କର୍କଟ ରୋଗକୁ ହରାଇ ବନିଲେ 10ଟି ଘରୋଇ ଜେଟର ମାଲିକାଣି

ନୂଆଦିଲ୍ଲୀ: କୁହାଯାଏ କିଛି ହାସଲ କରିବାକୁ ନିଜ ଭିତରେ ସେତିକି ଉତ୍ସାହ, ଆତ୍ମବିଶ୍ୱାସ ଏବଂ ଆଗ୍ରହ ଦରକାର। ଯେଉଁଥିପାଇଁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ସହଜ ହୋଇଥାଏ। ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି 33 ବର୍ଷୀୟ ଭାରତୀୟ ବ୍ୟବସାୟୀ କନିକା ଟେକ୍ରିୱାଲ । ଯିଏକି କମ ବୟସରେ ଖାଲି କ୍ୟାନ୍ସର ପରି ବ୍ୟାଧିକୁ ହରାଇନାହାଁନ୍ତି ବରଂ ନିଜର ବିଜନେସ ଆଇଡିଆ ଆଧାରରେ କୋଟି କୋଟି ମୂଲ୍ୟର ସମ୍ପତ୍ତି କରିଛନ୍ତି। କନିକାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଜେଟସେଟଗୋ କମ୍ପାନୀ ଆଶ୍ଚର୍ଯ୍ୟଜନକ ବ୍ୟବସାୟ କରିଛି।
ବିମାନ ଲିଜ୍ ଦେବାରେ ଦେଶର ପ୍ରଥମ କମ୍ପାନୀ ଜେଟସେଟଗୋ କନିକା ଟେକ୍ରିଓ୍ୱାଲ ହେଉଛନ୍ତି ଜେଟସେଟଗୋ କମ୍ପାନୀର ମାଲିକାଣୀ । ବିମାନ ଲିଜ୍ ରେ ଲଗାଉଥିବା ଭାରତର ପ୍ରଥମ କମ୍ପାନୀ ହେଉଛି ଜେଟସେଟଗୋ ।
ଯାହାର ଫାଉଣ୍ଡର ହେଉଛନ୍ତି କନିକା। କନିକାଙ୍କୁ କ୍ୟାନ୍ସର ହେବା ଏବଂ ପରେ ଏହି ବ୍ୟାଧିକୁ ହରାଇ କୋଟି କୋଟି ଟଙ୍କାର ସାମ୍ରାଜ୍ୟ ଠିଆ କରିବାର ରୋଚକ କଥା ହେଉଛି କନିକାଙ୍କର । ଯାହା ତାଙ୍କର ଦୃଢ ସଂଙ୍କଳ୍ପକୁ ପ୍ରଦର୍ଶିତ କରୁଛି। ବର୍ଷ ୨୦୧୨ରେ ଏହି ଗେମ ଚେଜିଙ୍ଗ ଷ୍ଟାର୍ଟଅପର ସ୍ଥାପନା କରିଥିଲେ କନିକା। ଏହାର ଆଇଡିଆ ସେତେବେଳେ ଆସିଥିଲା ଯେତେବେଳେ କନିକା କ୍ୟାନ୍ସର ସହ ଲଢୁଥିଲେ। କନିକା ନିଜର ଦୃଢ ଇଛାଶକ୍ତି ଦମରେ କ୍ୟାନ୍ସର ରୋଗକୁ ହରାଇବା ସହ ନିଜର କମ୍ପାନୀ ଆରମ୍ଭ କରି ଲକ୍ଷ ସ୍ଥଳରେ ପହଞ୍ଚିଲେ। ବିଜନେସ ଓମ୍ୟାନ କନିକା ଟେକ୍ରିଓ୍ୱାଲଙ୍କ ଜନ୍ମ ୭ ଜୁନ ୧୯୯୦ ମସିହାରେ। ଏ ମାରଓ୍ୱାଡି ପରିବାରେ ଜନ୍ମଗ୍ରହଣ କରିଥିଊେ କନିକା। ଏବେ ୩୩ ବର୍ଷ ବୟସରେ ପଦାର୍ପଣ କରିସାରିଛନ୍ତି କନିକା। ରିପୋର୍ଟ ଅନୁସାରେ କନିକା ବର୍ତମାନ ୪୨୦ କୋଟି ଟଙ୍କାର ସମ୍ପତ୍ତି ସହ ଦେଶର ସବୁଠାରୁ ଧନି ମହିଳା ଲିଷ୍ଟ ରେ ସାମିଲ ।
କନିକାଙ୍କ ଷ୍ଟାର୍ଟଅପ ଜେଟସେଟଗୋ ଏକ ଅଗ୍ରଣୀ ବିମାନ ଏଗ୍ରୀଗେଟର ଭାବରେ ପ୍ରସିଦ୍ଧ ଚାଟାର୍ଡ ପ୍ଲେନ ଏବଂ ହେଲିକପ୍ଟର ଲିଜ୍ ପ୍ରଦାନ କରିଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି କମ୍ପାନୀ ପ୍ରାୟ ୧ ଲକ୍ଷ ଯାତ୍ରୀଙ୍କ ପାଇଁ ୬,୦୦୦ ବିମାନ ସଞ୍ଚାଳନ କରିଛି । ଭାରତ ସରକାରଙ୍କ ତରଫରୁ ଜାତୀୟ ଉଦ୍ୟୋଗ ପୁରସ୍କାର ମଧ୍ୟ କନିକା ପାଇସାରିଛନ୍ତି। ଏହା ସହିତ, ତାଙ୍କୁ ଏଣ୍ଟରପ୍ରେନ୍ୟେର ପତ୍ରିକା ଦ୍ୱାରା 'ଦି ସ୍କାଏ କୁଇନ୍' ଉପାଧିରେ ସମ୍ମାନିତ କରାଯାଇଛି। ତେବେ ଏଠି ଗୋଟିଏ କଥା ପ୍ରମାଣିତ ହେଉଛି ଦୃଢ ମନୋବଳ ଏବଂ ବିଶ୍ୱାସ ଯେତେବଡ ମାରାତ୍ମକ ରୋଗ ହରାଇବାରେ ସହାୟତା ହୋଇଥାଏ। ଆଉ ସଫଳାତକୁ ମଧ୍ୟ ହାତ ମୁଠାକୁ ଆଣିଦେଇଥାଏ। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କନିକା ଟେକ୍ରିଓ୍ୱାଲ।
ଅଧିକ ଦେଖନ୍ତୁ :