Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଯାହା ଦାବି ଦେଉଥିଲୁ, ତାହା ପୂରଣ ହୋଇଛି

National

ଯାହା ଦାବି ଦେଉଥିଲୁ, ତାହା ପୂରଣ ହୋଇଛି

Smruti Parija
Browse all articles by Smruti Parija
·1 year ago·2 min read
ଯାହା ଦାବି ଦେଉଥିଲୁ, ତାହା ପୂରଣ ହୋଇଛି

ଭୁବନେଶ୍ୱର: କେନ୍ଦ୍ର ବଜେଟ ନେଇ ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ପ୍ରତିକ୍ରିୟା । ଏହା ଓଡ଼ିଶାର ପର୍ଯ୍ୟଟନ, ମହିଳା, ଗରିବ, ଯୁବ, କୃଷିଙ୍କ ପାଇଁ ବଜେଟ । ଶକ୍ତି କ୍ଷେତ୍ର ପାଇଁ ବି ବ୍ୟବସ୍ଥା ଅଛି । ସ୍ୱାଗତଯୋଗ୍ୟ ବଜେଟ୍ । ଗତ କିଛି ଦିନ ପୂର୍ବରୁ କେନ୍ଦ୍ର ଅର୍ଥ ମନ୍ତ୍ରୀ ବୈଠକ ଡାକିଥିଲେ । ମୁଁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଯୋଗ ଦେଇଥିଲି । ଯାହା ଦାବି ଦେଉଥିଲୁ, ତାହା ପୂରଣ ହୋଇଥିବାରୁ ଧନ୍ୟବାଦ ।

୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ

ପର୍ଯ୍ୟଟନ କ୍ଷେତ୍ରରେ ମନ୍ଦିର, ଜଙ୍ଗଲ, ଇକୋ ଟୁରିଜିମ, ସମୁଦ୍ରକୂଳକୁ ନେଇ ବିକାଶ କଥା କହିଛନ୍ତି । ଏଠି କାମ ମିଳିବ, ଦାଦନ ଖଟିବାକୁ ଯିବାକୁ ପଡ଼ିବନି । ଓଡ଼ିଶାବାସୀ ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ନିର୍ମଳା ସୀତାରମଣକୁ ଧନ୍ୟବାଦ । ପ୍ରଧାନମନ୍ତ୍ରୀ ପ୍ରଚାର ବେଳେ ଯାହା କହିଥିଲେ, ତାହା କରିଥିବାରୁ ଧନ୍ୟବାଦ । ବଜେଟ ନେଇ ଗୃହରେ କହି ପାରିଥାନ୍ତେ ବିରୋଧୀ ବିଜେଡି । ହେଲେ ସେମାନେ ରହିଲେ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡ଼ିଶା ବିଜେପିର 20 ସାଂସଦ ଅଛନ୍ତି ବୋଲି ଏତେ ବଡ଼ ବଜେଟ ପାଇଲା ଓଡ଼ିଶା । ଆରୋପ ପ୍ରତ୍ୟାରୋପ ବିରୋଧୀ କରନ୍ତି । ଉପା ସରକାର ସମୟରେ ବି ଏତେ ପାଉ ନଥିଲା ଓଡିଶା । ଲୋକ ଖୁସି ଥିବା ମୁଁ ଦେଖିଛି । ମରିନ କ୍ଷେତ୍ରରେ ଆମେ ଦ୍ଵିତୀୟ । ସେ ଦିଗରେ ବି ବଜେଟରେ ଅଛି । ଆଜି ଯେବେ କେନ୍ଦ୍ର ସରକାର ଓଡିଶା ଟୁରିଜିମ ବିକାଶ ପାଇଁ ଘୋଷଣା କରିଛନ୍ତି, ଏଠି ସ୍ୱତନ୍ତ୍ର ପ୍ୟାକେଜ କ'ଣ ମାଗୁଛନ୍ତି ? ଓଡିଶାକୁ ଯେତିକି ସହାୟତା ଦରକାର, କେନ୍ଦ୍ର ସଡକ, ପ୍ରଧାନମନ୍ତ୍ରୀ ଆବାସ ପରି ଯୋଜନା ବ୍ୟବସ୍ଥା ଏହି ବଜେଟରେ କରାଯାଇଛି । ଓଡିଶା ତା ଭାଗ ପାଇବ ବୋଲି କହିଛନ୍ତି କନକବର୍ଦ୍ଧନ ସିଂହଦେଓ । 

କେନ୍ଦ୍ର ଆର୍ଥିକ ବଜେଟ୍ ୨୦୨୪-୨୫କୁ ସର୍ବସ୍ପର୍ଶୀ ଓ ସର୍ବସମାବେଶୀ ବଜେଟ୍ କହିଲେ କେନ୍ଦ୍ରମନ୍ତ୍ରୀ
 

Argus Whatsapp Channel Mobile Top
Sponsored
kanakbardhan-singhdeo-reaction-on-budget-2024-2025 | Argus News