Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ନିଜକୁ ବଞ୍ଚାଇବାକୁ ଡେଇଁ ପଡିଲେ, ଚଢିଗଲା ଆଉ ଏକ ଟ୍ରେନ

National

ନିଜକୁ ବଞ୍ଚାଇବାକୁ ଡେଇଁ ପଡିଲେ, ଚଢିଗଲା ଆଉ ଏକ ଟ୍ରେନ

Smruti Parija
Browse all articles by Smruti Parija
·1 year ago·1 min read
ନିଜକୁ ବଞ୍ଚାଇବାକୁ ଡେଇଁ ପଡିଲେ, ଚଢିଗଲା ଆଉ ଏକ ଟ୍ରେନ

Key Points

ଟ୍ରେନରେ ନିଆଁ ଲାଗିଥିବା ଶୁଣି ଡେଇଁ ପଡିଲେ । ହେଲେ ଚଢିଗଲା ଆଉ ଏକ ଟ୍ରେନ ।

ଅର୍ଗସ ବ୍ୟୁରୋ: ଟ୍ରେନରେ ନିଆଁ ଲାଗିଥିବା ଶୁଣି ଡେଇଁ ପଡିଲେ । ହେଲେ ଚଢିଗଲା ଆଉ ଏକ ଟ୍ରେନ । ଆଖିପିଛୁଳାକେ ଚାଲିଗଲା 8 ଜୀବନ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ଉତ୍ତର ମହାରାଷ୍ଟ୍ରର ଜଳଗାଓଁ ଜିଲ୍ଲାରେ ।


ରିପୋର୍ଟ ଅନୁଯାୟୀ, ପୁଷ୍ପକ ଏକ୍ସପ୍ରେସରେ ଯାତ୍ରା କରୁଥିବା କିଛି ଯାତ୍ରୀ ଟ୍ରେନରେ ନିଆଁ ଲାଗିଥିବା ଶୁଣିବାକୁ ପାଇଥିଲେ । ଫଳରେ ନିଜକୁ ରକ୍ଷା କରିବାକୁ ଯାଇ ଆଉ ଏକ ଟ୍ରାକ ଉପରକୁ ଡେଇଁପଡିଥିଲେ । ସେତିକିବେଳେ ସେହି ଟ୍ରାକ୍ ରେ କର୍ଣ୍ଣାଟକ ଏକ୍ସପ୍ରେସ ଟ୍ରେନ ଆସିଥିଲା । ଯାହା ତାଙ୍କ ଉପରେ ମାଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସମସ୍ତଙ୍କର ମୃତ୍ୟୁ ହୋଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରେଳ ଅଧିକାରୀଙ୍କ କହିବାନୁଯାୟୀ ଯାତ୍ରୀମାନେ ନିଆଁ ଲାଗିଥିବା ଖବର ପାଇ ଚେନ୍ ଟାଣିଥିଲେ । ଆଉ ଏକ କାଳୀନ 8 ଜଣ ଡେଇଁପଡିଥିଲେ । ହେଲେ ସେତିକି ବେଳେ କର୍ଣ୍ଣାଟକ ଏକ୍ସପ୍ରେସ୍ ଆସିଥିଲା । ଫଳରେ ଏହି ବଡ ଦୁର୍ଘଟଣା ଘଟିଯାଇଛି ।


ଏନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି । ଆହତମାନଙ୍କ ପାଇଁ ପର୍ଯ୍ୟାପ୍ତ ଚିକିତ୍ସା ନିର୍ଦ୍ଦେଶ ଦେଇଛନ୍ତି ।

Argus Whatsapp Channel Mobile Top
Sponsored
/karnataka-express-train-runs-over-pushpak-express-passengers-in-maharashtra | Argus News