Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କଙ୍ଗନାଙ୍କ ରେଷ୍ଟୁରାଣ୍ଟ : ସୋସିଆଲ ମିଡିଆରେ ସେୟାର କଲେ ଭିଡିଓ

National

କଙ୍ଗନାଙ୍କ ରେଷ୍ଟୁରାଣ୍ଟ : ସୋସିଆଲ ମିଡିଆରେ ସେୟାର କଲେ ଭିଡିଓ

Rashmita Mishra
Browse all articles by Rashmita Mishra
·1 year ago·1 min read
କଙ୍ଗନାଙ୍କ ରେଷ୍ଟୁରାଣ୍ଟ : ସୋସିଆଲ ମିଡିଆରେ ସେୟାର କଲେ ଭିଡିଓ

ବଲିଉଡ ଜଗତର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି କଙ୍ଗନା ରଣାୟତ । ସେ ଖାଲି ଅଭିନେତ୍ରୀ ନୁହଁନ୍ତି ଅଭିନୟ ସହିତ ପ୍ରଯୋଜକ ଏବଂ କେତେକ ରାଜନୈତିକ ସମାଲୋଚକ ମଧ୍ୟ । ନିକଟରେ ସେ ଏକ କାଫେ ଖୋଲିବାକୁ ଯାଉଛନ୍ତି । ଯାହାକି ଚଳିତମାସ ୧୪ ତାରିଖ ଅର୍ଥାତ ଭାଲେଣ୍ଟାଇନଡେ ରେ ଖୋଲିବାକୁ ଯାଉଛି । ଏହାକୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି କଙ୍ଗନା ରଣାୟତ । ଇନଷ୍ଟାଗ୍ରାମରେ ନୂଆ କାଫେର ଭିଡିଓ ସେୟାର କରିଛନ୍ତି ଓ କହିଛନ୍ତି ପିଲାଦିନର ସ୍ୱପ୍ନ ପୂରଣ ହୋଇଛି ।


ଏହି କାଫେଟି ହିମାଳୟରେ ଖଲାଯାଇଛି । ଏହି ପୋଷ୍ଟ ସହିତ ୧୪ ଫେବୃଆରୀ ଭାଲେଣ୍ଟାଇନ୍ସ ଡେ’ର ବିଶେଷ ଅବସରରେ ଏହି କାଫେ ଖୋଲିବା ନେଇ କହିଛନ୍ତି । ଏହାସହ କଙ୍ଗନା ସମସ୍ତଙ୍କୁ କାଫେ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ସେ ଏକ ପୁରୁଣା ଅନୁଭବକୁ ଫ୍ୟାନ୍ସ ଙ୍କ ସହ ସେୟାର କରିଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯେତେବେଳେ ତାଙ୍କୁ ପଚାରିଲେ ଯେ ସେ ଆଗାମୀ ୧୦ ବର୍ଷ ମଧ୍ୟରେ ନିଜକୁ କ’ଣ କରିବାକୁ ଚାହାଁନ୍ତି। କଙ୍ଗନା ଏହାର ଉତ୍ତର ଦେଇଥିଲେ, “ମୁଁ ମୋର ନିଜର ଛୋଟ ରେଷ୍ଟୁରାଣ୍ଟ ଖୋଲିବାକୁ ଚାହୁଁଛି। ଯେଉଁଥିରେ କି ସାରା ବିଶ୍ୱର ଖାଦ୍ୟ ତାଲିକା ରହିବା ।


ମୁଁ ପ୍ରତ୍ୟେକ ସ୍ଥାନର ଖାଇବା ଖାଇଛି ଏବଂ ପ୍ରତ୍ୟେକ ସ୍ଥାନର ରେସିପି ସ୍ୱତନ୍ତ୍ର ଲାଗିଛି ବୋଲି ମୁଁ ଅନୁଭବ କରିଛି । ମନାଲୀରେ କଙ୍ଗନା ରାନାୱତଙ୍କ ରେଷ୍ଟୁରାଣ୍ଟ “ଦି ମାଉଣ୍ଟେନ୍ ଷ୍ଟୋରୀ” ଆଉ କିଛିଦିନ ଭିତରେ ଖୋଲିବାକୁ ଯାଉଛି । ଏହାକୁ ନେଇ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଖୁବ ଉତ୍କଣ୍ଠା ଦେଖିବାକୁ ମିଳିଛି ।



Sponsored
kangana ranaut love letter food new restaurant himachal pradesh | Argus News