Karnataka Congress / ଶିବକୁମାର ହେବେ କି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ? ବିବାଦ ଭିତରେ ବଡ଼ କଥା କହିଦେଲେ ଖଡ଼ଗେ...
·4 months ago·2 min read

Key Points
କିଛିଦିନ ହେଲା କର୍ଣ୍ଣାଟକ ରାଜନୀତି ଉଷ୍ମ ରହିଛି । ଯଦି ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ପଦ ଛାଡ଼ନ୍ତି ତାହେଲେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ସୁଯୋଗ ମିଳିବ କି ?
ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରେ ସିଦ୍ଦରମୈୟା ରହିବେ ନା ହଟିବେ ? କିଛିଦିନ ହେଲା ଏହାକୁ ନେଇ କର୍ଣ୍ଣାଟକ ରାଜନୀତି ଉଷ୍ମ ରହିଛି । ଯଦି ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ପଦ ଛାଡ଼ନ୍ତି ତାହେଲେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ସୁଯୋଗ ମିଳିବ କି ?
ଏମିତି ନାନା ଚର୍ଚ୍ଚା ଆଲୋଚନା ଭିତରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ବୁଧବାର ଖଡ଼ଗେ ପ୍ରତିକ୍ରିୟା ଦେଇ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବାର ଆଭାସ ଦେଇଛନ୍ତି । ଖଡ଼ଗେ କହିଛନ୍ତି, "ଏନେଇ ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରାଯିବ ।"
ଏଥିସହ ପଢ଼ନ୍ତୁ: ହଠାତ୍ ବଦଳିଗଳା କଂଗ୍ରେସ ପାଣିପାଗ, ନେତାଙ୍କ ଭିତରେ ଲଢ଼େଇ ଆରମ୍ଭ !
ANIକୁ ପ୍ରତିକ୍ରିୟା ଦେଇ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, "କର୍ଣ୍ଣାଟକର ଲୋକେ କହି ପାରିବେ ସରକାର ସେଠାରେ କ'ଣ କରୁଛନ୍ତି । କିନ୍ତୁ ମୁଁ କହିବି ଆମେ ଏହି ପ୍ରସଙ୍ଗର ସମାଧାନ କରିପାରିବା । ଦଳର ହାଇକମାଣ୍ଡ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ମୁଁ ଏକାଠି ବସି ବିସ୍ତୃତ ଆଲୋଚନା କରିବୁ । ଯାହା ଆବଶ୍ୟକ ମଧ୍ୟସ୍ଥତା କରିବୁ ।"
ଏହା ପୂର୍ବରୁ ଖଡ଼ଗେ ଏହା ଉପରେ ମଧ୍ୟ ପ୍ରତିକ୍ରିୟା ରଖିଥିଲେ । ସେତେବେଳେ ସେ କହିଥିଲେ, "ଏ ପ୍ରସଙ୍ଗରେ ଯାହା ବି ନିଷ୍ପତ୍ତି ଦଳର ଶୀର୍ଷ ନେତୃତ୍ଵ ନେବେ ।"
କର୍ଣ୍ଣାଟକରେ କ'ଣ ଚାଲିଛି ?
ବିଗତ କିଛି ସପ୍ତାହ ଧରି କର୍ଣ୍ଣାଟକରେ କ୍ଷମତାସୀନ କଂଗ୍ରେସ ଦଳରେ ଏକ ପ୍ରକାର ଯୁଦ୍ଧ ଚାଲିଛି । କନ୍ଦଳ ଭିତରେ ଜୋର୍ ଧରିଛି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନକୁ ନେଇ ଚର୍ଚ୍ଚା । ନଭେମ୍ବର ୨୦ରେ ସିଦ୍ଦରମୈୟାଙ୍କ ନେତୃତ୍ଵାଧିନ ସରକାର ଅଢ଼େଇ ବର୍ଷ ପୂର୍ତ୍ତି କରିବ ।
ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଚର୍ଚ୍ଚା ଜୋର୍ ଧରିଛି । ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ମଧ୍ୟରେ ୨୦୨୩ରେ "କ୍ଷମତା ବଣ୍ଟନ" ନେଇ ଖସଡ଼ା ତିଆରି ହୋଇଥିବା କୁହାଯାଉଛି ।
ବିବାଦ, ବିତର୍କ ଭିତରେ ଦଳର ହଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାହା ସମସ୍ତଙ୍କୁ ମାନିବାକୁ ପଡ଼ିବ । ଶିବକୁମାର, ସିଦ୍ଦରମୈୟାଙ୍କ ସହ ମୋତେ ବି ନିଷ୍ପତ୍ତିରେ ହଁ ଭରିବାକୁ ପଡ଼ିବ ବୋଲି କହିଛନ୍ତି ଖଡ଼ଗେ । ନିକଟରେ ନେତୃତ୍ଵ ଦ୍ଵନ୍ଦ୍ଵ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ସିଦ୍ଦରମୈୟା ମଧ୍ୟ ଶୀର୍ଷ ନେତୃତ୍ଵଙ୍କୁ କହିଥିଲେ ।
ଏଥିସହ ପଢ଼ନ୍ତୁ: ଦେବାଶିଷଙ୍କୁ ଭୂପିନ୍ଦରଙ୍କ ସମର୍ଥନ; BJDକୁ ଖୋଲା ଚେତାବନୀ ଦେଇ କହିଲେ- 'ଚିନ୍ତା କରୁଛୁ ବିକଳ୍ପ'
ଡିକେଙ୍କ 'ସିକ୍ରେଟ୍ ଡିଲ୍'
ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ତାଙ୍କ ବିଧାନସଭା କ୍ଷେତ୍ର କନକପୁରା ଯାଇଥିଲେ । ଆଉ ସେଠାରେ କହିଥିଲେ, "ମୁଖ୍ୟମନ୍ତ୍ରୀ ପଦ ନେଇ ୫ରୁ ୬ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ ସିକ୍ରେଟ୍ ଡିଲ୍ ହୋଇଛି । କିନ୍ତୁ ମୁଁ ଏହି ପ୍ରସଙ୍ଗରେ ସର୍ବସାଧାରଣରେ ଖୋଲାଖୋଲି କହିବାକୁ ଚାହୁଁନାହିଁ । କିଛି କହିବା ଦ୍ଵାରା ଏହା ଦଳକୁ କ୍ଷତି ପହଞ୍ଚାଇପାରେ ।"
ଆଉ ଡିକେଙ୍କ 'ସିକ୍ରେଟ୍ ଡିଲ୍' ମନ୍ତବ୍ୟ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ବଦଳିବାକୁ ଯାଉଥିବା ଚର୍ଚ୍ଚାକୁ ତେଜିଥିଲା । ଏପରିକି ଶିବକୁମାର ମୁଖ୍ୟମନ୍ତ୍ରୀ ହେବା ନେଇ ବି ଚର୍ଚ୍ଚା ଚାଲିଲା । କର୍ଣ୍ଣାଟକରୁ ଦିଲ୍ଲୀ ପର୍ଯ୍ୟନ୍ତ ଶିବକୁମାରଙ୍କ ଏହି ମତର ପ୍ରଚାର ପ୍ରସାର କରିଥିଲେ ତାଙ୍କ ସମର୍ଥକ ।

#WATCH | Delhi: On Karnataka political turmoil and speculations around CM post, Congress chief Mallikarjun Kharge says, "Only the people there can say what the Government is doing there. But I would like to say that we will resolve such issues. People in the High Command - Rahul… pic.twitter.com/tw0keLQ43y
— ANI (@ANI) November 26, 2025
ANIକୁ ପ୍ରତିକ୍ରିୟା ଦେଇ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, "କର୍ଣ୍ଣାଟକର ଲୋକେ କହି ପାରିବେ ସରକାର ସେଠାରେ କ'ଣ କରୁଛନ୍ତି । କିନ୍ତୁ ମୁଁ କହିବି ଆମେ ଏହି ପ୍ରସଙ୍ଗର ସମାଧାନ କରିପାରିବା । ଦଳର ହାଇକମାଣ୍ଡ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ମୁଁ ଏକାଠି ବସି ବିସ୍ତୃତ ଆଲୋଚନା କରିବୁ । ଯାହା ଆବଶ୍ୟକ ମଧ୍ୟସ୍ଥତା କରିବୁ ।"
ଏହା ପୂର୍ବରୁ ଖଡ଼ଗେ ଏହା ଉପରେ ମଧ୍ୟ ପ୍ରତିକ୍ରିୟା ରଖିଥିଲେ । ସେତେବେଳେ ସେ କହିଥିଲେ, "ଏ ପ୍ରସଙ୍ଗରେ ଯାହା ବି ନିଷ୍ପତ୍ତି ଦଳର ଶୀର୍ଷ ନେତୃତ୍ଵ ନେବେ ।"
କର୍ଣ୍ଣାଟକରେ କ'ଣ ଚାଲିଛି ?
ବିଗତ କିଛି ସପ୍ତାହ ଧରି କର୍ଣ୍ଣାଟକରେ କ୍ଷମତାସୀନ କଂଗ୍ରେସ ଦଳରେ ଏକ ପ୍ରକାର ଯୁଦ୍ଧ ଚାଲିଛି । କନ୍ଦଳ ଭିତରେ ଜୋର୍ ଧରିଛି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନକୁ ନେଇ ଚର୍ଚ୍ଚା । ନଭେମ୍ବର ୨୦ରେ ସିଦ୍ଦରମୈୟାଙ୍କ ନେତୃତ୍ଵାଧିନ ସରକାର ଅଢ଼େଇ ବର୍ଷ ପୂର୍ତ୍ତି କରିବ ।
ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଚର୍ଚ୍ଚା ଜୋର୍ ଧରିଛି । ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ମଧ୍ୟରେ ୨୦୨୩ରେ "କ୍ଷମତା ବଣ୍ଟନ" ନେଇ ଖସଡ଼ା ତିଆରି ହୋଇଥିବା କୁହାଯାଉଛି ।
ବିବାଦ, ବିତର୍କ ଭିତରେ ଦଳର ହଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାହା ସମସ୍ତଙ୍କୁ ମାନିବାକୁ ପଡ଼ିବ । ଶିବକୁମାର, ସିଦ୍ଦରମୈୟାଙ୍କ ସହ ମୋତେ ବି ନିଷ୍ପତ୍ତିରେ ହଁ ଭରିବାକୁ ପଡ଼ିବ ବୋଲି କହିଛନ୍ତି ଖଡ଼ଗେ । ନିକଟରେ ନେତୃତ୍ଵ ଦ୍ଵନ୍ଦ୍ଵ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ସିଦ୍ଦରମୈୟା ମଧ୍ୟ ଶୀର୍ଷ ନେତୃତ୍ଵଙ୍କୁ କହିଥିଲେ ।
ଏଥିସହ ପଢ଼ନ୍ତୁ: ଦେବାଶିଷଙ୍କୁ ଭୂପିନ୍ଦରଙ୍କ ସମର୍ଥନ; BJDକୁ ଖୋଲା ଚେତାବନୀ ଦେଇ କହିଲେ- 'ଚିନ୍ତା କରୁଛୁ ବିକଳ୍ପ'
ଡିକେଙ୍କ 'ସିକ୍ରେଟ୍ ଡିଲ୍'
ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ତାଙ୍କ ବିଧାନସଭା କ୍ଷେତ୍ର କନକପୁରା ଯାଇଥିଲେ । ଆଉ ସେଠାରେ କହିଥିଲେ, "ମୁଖ୍ୟମନ୍ତ୍ରୀ ପଦ ନେଇ ୫ରୁ ୬ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ ସିକ୍ରେଟ୍ ଡିଲ୍ ହୋଇଛି । କିନ୍ତୁ ମୁଁ ଏହି ପ୍ରସଙ୍ଗରେ ସର୍ବସାଧାରଣରେ ଖୋଲାଖୋଲି କହିବାକୁ ଚାହୁଁନାହିଁ । କିଛି କହିବା ଦ୍ଵାରା ଏହା ଦଳକୁ କ୍ଷତି ପହଞ୍ଚାଇପାରେ ।"
ଆଉ ଡିକେଙ୍କ 'ସିକ୍ରେଟ୍ ଡିଲ୍' ମନ୍ତବ୍ୟ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ବଦଳିବାକୁ ଯାଉଥିବା ଚର୍ଚ୍ଚାକୁ ତେଜିଥିଲା । ଏପରିକି ଶିବକୁମାର ମୁଖ୍ୟମନ୍ତ୍ରୀ ହେବା ନେଇ ବି ଚର୍ଚ୍ଚା ଚାଲିଲା । କର୍ଣ୍ଣାଟକରୁ ଦିଲ୍ଲୀ ପର୍ଯ୍ୟନ୍ତ ଶିବକୁମାରଙ୍କ ଏହି ମତର ପ୍ରଚାର ପ୍ରସାର କରିଥିଲେ ତାଙ୍କ ସମର୍ଥକ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories