Videos
|
National

Non veg shops closed / କାଉଡ଼ିଆ ଯାତ୍ରା ପୂର୍ବରୁ କଡ଼ା ନିଷ୍ପତ୍ତି , ବନ୍ଦ ରହିବ ଆମିଷ ଦୋକାନ ଓ ହୋଟେଲ

Bikash Mohanty
Browse all articles by Bikash Mohanty
·1 month ago·2 min read
କାଉଡ଼ିଆ ଯାତ୍ରା ପୂର୍ବରୁ କଡ଼ା ନିଷ୍ପତ୍ତି , ବନ୍ଦ ରହିବ ଆମିଷ ଦୋକାନ ଓ ହୋଟେଲ
Kaudia Yatra

Key Points

କାଉଡ଼ିଆ ଯାତ୍ରା ପୂର୍ବରୁ କଡ଼ା ନିଷ୍ପତ୍ତି
ବନ୍ଦ ରହିବ ଆମିଷ ଦୋକାନ ଓ ହୋଟେଲ
ଉତ୍ତର ପ୍ରଦେଶର ହାପୁର ଜିଲ୍ଲା ପ୍ରଶାସନର କଡ଼ା ପଦକ୍ଷେପ
ନୂଆଦିଲ୍ଲୀ: କାଉଡିଆ ବା ବୋଲବମ୍ ଯାତ୍ରାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ଉତ୍ତର ପ୍ରଦେଶର ହାପୁର ଜିଲ୍ଲା ପ୍ରଶାସନ କଡ଼ା ପଦକ୍ଷେପ ନେଇଛି। ଜୁଲାଇ ୨୬ ତାରିଖରୁ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଜିଲ୍ଲାରେ ସମସ୍ତ ମାଂସ, ମାଛ, ଅଣ୍ଡା ଓ ଅନ୍ୟାନ୍ୟ ମାଂସାହାରୀ ଖାଦ୍ୟ ବିକ୍ରି କରୁଥିବା ଦୋକାନ ଏବଂ ହୋଟେଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି। ନିର୍ଦ୍ଦେଶ ଉଲ୍ଲଂଘନ କଲେ ସମ୍ପୃକ୍ତ ମାଲିକଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ଚେତାବନୀ ଦେଇଛି।

ଜିଲ୍ଲା ମାଜିଷ୍ଟ୍ରେଟ୍ କବିତା ମୀନା କହିଛନ୍ତି ଯେ, କନୱାର ଯାତ୍ରା ସମୟରେ ଯାତ୍ରୀଙ୍କ ସୁବିଧା ଓ ଶାନ୍ତିପୂର୍ଣ୍ଣ ପରିବେଶ ପାଇଁ ମାଂସ ଦୋକାନ ଓ ସମ୍ପୃକ୍ତ ହୋଟେଲଗୁଡ଼ିକୁ ବନ୍ଦ ରଖିବା ନିର୍ଦ୍ଦେଶ ଦିଆଯାଇଛି। ଏହାସହ ହାପୁର ପୋଲିସ ଅଞ୍ଚଳରେ ନିରନ୍ତର ପାଟ୍ରୋଲିଂ ଓ ନଜର ରଖିଛି। ବିଭିନ୍ନ ଖାଦ୍ୟ ପ୍ରତିଷ୍ଠାନ ଓ ବ୍ୟବସାୟିକ ସଂସ୍ଥାରେ ମଧ୍ୟ ଯାଞ୍ଚ ଚାଲିଛି।

କେବଳ ହାପୁର ନୁହେଁ, ଦିଲ୍ଲୀରେ ମଧ୍ୟ କନୱାର ଯାତ୍ରାକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଯାତ୍ରା ମାର୍ଗ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ମାଂସ, ମାଛ ଓ ଅନ୍ୟାନ୍ୟ ମାଂସାହାରୀ ଖାଦ୍ୟ ବିକ୍ରି ଉପରେ କଟକଣା ଲାଗୁ କରାଯାଇଛି। ମାଂସ ଦୋକାନ ମାଲିକ ଓ ରେଷ୍ଟୁରାଣ୍ଟ ପରିଚାଳକଙ୍କୁ ପ୍ରଶାସନିକ ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି।

ପଢନ୍ତୁ ଏହି ଖବର: ଫେସବୁକରେ ସବୁଠାରୁ ବଡ଼ ପରିବର୍ତ୍ତନ, ମିଳିବ ଟିକଟକ୍ ଭଳି ଫିଚର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି କ୍ରମରେ ଦିଲ୍ଲୀ ନଗର ନିଗମ (MCD) ଏହାର ୧୨ଟି ଜୋନ୍‌କୁ ଅନଧିକୃତ ମାଂସ ଦୋକାନ ବନ୍ଦ କରିବା ସହ ଯାତ୍ରା ମାର୍ଗ ଏବଂ କନୱାର ଶିବିର ନିକଟରେ ଲାଇସେନ୍ସର ନିୟମ ଉଲ୍ଲଂଘନ କରୁଥିବା ଦୋକାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛି। ଅଧିକାରୀମାନଙ୍କୁ ଯାତ୍ରା ପୂର୍ବରୁ ଚିହ୍ନଟ ହୋଇଥିବା କନୱାର ଶିବିର ସ୍ଥଳରୁ ଜବରଦଖଲ ହଟାଇବାକୁ ମଧ୍ୟ କୁହାଯାଇଛି।

ସୂଚନା ଅନୁଯାୟୀ, ଜୁଲାଇ ୩୦ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଦିଲ୍ଲୀରେ ପ୍ରାୟ ୩୦୮ଟି କନୱାର ଶିବିର ଚାଲିବାକୁ ଥିବାରୁ ଏହାକୁ ନେଇ ପ୍ରଶାସନ ସଜାଗ ରହିଛି। ଶିବିର ଓ ଏହାର ଆଖପାଖ ଅଞ୍ଚଳରେ ସଫେଇ, ଅଳିଆ ସଂଗ୍ରହ ଓ ଅଧିକ ଗଛଲତା ହଟାଇବା ଭଳି କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଛି। ଯାତ୍ରା ସମୟରେ ୨୪ ଘଣ୍ଟା ସ୍ୱଚ୍ଛତା ବଜାୟ ରଖିବା ପାଇଁ ସଫେଇ କର୍ମଚାରୀ ଓ ଯନ୍ତ୍ରପାତିକୁ ତିନୋଟି ସିଫ୍ଟରେ ନିୟୋଜିତ କରାଯିବ।

ପ୍ରତିବର୍ଷ ଶ୍ରାବଣ ମାସରେ ଲକ୍ଷ ଲକ୍ଷ କନୱାରିଆ ଗଙ୍ଗା ନଦୀରୁ ପବିତ୍ର ଜଳ ସଂଗ୍ରହ କରି ଶିବ ମନ୍ଦିରରେ ଅର୍ପଣ କରିବା ପାଇଁ ଯାତ୍ରା କରିଥାନ୍ତି। ଏହି ବିଶାଳ ଧାର୍ମିକ ଯାତ୍ରାକୁ ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ଦିଲ୍ଲୀ ଓ ଉତ୍ତର ପ୍ରଦେଶ ପ୍ରଶାସନ ପକ୍ଷରୁ ସୁରକ୍ଷା, ଟ୍ରାଫିକ୍, ସ୍ୱଚ୍ଛତା ଓ ଆଇନଶୃଙ୍ଖଳା ଉପରେ ବିଶେଷ ଧ୍ୟାନ ଦିଆଯାଉଛି।
Kanwariya Yatra 2026: Non-Veg Shops and Hotels to Remain Closed | Argus News