Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Viral Video / ପୋଲିସ DGଙ୍କ କାର୍ଯ୍ୟାଳୟରୁ ଭାଇରାଲ ହେଲା ଅଶ୍ଚୀଳ ଭିଡିଓ, ଦେଖନ୍ତୁ..

Satyendu Sekhar Mishra
Browse all articles by Satyendu Sekhar Mishra
·5 months ago·2 min read
ପୋଲିସ DGଙ୍କ କାର୍ଯ୍ୟାଳୟରୁ ଭାଇରାଲ ହେଲା ଅଶ୍ଚୀଳ ଭିଡିଓ, ଦେଖନ୍ତୁ..
Karnataka DGP Ramchandra Rao

Key Points

ରାମଚନ୍ଦ୍ର ସମସ୍ତ ଅଭିଯୋଗକୁ ସ୍ପଷ୍ଟ ଭାବରେ ଅସ୍ୱୀକାର କରିଛନ୍ତି, ତାଙ୍କୁ ଫସାଇବାକୁ ଚକ୍ରାନ୍ତ କରାଯାଇଥିବା ସେ ଦାବି କରିଛନ୍ତି।

ପୋଲିସ ବାବୁଙ୍କ କଳାକାରନାମା । ଆପଣ ଅନେକ ଥର ଶୁଣିଥିବେ, ଖାକିରେ ଲାଗିଲା ଦାଗ । ଆଉ ତାପରେ ସେଇ ଖାକି ବିରୋଧରେ ବଡ଼ ଆକ୍ସନ ନିଅନ୍ତି ବଡ଼ ବାବୁ । ହେଲେ ଏଠି ଆମେ ଆପଣଙ୍କୁ ଯେଉଁ କାହାଣୀ କହିବୁ, ସେଥିରେ ଖୋଦ୍‌ ବଡ଼ ବାବୁ ହିଁ କାଠଗଡ଼ାରେ । କୌଣସି ତଳ ତଳିଆ ରାଙ୍କର ପୋଲିସ ବାବୁଙ୍କ କଥା ଆମେ କହୁ ନାହୁଁ କିମ୍ବା ସବ୍‌ଇନସ୍ପେକ୍ଟର ଆଉ ଇନ୍‌ସ୍ପେକ୍ଟର କଥା ବି ନୁହେଁ । ଆମେ କହୁଛୁ ରାଜ୍ୟ ପୋଲିସ ଡିଜିଙ୍କ କଥା । ତାଙ୍କର ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି । ଯେଉଁଥିପାଇଁ ତାଙ୍କୁ ବଦ୍‌ନାମ ହେବାକୁ ପଡ଼ୁଛି । ଏହି ଭିଡିଓ ଭାଇରାଲ ହେବା ପରେ ରାଜ୍ୟ ସରକାର ମଧ୍ୟ ତାଙ୍କ ଉପରେ ନେଇ କାର୍ଯ୍ୟାନୁଷ୍ଠାନ ।

ଏମିତି ଏକ ଘଟଣା ଘଟିଛି କର୍ଣ୍ଣାଟକ ଡିଜିପିଙ୍କ କ୍ଷେତ୍ରରେ । କର୍ଣ୍ଣାଟକ ଡିଜିପି କେ. ରାମଚନ୍ଦ୍ର ରାଓଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ତାଙ୍କର ଅନେକ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି, ଯେଉଁଥିରେ ତାଙ୍କୁ ଜଣେ ମହିଳାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖାଯାଇଛି। ଏହି ଭିଡିଓ ଗୁଡ଼ିକ କର୍ଣ୍ଣାଟକରେ ହଇଚଇ ସୃଷ୍ଟି କରିଛି। କିନ୍ତୁ ରାମଚନ୍ଦ୍ର ସମସ୍ତ ଅଭିଯୋଗକୁ ସ୍ପଷ୍ଟ ଭାବରେ ଅସ୍ୱୀକାର କରିଛନ୍ତି, ତାଙ୍କୁ ଫସାଇବାକୁ ଚକ୍ରାନ୍ତ କରାଯାଇଥିବା ସେ ଦାବି କରିଛନ୍ତି।

ଭିଡିଓ ଭାଇରାଲ ପରେ ରାମଚନ୍ଦ୍ର କର୍ଣ୍ଣାଟକର ଗୃହମନ୍ତ୍ରୀ ଜି. ପରମେଶ୍ୱରଙ୍କୁ ମଧ୍ୟ ଭେଟିଥିଲେ । କିନ୍ତୁ ସାକ୍ଷାତ ପାଇପାରି ନଥିଲେ । ଅର୍ଥାତ ଗୃହମନ୍ତ୍ରୀ ତାଙ୍କୁ ଦେଖା କରିବାକୁ ଚାହିଁନଥିଲେ । ଗୃହମନ୍ତ୍ରୀଙ୍କ ବାସଭବନ ବାହାରେ ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ରାମଚନ୍ଦ୍ର କହିଥିଲେ, ଏହା ସମ୍ପୂର୍ଣ୍ଣ ମନଗଢ଼ା ଏବଂ ଭିଡିଓଟି ସମ୍ପୂର୍ଣ୍ଣ ନକଲି ।

ତେବେ ରାମଚନ୍ଦ୍ର ରାଓ ହେଉଛନ୍ତି ରାଜ୍ୟର ଜଣେ ବରିଷ୍ଠ ଆଇପିଏସ ଅଧିକାରୀ ଏବଂ ନାଗରିକ ଅଧିକାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଡିସିଆରଇ)ର ମହାନିର୍ଦ୍ଦେଶକ (ଡିଜିପି) । ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଲିକ୍ ହୋଇଥିଲା, ଯେଉଁଥିରେ ତାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଜଣେ ମହିଳାଙ୍କ ସହିତ ଦେଖାଯାଇଥିଲା। ଭିଡିଓ ଗୁଡ଼ିକରେ ଡିଜିପି ରାମଚନ୍ଦ୍ର ରାଓ ତାଙ୍କ କାର୍ଯ୍ୟାଳୟରେ ଜଣେ ମହିଳାଙ୍କ ସହିତ ଘନିଷ୍ଠତାରେ ଲିପ୍ତ ହେଉଥିବା ଦେଖାଯାଇଛି ।

ଗୋଟିଏ ଭିଡିଓରେ ସେ ୟୁନିଫର୍ମ ପିନ୍ଧି ତାଙ୍କ ଚେୟାରରେ ବସି ମହିଳାଙ୍କୁ ଆଲିଙ୍ଗନ କରୁଥିବା ଦେଖାଯାଇଛି । ଭିଡିଓଟି ଅଶ୍ଲୀଳ କହିଲେ ବି ଭୁଲ ହେବ ନାହିଁ । ଅନ୍ୟ ଏକ ଭିଡିଓରେ ସେ ଏକ ସୁଟ୍ ପିନ୍ଧିଥିବାର ଦେଖାଯାଉଛି ଏବଂ ତାଙ୍କ କୋଠରୀରେ ଜାତୀୟ ପତାକା ମଧ୍ୟ ରହିଛି । ସେଥିରେ ମଧ୍ୟ ସେ ମହିଳାଙ୍କ ବିଭିନ୍ନ ଅଙ୍ଗକୁ ଛୁଉଁଛନ୍ତି । ତାଙ୍କୁ କିସ୍‌ କରୁଛନ୍ତି । ସେହି ଭିଡିଓକୁ ଏବେ ଖୁବ୍‌ମାତ୍ରାରେ ସେୟାର କରାଯାଇଛି । ଅନେକ ଏହାକୁ କଡ଼ା ସମାଲୋଚନା କରିଛନ୍ତି । କିଛି ୟୁଜର କହିଛନ୍ତି ଯିଏ ମହିଳାଙ୍କ ସୁରକ୍ଷା କରିବା କଥା ସିଏ ଯଦି ଏମିତି ମହିଳାଙ୍କୁ ଶୋଷଣ କରିବ, ତେବେ ସେଇ ରାଜ୍ୟର ମହିଳା ମାନେ କେତେ ସୁରକ୍ଷିତ ଥିବେ ତାହା ଭଙ୍ଗବାନ ହିଁ ଜାଣନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Viral Video | Karnataka DGP K Ramachandra Rao suspended after controversial video goes viral | Argus News