର୍ଷର କର୍ପୋରେଟ ଚାକିରି । ଏବେ ଅଟୋ ଚାଳକ ଭାବେ ଆରମ୍ଭ କରିଛନ୍ତି ନିଜର ନୂଆ ବିଜନେସ । ଯାହା ସେ ନିଜ ଲିଙ୍କଡେନ ପ୍ରୋଫାଇଲରେ ଶେୟାର କରିଛନ୍ତି । କମଲେଶ କାମଟେକର ।


ମୁମ୍ବାଇର ଏକ କମ୍ପାନୀରେ ଗ୍ରାଫିକ ଡିଜାଇନର ଭାବେ ୧୪ ବର୍ଷ ହେବ କାମ କରୁଥିଲେ । ଦୀର୍ଘ ୧୪ ବର୍ଷ ପରେ ତାଙ୍କୁ ଆସିଷ୍ଟାଣ୍ଟ କ୍ରିଏଟିଭ ମ୍ୟାନେଜର ଭାବେ ପ୍ରମୋସନ ମଧ୍ୟ ମିଳିଥିଲା । ଯାହାକୁ ନେଇ ସେ ଖୁବ ଖୁସି ଥିଲେ । ହେଲେ ସେହି ପୋଷ୍ଟରେ ସୁରକ୍ଷିତ ଭାବେ ରହିବା ପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଲା । ଉପଯୁକ୍ତ ଦରମାକୁ ନେଇ ଅଫିସର ଏଚଆର(HR)ଙ୍କ ସହ ଅନେକ ବିବାଦ ମଧ୍ୟ ହୋଇଥିଲା । ପରେ ସେ ସେହି କମ୍ପାନୀରୁ ରିଜାଇନ ଦେଇଥିଲେ । ହେଲେ ଏହାପରେ ଲଗାତାର ଭାବେ ଅନ୍ୟ କମ୍ପାନୀଗୁଡିକୁ ନିଜର ରିଜ୍ୟୁମ ପଠାଇଥିଲେ । ନିଜର ଅନେକ ବନ୍ଧୁଙ୍କ ପାଖକୁ ରେଫରେନ୍ସ ପାଇଁ ମଧ୍ୟ ଯାଇଥିଲେ । ହେଲେ ସବୁ ସ୍ଥାନରେ ତାଙ୍କୁ ରିଜେକ୍ଟ କରାଯାଇଥିଲା । ଲିଙ୍କଡେନରେ ମଧ୍ୟ ଅନେକ ଥର ସେନିଜର ପ୍ରୋଫାଇଲ ଶେୟାର କରିଥିଲେ, ହେଲେ କୌଣସି ଅଫର ତାଙ୍କ ପାଖକୁ ଆସିନଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କମଲେଶଙ୍କ ଚାକିରି ଖୋଜିବାର ଯେଉଁ ମୁଖ୍ୟ ପ୍ରତିବନ୍ଧକ ଥିଲା, ତାହା ଥିଲା ଉଯୁକ୍ତ ଦରମା । ଅନେକ ସ୍ଥାନରେ ଚାକିରି ମିଳୁଥିଲେ ମଧ୍ୟ ତାଙ୍କ ଯୋଗ୍ୟତା ହିସାବରେ ତାଙ୍କୁ ଦରମା ଦେବାକୁ ସେହି କମ୍ପାନୀ ଗୁଡିକ ସକ୍ଷମ ନଥିଲେ । ସେହି କାରଣରୁ ସେ କର୍ପୋରଟ ଚାକିରିକୁ ନର୍କ ବୋଲି କହିଥିଲେ । ହେଲେ ଏହାପରେ ମଧ୍ୟ ସେ ହାର ମାନିନଥିଲେ । କମଲେଶ ଚିନ୍ତା କରିଥିଲେ ନିଜର ଏକ ବିଜନେସ କରିବେ, ଯେଉଁଥିରେ ସେ ନିଜେ ନିଜ ପରିଶ୍ରମରୁ ଇନକମ କରିପାରିବେ । ଏହାପରେ ସେ ଅଟୋ ଚଲାଇବା ପାଇଁ ନିଷ୍ପତ୍ତି ନେଇଥିଲେ । ନିଜର ସମସ୍ତ ଗ୍ରାଫିକ ଡିଜାଇନିଂ କାମକୁ ଛାଡି ଅଟୋ ଚାଳକ ଭାବେ ନିଜର ବିଜନେସ ଆରମ୍ଭ କରିଛନ୍ତି କମଲେଶ । ଏହି ନୂଆ ବିଜନେସ ପାଇଁ ସମସ୍ତଙ୍କ ଆଶୀର୍ବାଦ ନିହାତି ଦରକାର ବୋଲି ଲେଖ ସେ ନିଜ ଲିଙ୍କଡେନ ପ୍ରୋଫାଇଲରେ ଶେୟାର କରିଛନ୍ତି ।


କମଲେଶଙ୍କ ଏହି ନିଷ୍ପତ୍ତିକୁ ଅନେକ ୟୁଜର୍ସ ପ୍ରଶଂସା କରିଥିବା ବେଳେ ଅନେକ ଜଣ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି । ଅନେକ ୟୁଜର୍ସ ତାଙ୍କ ପୋଷ୍ଟରେ ନିଜ ନିଜର କର୍ପୋରେଟ ଅଫିସକୁ ନେଇ ଥିବା ଅସନ୍ତୋଷ ଭାବ ପ୍ରକାଶ କରିଛନ୍ତି । ଜଣେ ଲେଖିଛନ୍ତି, କର୍ପୋରେଟ ଅଫିସର ଏପରି ନିଯୁକ୍ତି ପ୍ରକ୍ରିୟା ଯୋଗୁ ଅନେକ ଭଲ ଯୋଗ୍ୟତା ଥିବା ଲୋକ ନିଜର ଚାକିରି ହରାଉଛନ୍ତି । ସେହିପରି ଆଉ ଜଣେ ଲେଖିଛନ୍ତି, କମଲେଶଙ୍କ ଏହି କାହାଣୀ ଅନେକ ଜଣଙ୍କୁ ନିଜର ବିଜନେସ ଆରମ୍ଭ କରିବା ପାଇଁ ପ୍ରେରଣା ଯୋଗାଇବ । ପ୍ରକୃତରେ କମଲେଶଙ୍କ ଏହି କାହାଣୀ ଅନେକଙ୍କ ପାଇଁ ଆତ୍ମବିଶ୍ବାସ ବଢାଇବା ସହ ଅନେକଙ୍କୁ କିଛି ନୂଆ କରିବାର ପ୍ରେରଣା ଯୋଗାଇବ ।

Sponsored
Kamlesh left a corporate job of 14 years and drive an auto | Argus News