ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲାରେ ମୁହଁ ଖୋଲିଲେ କଙ୍ଗନା: କହିଲେ ମୋ ମୁଣ୍ଡରୁ ଘଟଣା ଯାଉନି

Key Points
ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲା
କଙ୍ଗନା କହିଲେ ଏଭଳି ଘଟଣା ଶୁଣି ମୋ ମୁଣ୍ଡ ବିନ୍ଧୁଛି
‘ସକାଳରୁ ଏହା ମୋ ମନକୁ ବିବ୍ରତ କରିଛି, ମୁଁ ବୁଝିପାରୁନାହିଁ
ପ୍ରେମିକଙ୍କ ସହିତ ପଳାଇ ଯାଇପାରିଥାନ୍ତେ କାହିଁକି ଏଭଳି ହତ୍ୟା
ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲା ସାରା ଦେଶକୁ ଥରାଇ ଦେଇଛି। ରାଜାଙ୍କ ବିବାହକୁ ଗୋଟିଏ ମାସ ବି ପୁରିନଥିଲା, ହେଲେ ତାଙ୍କ ପତ୍ନୀ ସୋନମ ତାଙ୍କୁ ସିଲଂରେ କଣ୍ଟ୍ରାକ୍ଟ କିଲର ଦ୍ୱାରା ହତ୍ୟା କରାଇଥିଲେ। ସୋନମ ଗାଜିପୁର ପୋଲିସ ନିକଟରେ ନିଜକୁ ଆତ୍ମସମର୍ପଣ କରିଛନ୍ତି। ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରି ସୋନମଙ୍କୁ ରିମାଣ୍ଡରେ ନେଇଛି । ଏହା ସହ ୩ ଜଣଙ୍କୁ ଗିରଫ କରିଛି। ଏବେ ବଲିଉଡ ଅଭିନେତ୍ରୀ ଏବଂ ସାଂସଦ କଙ୍ଗନା ରାଣାୱତ ଏହି ମାମଲାରେ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ବଡ ପୋଷ୍ଟ ସେୟାର କରିଛନ୍ତି। କଙ୍ଗନା ରାଜନୈତିକ ଏବଂ ସାମାଜିକ ପ୍ରସଙ୍ଗରେ ନିଜର ମତ ରଖିବାରେ ପଛାନ୍ତି ନାହିଁ। ଏନେଇ ଅଭିନେତ୍ରୀ ରାଜା ରଘୁବଂଶୀ ହତ୍ୟା ମାମଲାରେ ଲେଖିଛନ୍ତି, 'ଏହା କେତେ ଅବାସ୍ତବ ..ଜଣେ ଝିଅ ତାଙ୍କ ପିତାମାତାଙ୍କ ଭୟରେ ବିବାହକୁ ମନା କରିପାରୁନାହିଁ, କିନ୍ତୁ ସେହି ମହିଳା ସୁପାରୀ ଦେଇ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଇପାରିବ।
ଏହି ଘଟଣା ମୋ ମନରୁ ଯାଉନାହିଁ, ମୂର୍ଖ ଲୋକମାନେ ସମାଜ ପାଇଁ ବିପଦ'। ଅଭିନେତ୍ରୀ ଆହୁରି ଲେଖିଛନ୍ତି, 'ଉଫ୍, ଏବେ ମୋର ମୁଣ୍ଡବିନ୍ଧା ହେଉଛି, କ'ଣ ସେହି ମହିଳା ଛାଡପତ୍ର ନେଇପାରିବେ ନାହିଁ? ନଚେତ୍ ତାଙ୍କ ପ୍ରେମିକ ସହିତ ପଳାଇ ଯାଇପାରିଥାନ୍ତେ ? କେତେ ନିଷ୍ଠୁର, ଘୃଣ୍ୟ ସହ ମୂର୍ଖତାପୂର୍ଣ୍ଣ'। କଙ୍ଗନା ଲୋକମାନଙ୍କୁ ଚେତାବନୀ ଦେଇଛନ୍ତି ଯେ ମୂର୍ଖମାନଙ୍କୁ କେବେ ହାଲୁକା ଭାବରେ ନିଆଯିବା ଉଚିତ୍ ନୁହେଁ, ସେମାନେ ସମାଜ ପାଇଁ ସବୁଠାରୁ ବଡ଼ ବିପଦ।, 'ଆମେ ମୂର୍ଖମାନଙ୍କୁ ଦେଖି ହସୁଛୁ ଯେ ସେମାନେ ଆମର କ'ଣ କ୍ଷତି ପହଞ୍ଚାଇ ପାରିବେ। କିନ୍ତୁ ମୂର୍ଖଙ୍କ ଠାରୁ ସାବଧାନ ରୁହ । କାହିଁକି ନା ଆପଣ କେବେ ଜାଣିପାରିବେ ନାହିଁ ଯେ ଜଣେ ମୂର୍ଖ କ'ଣ କରିବ। ସେମାନଙ୍କ ଠାରୁ ବହୁ ଦୂରରେ ରୁହନ୍ତୁ।