Harassment / ଫେସ୍ବୁକ୍ ଲାଇଭରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ସ୍ତ୍ରୀ କହିଲେ...

Key Points
ସୋସିଆଲ ମିଡିଆରେ ଭାଇରାଲ
ଫେସ୍ବୁକ୍ ଲାଇଭରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
ପତ୍ନୀ କହିଲେ ସବୁ ନାଟକ
ପୋଲିସର ଚାଲିଛି ତଦନ୍ତ
ଚର୍ଚ୍ଚାରେ ସଲମାନ ପାଶା। ଫେସ୍ବୁକ୍ ଲାଇଭରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଏହା ଦେଖି ପତ୍ନୀ କହିଲେ ସବୁ ନାଟକ। ଏଭଳି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଆଜିକାଲି ସୋସିଆଲ ମିଡିଆ ଲୋକଙ୍କ ପାଇଁ ଏକ ବଡ଼ ଏଣ୍ଟରଟେନିଙ୍ଗ ପ୍ଲାଟଫର୍ମ ହୋଇଗଲାଣି। ଯିଏ ଯାହା ପାରୁଛି ସେଥିରେ ଅପଲୋଡ କରିବାରେ ବ୍ୟସ୍ତ। ଏଭଳି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ବିବାହ ପରେ ଦୁଇ ବର୍ଷ ସେମାନେ ଭଲରେ ରହିଥିଲେ। ସଲମାନ କାମ କରିବାକୁ କୁଏତ ଯିବା ପରେ ସେମାନଙ୍କ ମଧ୍ୟରେ ମନୋମାଳିନ୍ୟ ଆରମ୍ଭ ହୋଇଥିଲା। ସଲମାନ କୁଏତ ଗଲା ବେଳେ ତାଙ୍କ ପତ୍ନୀ ଦ୍ୱିତୀୟ ଥର ପାଇଁ ଗର୍ଭବତୀ ହୋଇଥିଲେ। ଫେସ୍ବୁକ୍ ଲାଇଭ ବେଳେ ସ୍ତ୍ରୀ ଓ ତାଙ୍କ ପରିବାର ଲୋକେ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣି ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।
ବର୍ତ୍ତମାନ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଘଟଣାଟି ଘଟିଛି କର୍ଣ୍ଣାଟକାର ବେଙ୍ଗାଲୁରୁର ଜୟନଗର ଥାନା ଅଞ୍ଚଳରେ। ପୋଲିସ କହିଛି ଘଟଣାର ତଦନ୍ତ କରାଯାଉଛି। ଉଭୟ ପକ୍ଷର ବୟାନ ସଂଗ୍ରହ କରିବା ପରେ ଓ ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ନାଁ ସଲମାନ ପାଶା। ସେ ୪ ବର୍ଷ ତଳେ ସୟିଦ ନିଖତ ଫିର୍ଦ୍ଦୋସଙ୍କୁ ବିବାହ କରିଥିଲେ। ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ବିବାହ ପରେ ଦୁଇ ବର୍ଷ ସେମାନେ ଭଲରେ ରହିଥିଲେ। ସଲମାନ କାମ କରିବାକୁ କୁଏତ ଯିବା ପରେ ସେମାନଙ୍କ ମଧ୍ୟରେ ମନୋମାଳିନ୍ୟ ଆରମ୍ଭ ହୋଇଥିଲା। ସଲମାନ କୁଏତ ଗଲା ବେଳେ ତାଙ୍କ ପତ୍ନୀ ଦ୍ୱିତୀୟ ଥର ପାଇଁ ଗର୍ଭବତୀ ହୋଇଥିଲେ।ସଲମାନ ଫେସ୍ବୁକ୍ ଲାଇଭରେ ଥିବା ବେଳେ ହିଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଚିକିତ୍ସା ଚାଲିଛି। ଏହି ଘଟଣାକୁ ନେଇ ସଲମାନଙ୍କ ପରିବାର ଲୋକେ ଥାନାରେ ମାମଲା ରୁଜୁ କରିଛନ୍ତି।
ଏଥିସହ ପଢ଼ନ୍ତୁ: ନିର୍ଜନ ରାତିରେ ୨ ଘଣ୍ଟା ଧରି କମ୍ପି ଉଠିଲା ୧୦ କିଲୋମିଟର, ୫ କିମି ଯାଏଁ ଦେଖାଗଲା ନିଆଁ
📱 Get Argus News App
✨ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି। ସଲମାନ କୁଏତ ଗଲା ପରେ ପତ୍ନୀ ନିଖତ ତାଙ୍କ ବାପ ଘରକୁ ଚାଲିଯାଇଥିଲେ। ତା’ପରେ ସେମାନଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା। କୁଏତରେ ହାଇଡ୍ରୋଲିକ୍ ମେକାନିକ୍ ଭାବେ ପାଖାପାଖି ୨ ବର୍ଷ କାର୍ଯ୍ୟ କରିବା ପରେ ନିକଟରେ ଘରକୁ ଫେରିଥିଲେ ସଲମାନ।ସଲମାନ ଫେସ୍ବୁକ୍ ଲାଇଭ କଲା ବେଳେ କହିଥିଲେ ଯେ ତାଙ୍କ ପତ୍ନୀ, ପତ୍ନୀଙ୍କ ପରିବାର ଲୋକେ ଓ ସେମାନଙ୍କର ଜଣେ ସମ୍ପର୍କୀୟ ସୟିଦ ବୁରହାନ ଉଦ୍ଦିନ ତାଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି। ସେମାନେ ତାଙ୍କୁ ଟଙ୍କା ମାଗୁଛନ୍ତି। ସଲମାନ ଆହୁରି ଅଭିଯୋଗ କରିଥିଲେ ଯେ ତାଙ୍କ ପତ୍ନୀ ନିଖତଙ୍କର ସୟିଦ ବୁରହାନ ଉଦ୍ଦିନ ସହିତ ଅନୈତିକ ସଂପର୍କ ରହିଛି। ସୟିଦ ବୁରହାନ ଉଦ୍ଦିନ କେବଳ ନିଖତଙ୍କ ସଂପର୍କୀୟ ନୁହନ୍ତି, ସେ ରାଜନୀତିକ ଦଳ AIMIMର ତୁମକୁରୁ ଜିଲ୍ଲା ସଭାପତି ବି ଅଛନ୍ତି। ବିଦେଶରୁ ଫେରିବା ପରେ ମଧ୍ୟ ଦୁଇ ଛୁଆଙ୍କ ସହିତ ନିଖତ ତାଙ୍କୁ ଭେଟ କରାଇ ଦେଉ ନଥିବା କହିଛନ୍ତି ସଲମାନ।
ସେ କହିଛନ୍ତି ଯେ ମହିଳା ପୁଲିସ ଥାନା ତାଙ୍କ ପତ୍ନୀଙ୍କ ପରିବାରକୁ ସମର୍ଥନ କରୁଛି। ସେମାନେ ରୁଜୁ କରିଥିବା ମିଛ ମାମଲାରେ ତାଙ୍କୁ ଜେଲ ଯିବାକୁ ମଧ୍ୟ ପଡ଼ିଥିଲା। ସଲମାନ ଆଣିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପତ୍ନୀ ନିଖତ। ସେ କହିଛନ୍ତି, ସବୁ ଅଭିଯୋଗ ମିଛ ଓ ମନଗଢ଼ା କାହାଣୀ। ସେ କହିଛନ୍ତି, ପୂର୍ବରୁ ବି ସଲମାନ ଏମିତି ଡ୍ରାମା କରିଛନ୍ତି। ଥରେ ସେ ସାବୁନ ପାଣି ପିଇ ଦେଇଥିଲେ। ମୋ କର୍ମକ୍ଷେତ୍ରରେ ମୋ ଉପରେ ଏସିଡ୍ ଢାଳି ଦେବାକୁ ସେ ଧମକ ଦେଇଥିଲେ। ସେ ଧମକ ଦେଉଥିବା ନେଇ ମୁଁ ପୂର୍ବରୁ ଥାନାରେ ଏଫଆଇଆର ଦେଇଛି। ଏବେ ସେ ସମସ୍ତଙ୍କ ସହାନୁଭୂତି ପାଇବା ପାଇଁ ନାଟକ କରୁଛନ୍ତି।
ଅଧିକ ପଢ଼ନ୍ତୁ ଦେଶ ଖବର: